ଅଭିନେତ୍ରୀ Tandra Ray ଙ୍କ ଜୀବନର କିଛି ଅଜଣା କଥା ! ତନ୍ଦ୍ରା ନିଜେ ବଖାଣିଲେ ସବୁ କିଛି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଲିଉଡର ରୁପେଲୀ ପରଦାର ସୁନେଲୀ ନାୟିକା ହେଉଛନ୍ତି ଭର୍ସାଟାଇଲ ନାୟିକା ତନ୍ଦ୍ରା ରାୟ ! ଯାହାଙ୍କୁ ଦର୍ଶକେ ନାୟିକା, ଭାଉଜ ଓ ମାଆ ରୂପରେ ବଡ ପରଦାରେ ଅନେକ ଥର ଦେଖିଆସିଛନ୍ତି । ଏଥିସହିତ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କର ନିଖୁଣ ଅଭିନୟକୁ ବହୁତ ହିଁ ଭଲ ପାଇଆସିଛନ୍ତି । ତେବେ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କର ଫିଲ୍ମି କ୍ଯାରିଅର ଓ ତାଙ୍କ ଲାଇଫଷ୍ଟାଇଲ ବିଷୟରେ ଗଣ ମାଧ୍ୟମ ସାମ୍ନାରେ ଏପରି କିଛି ମତ ଶେୟାର କରିଛନ୍ତି ।

ତେବେ ଅଭିନେତ୍ରୀ ତନ୍ଦ୍ରା ରାୟ ଫିଲ୍ମ ଲାଇଫ କ୍ଯାରିଅର କରିବାର ଇଚ୍ଛା ଆଗରୁ କେବେବି ଭାବିନଥିଲେ । ହେଲେ ଯେହେତୁ ତାଙ୍କର ପରିବାରର ମାହୋଲ କଳା ସଂସ୍କୃତିର ଛାପ ରହିଥିଲା । ସେହିଠାରୁ ତନ୍ଦ୍ରା ରାୟଙ୍କୁ ଫିଲ୍ମ କରିବାର ସୁଯୋଗ ମିଳିଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ନିଜ ପାଇଁ ଓଡିଆ ସିନେ ଜଗତରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଅଭିନେତ୍ରୀ ତନ୍ଦ୍ରା ରାୟ । ବିଗତ ବର୍ଷ ମାନଙ୍କରେ ୫୦ ରୁ ଅଧିକ ଫିଲ୍ମରେ ସେ ନିଜର ଅଭିନୟର ଛାପ ଛାଡିଦେଇଆସିଛନ୍ତି ।

ଯାହାକୁ ଆଜି ପର୍ଯ୍ୟନ୍ତ ମଧ୍ୟ ଟିଭି ପରଦାରେ ଦର୍ଶକ ମାନେ ଦେଖିବାକୁ ବହୁତ ହିଁ ଭଲ ପାଉଛନ୍ତି । ପର ଝିଅ ଘରଭାଙ୍ଗେନା, ସୁନା ପଞ୍ଜୁରୀ ଭଳି ଭଲ ଭଲ ସୁପରହିଟ୍ ଫିଲ୍ମରେ ଅଭିନୟ କରି ସେ ଓଡିଶା ଦର୍ଶକଙ୍କୁ ଭେଟି ଦେଇ ଆସିଛନ୍ତି । ତେବେ ତାଙ୍କର ପ୍ରଥମ ଓଡିଆ ସିନେମା ଥିଲା ଚିଲିକା ତୀରେ । ଯେଉଁ ଫିଲ୍ମ ପରେ ତନ୍ଦ୍ରା ରାୟଙ୍କର ଫିଲ୍ମ କ୍ଯାରିଅର ଆରମ୍ଭ ହୋଇଯାଇଥିଲା । ସେହି ଫିଲ୍ମ ଦୁନିଆରୁ ହିଁ ଅଭିନେତା ତଥା ବରିଷ୍ଠ କଳାକାର ଦିବଙ୍ଗତ ବିଜୟ ମହାନ୍ତିଙ୍କ ସହ ତାଙ୍କର ଭେଟ ହୋଇଥିଲା ।

ତାପରେ ଲଭ କମ୍ ଆରେଞ୍ଜ ହୋଇ ତନ୍ଦ୍ରା ରାୟ ଓ ବିଜୟ ମହାନ୍ତି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ରିଲ୍ ରେ ବହୁ ଥର ବିଜୟ ମହାନ୍ତିଙ୍କ ନାୟିକା ଭାବରେ ତନ୍ଦ୍ରା ରାୟଙ୍କୁ ଦର୍ଶକେ ଦେଖିଛନ୍ତି । ଏଥିସହିତ ସେହି ଯୋଡିକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ବିବାହ ପରେ ବହୁ ଗୁଡିଏ ଓଡିଆ ଫିଲ୍ମରେ ଅଭିନେତ୍ରୀ ତନ୍ଦ୍ରା ରାୟ ଅଭିନୟ କରିଛନ୍ତି ।

ଏଥି ସହିତ ସିରିଏଲ ଦୁନିଆରେ ମଧ୍ୟ ଅଭିନୟ କରିଛନ୍ତି । ଯଦିଓ ବର୍ତ୍ତମାନ ସମୟରେ ତନ୍ଦ୍ରା ରାୟଙ୍କୁ ଆଉ ବଡ ପରଦାରେ ଦେଖିବାକୁ ମିଳୁନାହିଁ ।ହେଲେ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କ ଅଭିନୟକୁ ଆଜି ମଧ୍ୟ ସାରା ଓଡିଶା ଦର୍ଶକ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *