ନାଲି କାରର ଭିଡ଼ିଓ ଭାଇରାଲ, ଦି ୱାଣ୍ଡର କାର୍ ଭଳି କାରଟି ଆପେ ଆପେ ପାର୍କିଂରୁ ବାହାରି ଯାଉଛି..ଆଉ ତା’ ପରେ ଯାହା ହେଉଛି…ଦେଖନ୍ତୁ ଏହି Shocking Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ନାଲି ରଙ୍ଗର କାରଟି ପାର୍କିଂରୁ ବାହାରି ଯାଉଛି ।

କେହି କିଛି ଭାବିବା ପୂର୍ବରୁ କାରଟି ଧୀରେ ଧୀରେ ଯାଇ ନଦୀରେ ଭାସୁଛି । ଲଡାଭିୟା ରାଜଧାନୀ ରିଗାରେ ଘଟିଛି ଏଭଳି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା । ଦୌଭାଗ ନଦୀରେ ଭାସମାନ କାରର ଭିଡିଓ ଏବେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓ ଦେଖି ଆପଣଙ୍କ ମନରେ ଆସୁଥିବ ଅନେକ ପ୍ରଶ୍ନ । କାରଟି ପାର୍କିଂରେ ଥିଲା ତେବେ ହଠାତ ପଛକୁ ପଛକୁ ଯାଇଥିଲା କାର ।

ପାର୍କିଂରୁ ବାହାରି ରାସ୍ତା ଦେଇ ଗଲା ଗାଡି ଆଉ ଗଡାଣି ଦେଇ ପଶିଲା ନଦୀ ଭିତରେ । ପାର୍କିଂରୁ ନଦୀକୁ କେମିତି କାରଟି ଯାଉଛି ତାର ପୁରା ଭିଡିଓଟି ସିସିଟିଭିରେ କଏଦ ହୋଇଛି । ବନ୍ଧୁଗଣ ଏହି ଭିଡିଓଟି ଟ୍ବିଟରରେ ସେୟାର କରାଯାଇଛି ଯେଉଁଥିରେ ଦେଖିବାକୁ ମିଳିଛି ପାର୍କିଂରୁ ଗାଡିଟି ଧୀରେ ଧୀରେ ପଛକୁ ଯାଇ ନଦୀରେ ଭାସୁଛି । ଗାଡିଟି ପଛୁଆ ଯିବା ବେଳେ ଧକା ହେବା ଭୟରେ ଅନ୍ୟ ଗାଡି ଗୁଡିକ ରାସ୍ତା ଛାଡି ଦେଉଥିଲେ ।

ବିନା ବାଧାରେ ଗାଡିଟି ଯାଉଛି ଆଉ ଅନ୍ୟ ଗାଡି ଗୁଡିକ ଖୁବ ସଚେତନତା ଅବଲମ୍ବନ କରିଛନ୍ତି । ନାଲି ରଙ୍ଗର ଗାଡିଟି ରାସ୍ତା ପାର ହେଉଥିବାର ଭାବି ସେଠାରେ ଥିବା ଏକ ଧଳା କାର କିଛି ସମୟ ଅଟକି ରହିଥିଲା । କିନ୍ତୁ କେହି କିଛି ଭାବିବା ପୂର୍ବରୁ କାରଟି ସିଧା ନଇରେ । ରିପୋର୍ଟ ଅନୁଯାଇ ଏପ୍ରିଲ 14 ତାରିଖରେ ଏହି ଘଟଣାଟି ଘଟିଥିଲା ।

ଦୁଇଜଣ ଲୋକ ପାର୍କିଂ କରିବା ପରେ ହ୍ୟାଣ୍ଡ ବ୍ରେକ ଲଗାଇବାକୁ ଭୁଲି ଯାଇଥିଲେ । ପାର୍କିଂର 10 ମିନିଟ ପରେ ଗାଡିଟି ଗଡି ଯାଇ ନଦୀରେ ଭାସି ଥିଲା । ଆଉ ଏପ୍ରିଲ 15ରେ ଗାଡିକୁ ଦୌଭାଗା ନଦୀରୁ ଉଧାର କରାଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *