ମହାଶୟ ତୁମେ କନଫ୍ୟୁଜ୍ କରୁଛ ! ଡହ ଡହ ଖରାରେ ପିଲା ସ୍କୁଲ ଯାଉଛନ୍ତି, କିନ୍ତୁ ମନ୍ତ୍ରୀ କହୁଛନ୍ତି…ଦେଖନ୍ତୁ Video

ମେ ମାସରେ ଡହ ଡହ ଖରା ହୁଏ ମନ୍ତ୍ରୀ କଣ ଜାଣି ନଥିଲେ । ଯଦି ଜାଣିଥିଲେ ତା ହେଲେ ଖରା ଛୁଟିକୁ ନେଇ ପୁନର୍ବିଚାର କଥା ଆସୁଛି କାହିଁକି । ପ୍ରଥମେ ମନ୍ତ୍ରୀ କହିଲେ ଜୁନ 6 ରୁ ଜୁନ 11 ଯାଏଁ ଖରା ଛୁଟି ହେବ । ଏବେ କହୁଛନ୍ତି ଜୁନ ବଦଳରେ ମେରେ ଛୁଟି ନେଇ ବିଚାର ହେବ । ପାଠ ପଢାକୁ ନେଇ ପିଲାଙ୍କୁ ଓ ଅଭିଭାବକଙ୍କୁ ପ୍ରଥମ ଥର କନଫ୍ୟୁଜ କରୁ ନାହାନ୍ତି ମନ୍ତ୍ରୀ । ସ୍କୁଲ ଖୋଲିବା ପ୍ରସଙ୍ଗରେ ବି ଏମିତି ଦୋ-ଦୋ ପାଞ୍ଚ କରିଥିଲେ ମନ୍ତ୍ରୀ ।

ପ୍ରଥମେ କହିଲେ ସ୍କୁଲ ଖୋଲିବ ଆଉ ପରେ କହିଲେ ଏବେ ଖୋଲିବନି । ଯଦି ସରକାରଙ୍କ ମନ୍ତ୍ରୀ ଓ ଗଣଶିକ୍ଷା ବିଭାଗ ଏମିତି ସବୁ କଥାରେ ଦ୍ଵନ୍ଦ ରଖିବ ତା ହେଲେ ସ୍କୁଲ ପିଲା ଓ ପିଲାଙ୍କ ବାପା ମାଙ୍କ ଉପରେ ପ୍ରଭାବ ପଡିବ କି ନାହିଁ । ଡହ ଡହ ଖରାରେ ପିଲା ସ୍କୁଲ ଯାଉଛନ୍ତି। କିନ୍ତୁ ମନ୍ତ୍ରୀ କହୁଛନ୍ତି- ସକାଳ 6ରୁ 9 ଯାଏଁ କ୍ଲାସ୍ ହେଲେ କିଛି ଅସୁବିଧା ହେବ ନାହିଁ ।

କାରଣ ଖରା ହେବା ପୂର୍ବରୁ ସାଢେ 9ଟା ଭିତରେ ପିଲା ମାନେ ସ୍କୁଲରୁ ଘରକୁ ଫେରିଯାଇଥିବେ । ହଁ ପିଲା ସାଢେ 9ଟା ଭିତରେ ଘରକୁ ଫେରି ଆସିଥିବେ ଯଦି ଘର ସ୍କୁଲ ପାଖରେ ଥିବ । ଭୁବନେଶ୍ଵର କଥା ଟିକେ ଭାବନ୍ତୁ ମନ୍ତ୍ରୀ । ପିଲା ପୁରୁଣା ଭୁବନେଶ୍ଵରରୁ ପଟିଆ ଯାଏଁ ସ୍କୁଲ ଯାଉଛନ୍ତି । କଟକ ରୋଡରୁ ଖଣ୍ଡଗିରୀ ଯାଏଁ ପିଲା ସ୍କୁଲ ଯାଉଛନ୍ତି । କେମିତି ଅଧ ଘଣ୍ଟା ଭିତରେ ଫେରିବେ ପିଲା ।

କେବଳ ଘରୋଇ ସ୍କୁଲ ପିଲା ନୁହେଁ ସରକାରୀ ସ୍କୁଲ ପିଲା ଖରାରେ ଆଉଟୁ ପାଉଟୁ ହୋଇଯାଉଥିବା କଥା କ୍ୟାମେରା ଆଗରେ କହିଛନ୍ତି । ପିଲା ମାନଙ୍କ ମତରେ, ଖରା ଛୁଟି ଟିକେ ଅଧିକ ଦିନ ହେଉ ଖରା ଅଧିକ ହେବାରୁ ଆମେ ଖରା ସହି ପାରୁନୁ ତେଣୁ ଆମକୁ ଛୁଟି ଦରକାର । ତେବେ ବନ୍ଧୁଗଣ କଥା ହେଉଛି ସରକାର ସବୁ ପିଲାଙ୍କ ସୁବିଧାକୁ ଦେଖି ନିଷ୍ପତ୍ତି ନେଉଛନ୍ତି ଏହା ଠିକ ହେଲେ କନଫ୍ୟୁଜ କରୁଛନ୍ତି କାହିଁକି ।

ବାରମ୍ବାର ଗୋଟିଏ କଥାକୁ ଭିନ୍ନ ଭିନ୍ନ ଢଙ୍ଗରେ କହି ପିଲା ମାନଙ୍କୁ ଓ ଅଭିଭାବକ ମାନଙ୍କୁ କନଫ୍ୟୁଜ କରୁଛନ୍ତି କାହିଁକି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *