ଭାରତକୁ ଘେରୁଛି ଚୀନ, ଜାଣନ୍ତୁ ଦେଶ ବାହାରେ କେଉଁଠି କେଉଁଠି ଅଛି ଭାରତର ସାମରିକ ଘାଟି ?

ବିଦେଶ ମାଟିରେ ସାମରିକ ଘାଟି ଉଦ୍ଦେଶ୍ୟ ସୈନ୍ୟ ଉପକରଣ ଓ ଯବାନଙ୍କ ସୁରକ୍ଷା ସହ ଶତ୍ରୁଙ୍କ ଗତିବିଧି ଉପରେ ନଜର । ଏ ସବୁ ସାମରିକ ଘାଟିରେ ସେନାର ଅପରେସନ ବ୍ୟତୀତ ଅନେକ ପ୍ରକାରର ଟ୍ରେନିଙ୍ଗ ଦିଆଯାଇଥାଏ । ଏଥି ସହ ବିଦେଶ ମାଟିରେ ସାମରିକ ଘାଟି ପ୍ରତିଷ୍ଠା କରିଥିବା ଦେଶ ଆନ୍ତର୍ଜାତୀୟ ସ୍ତରରେ ନିଜ ଶକ୍ତି ପଦର୍ଶନ କରିଥାଏ । ଦୁନିଆରେ ଆମେରିକା ହେଉଛି ଏକ ମାତ୍ର ଦେଶ ଯାହା ପାଖରେ ରହିଛି 38ଟି ଅନ୍ତରାଷ୍ଟ୍ରୀୟ ମିଲିଟେରୀ ବେସ ।

ଆଜି ଆମେ ଜାଣିବା ବିଦେଶ ମାଟିରେ କେଉଁ ଦେଶରେ ରହିଛି ଭାରତର ସାମରିକ ଘାଟି । କାଜାକିସ୍ତାନ, ଭୁଟାନ, ମାଡାଗାସ୍କର, ମାରିସସ ଆଉ ଉମାନରେ ରହିଛି ଭାରତର ସାମରିକ ଘାଟି । କାଜାକିସ୍ତାନର ରାଜଧାନୀ ଦୁସାନବେ ଠାରୁ ପ୍ରାୟ 130 କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ଅବସ୍ଥିତ ପର୍ଖୋରରରେ ରହିଛି ଭାରତୀୟ ସାମରିକ ଘାଟି ।

ଏହି ଘାଟିର ପରିଚାଳନା ଭାରତୀୟ ବାୟୁ ସେନା କରୁଛି । ବିଦେଶ ମାଟିରେ ଏହା ହେଉଛି ଭାରତର ପ୍ରଥମ ସାମରିକ ଘାଟି । ସେହି ଭଳି ଭୁଟାନରେ ରହିଛି ଭାରତୀୟ ସାମରିକ ଘାଟିର ଏକ ସ୍ଥାୟୀ ଟ୍ରେନିଙ୍ଗ ସେଣ୍ଟର ଏହାକୁ ଭାରତୀୟ ମିଲିଟେରୀ ଟ୍ରେନିଙ୍ଗ ଟିମ କୁହାଯାଏ । ଏହା ପଶ୍ଚିମ ଭୁଟାନରେ ରହିଛି । 1961-62 ମସିହାରେ ଭୁଟାନରେ ପ୍ରତିଷ୍ଠା କରଯାଇଥିଲା ଭାରତର ସାମରିକ ଘାଟି ।

ଭାରତୀୟ ସେନା ଉତ୍ତର ମାଡାଗାସ୍କାରରେ ଲିସନିଙ୍ଗ କୋଷ୍ଟ ସହ ଏକ ରାଡ଼ାର ସିଷ୍ଟମ ତିଆରି କରିଛି । ଏହାର ନିର୍ମାଣ 2007ରେ ହୋଇଥିଲା । ଉଦ୍ଦେଶ୍ୟ ଥିଲା ଭାରତୀୟ ମହାସାଗର ଦେଇ ଯାଉଥିବା ଜାହାଜ ଉପରେ ନଜର ରଖିବା । ମାଡାଗାସ୍କାର ନୌସେନା ଶତ୍ରୁ ଜାହାଜ ରୋକିବାରୁ ଅସମର୍ଥ ଥିବାରୁ ଭାରତୀୟ ନୌସେନା ସାହାର୍ଯ୍ୟ କରୁଛି ।

ମରିସସର ଉତ୍ତର ଭାଗରେ ଥିବା ଅଗଲେକ ଦୀପରେ ଭାରତର କୋଷ୍ଟାଲ ସର୍ଭିଆନ୍ସ ରାଡ଼ାର ସିଷ୍ଟମ ଲଗା ଯାଇଛି । ଏହି ଦୀପ ଭାରତୀୟ ମହାସାଗରରେ ରହିଛି । ଭାରତ ମରିସସ ମଧ୍ୟରେ ସୈନ୍ୟ ସହାୟତା ଉଦ୍ଦେଶ୍ୟରେ ଏହାର ନିର୍ମାଣ କରଯାଇଥିଲା । କୂଟନୈତିକ ଦ୍ରୁଷ୍ଟିରୁ ଏହା ଏକ ବହୁତ ଗୁରୁତ୍ଵପୂର୍ଣ୍ଣ ସ୍ଥାନ । ଏଠାରୁ ବହୁତ ବଡ ସାମୁଦ୍ରିକ ଅଞ୍ଚଳ ଉପରେ ସିଧା ନଜର ରଖାଯାଇ ପାରୁଛି । ଏଠାରେ ଥିବା ପୁରା ଦୀପ ହେଉଛି ଭାରତର ସାମରିକ ଘାଟି ।


ଓମାନର ରାସଲହରଦରରେ ରହିଛି ଭାରତୀୟ ସେନାର ଏକ ଲିସନିଙ୍ଗ ପୋଷ୍ଟ । ଏହା ସହିତ ଏଠାରେ ଭାରତୀୟ ପାଣି ଜାହାଜ ଗୁଡିକୁ ଇନ୍ଧନ ସହାୟତା ମଧ୍ୟ ମିଳିଥାଏ । ବିଦେଶ ଉପରେ ଥିବା ଏହି ସବୁ ସାମରିକ ଘାଟିରୁ ଶତ୍ରୁ ଉପରେ ନଜର ରଖିବା ସହ ଆନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଗତିବିଧି ଜାଣି ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *