ଦେଖି ଦେଖୁ ଅଚାନକ୍ ଧାଇଁ ଆସିଲେ ଦନ୍ତା ହାତୀ, ଯାତ୍ରୀବାହୀ ବସକୁ ପଛରୁ ପେଲି ପେଲି ନେଇ…ଆଉ ତା’ପରେ ଯାହା ହେଲା ଶୁଣିଲେ ଆପଣ ବି ଡରିଯିବେ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଘଟଣାର ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆର ବ୍ୟବହାର ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଏକ ଏଭଳି ଘଟଣାର ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଗୋଟେ ବସ ପଛରେ ହାତୀ ଦୌଡୁ ଥିବାର ନଜର ଆସୁଛି ।

ସ୍ଥାନୀୟ ଲୋକମାନେ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାତ୍ରୀକୁ ନେଇ ରାସ୍ତାରେ ଯାଉଥିବା ବେଳେ ହଠାତ ଧାଇଁ ଆସିଥିଲା ଦନ୍ତା ହାତୀ ।ଡ୍ରାଇଭର ଜଣକ କଣ କରିବେ କିଛି ଜାଣି ପାରିଲେ ନାହିଁ । ଏହି ଦ୍ଵନ୍ଦ ମଧ୍ୟରେ ଆହୁରି ନିକଟତର ହୋଇଯାଇଥିଲା ହାତୀ । ଶେଷରେ କୌଣସି ଉପାୟ ନପାଇ ଆଗକୁ ବଢିଥିଲା ଯାତ୍ରୀବାହି ବସ୍ ।

ହେଲେ ସେହି ସମୟରେ ହାତୀଟି ବସ୍ ପଛରେ ଧାଇଁ ଥିଲା ଓ ସ୍ଥିତି ଏମିତି ହେଲା ଯେ ହାତୀଟି ନିଜ ଶୁଣ୍ଢରେ ବସ୍ କୁ ଠେଲିବା ଆରମ୍ଭ କରିଥିଲା । ସେହି ସ୍ଥାନରେ ଲୋକମାନେ ଥିଲେ ମଧ୍ୟ ହାତୀକୁ ରୋକିବା ପାଇଁ କି ଯାତ୍ରୀ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ତାଙ୍କୁ ସୁଯୋଗ ମିଳି ନଥିଲା । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ରାସ ଗୋବିନ୍ଦପୁର ରେଞ୍ଜର ଟିକ ପଦାରେ ଘଟିଛି । 


ବାଲେଶ୍ଵର ଜିଲ୍ଲାରୁ ତାରେଣୀ ନାମକ ଏକ ଯାତ୍ରୀ ବାହୀ ବସ ରାସ ଗୋବିନ୍ଦ ରାସ୍ତା ଦେଇ ଆସୁଥିବା ବେଳେ ଏପରି ଏକ ଘଟଣା ଘଟିଥିଲା । ହେଲେ ବନ୍ଧୁଗଣ ଭାଗ୍ୟ ଭଲ ଥିବାରୁ କାହାର କୌଣସି କ୍ଷତି ହୋଇ ନାହିଁ ମାତ୍ର ବସ୍ ର କିଛି କାଚ ଭାଙ୍ଗି ଯାଇଛି । ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ନେଇ ଭୟବିତ ଥିବା ବେଳେ ବନ ବିଭାଗ ହାତୀ ମାନଙ୍କ ଗତି ବିଧି ଉପରେ ନଜର ରଖୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *