ବନ୍ଧୁକ ମୁନରେ ରାଜ କରୁଥିଲେ ଲେଡି ଡନ !

ନମସ୍କାର ବନ୍ଧୁଗଣ ତେବେ କଟକ ବାରଙ୍ଗ ବ୍ଲୁ ଷ୍ଟାର ବିଲଡର ପିଙ୍କି ପ୍ରଧାନ ଗିରଫ ଘଟଣା । ପିଙ୍କି ପ୍ରଧାନ ନା ରେ ପୁଣି ବଢ଼ିଲା ଅଭିଯୋଗ । ବ୍ଲୁ ଷ୍ଟାର ବିଲଡର ପିଙ୍କି କଟକର ରାହୁଲ ଭର୍ତିଆ ନାମକ ଜଣେ ବ୍ୟକ୍ତିଙ୍କ ୧ ଏକର .୨୮ ଡେସିମିଲ୍ ଜମି ହଡପ କରିଥିବା ଅଭିଯୋଗ ହୋଇଛି । ପରେ ପିଙ୍କି ତାଙ୍କୁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ବାରଙ୍ଗ ଥାନାରେ ପିଙ୍କି ନାଁରେ ଏତଲା ଦେଇଛନ୍ତି ରାହୁଲ ।


କିଛିଦିନ ପୂର୍ବରୁ  ପିଙ୍କିକୁ ପୋଲିସ ଗିରଫ କରିଥିବାବେଳେ ଗତକାଲି ତାକୁ କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସ । ତେବେ ସୂଚନାଯୋଗ୍ୟ, ଡିସେମ୍ବର ୨୭ ତାରିଖରେ ମଧୁବନ ଗାଁ ମୁଣ୍ଡରେ ଥିବା ବ୍ଲୁ ଷ୍ଟାର ବିଲଡର ସଂସ୍ଥାକୁ ଲାଗି ରହିଥିବା ମଧୁବନ ଗାଁ ଜଗନ୍ନାଥ ରାଉତଙ୍କ ଜମିକୁ ଉକ୍ତ ବିଲଡର ଜବରଦଖଲ କରି ମୋରମ ପକାଇ ରାସ୍ତା ନିର୍ମାଣ କରୁଥିଲେ ।

ଏହାକୁ ନେଇ ଉଭୟଙ୍କୁ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏହି ଘଟଣା ପରେ ମଧୁବନ ଗ୍ରାମର ପାଞ୍ଚ ଜଣ ଯୁବକ ବାରଙ୍ଗ ମୁଖ୍ୟ ରାସ୍ତା ଉପରେ ଜଗନ୍ନାଥଙ୍କୁ ସଂଘବଦ୍ଧ ଭାବରେ ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ ବାରଙ୍ଗ ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ତେବେ ଏହି ଘଟଣାରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିଲେ ।

ଜଗନ୍ନାଥଙ୍କ ପତ୍ନୀ କୁନ୍ତୀ ଦାସ ଏନେଇ ବ୍ଲୁଷ୍ଟାର ବିଲଡର ମାଲିକ ପିଙ୍କି ପ୍ରଧାନଙ୍କ ସମେତ ପାଞ୍ଚ ଜଣଙ୍କ ନାଁ ରେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ଚାରି ଓ ପରେ ଉକ୍ତ ଘଟଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଲଡର ସଂସ୍ଥାର ମାଲିକାଣୀ ପିଙ୍କି ପ୍ରଧାନଙ୍କୁ ବାଦାମବାଡି ସ୍ଥିତ ବ୍ଲୁ ଷ୍ଟାର କାର୍ଯ୍ୟାଳୟରୁ ବାରଙ୍ଗ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।


ତେବେ ସେ ଅସୁସ୍ଥ ଥିବାରୁ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଥିଲେ ତେବେ କୋର୍ଟ ଚାଲାଣ ପରେ ତାଙ୍କୁ ଚୌଦ୍ୱାର ଜେଲ ପଠା ଯାଇଛି । ତେବେ ଏହି ଲେଡି ଡ଼ନ ଙ୍କୁ ଉଚିତ ଶାସ୍ତି ମିଳୁ ବୋଲି ସମସ୍ତଙ୍କ ଅଭିଯୋଗ ଏବଂ ଆଶା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *