ଦୀର୍ଘ 18 ମାସ ପରେ School ଖୋଲିବା ପରେ ପିଲାଙ୍କ ଖୁସି କହିଲେ ନ ସରେ, ଦେଖନ୍ତୁ ସ୍କୁଲ ଖୋଲିବାକୁ ନେଇ କଣ କହୁଛନ୍ତି ଏହି ଛାତ୍ରୀ ଜଣକ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି । କାରଣ ଗତ ଦୁଇ ବର୍ଷ ହେବ ଦେଶରେ କରୋନା ମହାମାରୀ ପାଇଁ ଲକଡାଉନ ଜାରି କରଯାଇଥିଲା । ଏହି ଲକଡାଉନ ପାଇଁ ଲୋକଙ୍କ ଆର୍ଥିକ ଅବସ୍ଥା ଓ ଶିକ୍ଷା କ୍ଷେତ୍ରରେ ଅନେକ ପ୍ରଭାବ ପଡିଥିଲା । କରୋନା କ-ଟ-କ-ଣା ପାଇଁ ଗତ ୧୮ ମାସ ହେବ ସ୍କୁଲ କଲେଜ ବନ୍ଦ ଥିଲା । ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଗତ ୧୮ ମାସ ପରେ ଆଜି ଠାରୁ ଏକାଦଶ ଶ୍ରେଣୀ ପାଇଁ କ୍ଳାସ ଆରମ୍ଭ ହେଉଛି ।

ଆଜି ସମସ୍ତ କଲେଜରେ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ପାଇଁ ଉପସ୍ଥିତ ଅଛନ୍ତି । ବନ୍ଧୁଗଣ ଅନେକ ପିଲା ସ୍କୁଲ ପାଠ ପଢା ଶେଷ କରିବା ପରେ କଲେଜ କଣ ଜାଣି ନଥିଲେ କାରଣ କରୋନା କଟକଣା ପାଇଁ ପିଲା ମାନଙ୍କୁ ଘରେ ରହି ଅନଲାଇନ କ୍ଳାସ କରିବା ପାଇଁ ଉପଦେଶ ଦିଆଯାଇଥିଲା ।

ହେଲେ କଲେଜରେ ବସି ଜେଭଳି ପିଲା ପାଠ ପଢିପାରିବେ ସେମିତି କଣ ଅନଲାଇନ କ୍ଳାସରେ ପାଠ ପଢିପାରିବେ । କଲେଜ ଆସିଲେ ପିଲା ମାନେ ନିଜ ସାଙ୍ଗ ସାଥି ମାନଙ୍କ ସହ ମିଶି ନିଜ ପାଠ ପଢାକୁ ଅଧିକ ଗୁରୁତ୍ଵ ଦେଇପାରିବେ ଏହା ସହିତ ପିଲା ମାନଙ୍କର ଯାହା ବି ଡାଉଟ ଅଛି ତାହା ସେମାନେ ଶିକ୍ଷକଙ୍କୁ ସିଧା ସଳଖ ପଚାରି ପାରିବେ ।

ତେଣୁ ବନ୍ଧୁଗଣ କଲେଜ ଖୋଲିଯିବାରୁ ପିଲା ମାନେ ବହୁତ ଅଧିକ ଖୁସି ଅଛନ୍ତି । ହେଲେ କିଛି କହି ହେଉ ନାହିଁ କାରଣ କରୋନାର ତୃତୀୟ ଲହର ଆସିବା ବୋଲି ଆଗରୁ ହିଁ ବିଶେଷଜ୍ଞ ମାନେ କହିସାରିଛନ୍ତି । ଯଦି ତୃତୀୟ ଲହର ଆସିବ ତା ହେଲେ ବୋଧେ ପୁଣି କଲେଜ ଓ ସ୍କୁଲ ବନ୍ଦ ହୋଇପାରେ । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *