ବେଡ ରୁମରେ ଶୋଇଥିବା ବେଳେ ବ୍ୟକ୍ତି ଜଣକ ହଠାତ ଏମିତି କଣ କଲେ କି ଆକାଉଣ୍ଟରୁ ଉଡିଗଲା 57 ହଜାର ଟଙ୍କା ! ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ? ସାବଧାନ !

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଜଡିତ ହୋଇ ରହିଛନ୍ତି । ବ୍ୟାଙ୍କରେ ଟଙ୍କା କାରବାର ହେଉ ବା ଜିନିଷ ପତ୍ର କିଣା କିଣି ସମସ୍ତ କାମ ଲୋକମାନେ ନିଜ ମୋବାଇଲ ଦ୍ଵାରା କରିପାରୁଛନ୍ତି । ଏହା ସହିତ ଲୋକମାନେ ସୋସିଆଲ ମିଡିଆ ଆପ୍ଲିକେସନର ବ୍ୟବହାରରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।

ହେଲେ ସୋସିଆଲ ମିଡିଆ ବନ୍ଧୁଗଣ ଯେତେ ଭଲ ସେତିକି ଖରାପ ମଧ୍ୟ କାରଣ କିଛି ଦୁର୍ବୁତ୍ତ ସୋସିଆଲ ମିଡିଆରେ ଦୁରୁପଯୋଗ କରି ଲୋକ ମାନଙ୍କୁ ଠାରୁ ଟଙ୍କା ନେଇଥାନ୍ତି ଓ ସେମାନଙ୍କୁ ଠକି ଥାନ୍ତି । ସୋସିଆଲ ମିଡିଆ ଜରିଆରେ ହେଉଥିବା ସମସ୍ତ ଅପରାଆଧକୁ ସାଇବର କ୍ରାଆଇମ କୁହାଯାଏ । ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜର କିଛି ନା କିଛି ଭୁଲ ପାଇଁ ସାଇବର କ୍ରାଆଇମର ସମ୍ମୁଖୀନ ହୋଇଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଭାଇରାଲ ହେଉଛି । ଏହି ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ରମେଶ ସାହୁ ନାମକ ଜଣେ ବ୍ୟକ୍ତି ସାଇବର କ୍ରାଆଇମକୁ ନେଇ ଅଭିଯୋଗ ଆଣିଛନ୍ତି । ସେ ଘରେ ଥିବା ବେଳେ ତାଙ୍କୁ କେହି ଜଣେ ‘ଏନି ଡେସ୍କ’ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ କହିଥିଲେ ।

ରମେଶ ଏନି ଡେକ୍ସ ଆପ୍ଲିକେସନ ଡାଉନଲୋଡ କରି ସେହି ଆପ୍ଲିକେସନରୁ ୯ଟି ଡିଜିଟ କଷ୍ଟମର କେୟାରକୁ ଦେଇଥିଲେ । ଡିଜିଟ ଦେବା ମାତ୍ରେ ହଠାତ ତାଙ୍କ ବ୍ୟାଙ୍କରୁ ୭ ହଜାର ଟଙ୍କା କଟି ଯାଇଥିଲା । ଏହା ପରେ ଏକ ମିନିଟ ମଧ୍ୟରେ ୧୦ ହଜାର କରି ୫୭ ହଜାର ଟଙ୍କା କଟିଗଲା । ଟଙ୍କା କଟିବା ପରେ ରମେଶଙ୍କ ପାଦ ତଳୁ ମାଟି ଖସିଯାଇଥିଲା ଏହା ପରେ ସେ କଷ୍ଟମର କେୟାରକୁ କଲ୍ କରିଥିଲେ  ।

କଷ୍ଟମର କେୟାର ତାଙ୍କୁ କହିଲେ, ଆମେ ଆପଣଙ୍କ ସହ ଅଛୁ କିଛି ଟେକନିକାଲ ସମସ୍ୟା ପାଇଁ ଆପଣଙ୍କ ଟଙ୍କା କତିଯାଇଛି ଓ ବହୁତ ଶୀଘ୍ର ଆପଣଙ୍କ ଟଙ୍କା ଫେରି ଆସିବ । ହେଲେ ବନ୍ଧୁଗଣ ରମେଶ ଟଙ୍କା ଆସିଲା ନାହିଁ ଓ ସେ ତୁରନ୍ତ ଯାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ବାରମ୍ବାର ରମେଶ କଷ୍ଟମର କେୟାରକୁ କଲ୍ କରିବା ପରେ ସେମାନେ ନିଜ ଅପରାଧ ମାନି ଥିଲେ ଓ କହିଥିଲେ ଟଙ୍କା ଆମେ ଦେବୁ ନାହିଁ ।

ସେମାନେ କହିଥିଲେ ସେହି ଟଙ୍କାରେ ସେମାନେ ଡ୍ରେସ କିଣି ଛନ୍ତି । ରମେଶ ଥାନାରେ ଯାଇ କେସ ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ଏଭଳି ଫ୍ରଡ ଆପ୍ଲିକେସନ ଠାରୁ ଦୂରେଇ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ସଚେତନ ନିଶ୍ଚୟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *