ପଞ୍ଚାୟତ ଇଲେକ୍ସନକୁ ନେଇ କଂଗ୍ରେସ ବିଧାୟକ Sura Routray ଯାହା କହିଲେ ନା…ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ  ଓଡିଶା ରାଜନୀତିର ଅନ୍ୟତମ ପ୍ରତିଭାବାନ, ମାର୍ଜିତ ରାଜନୈତିକ ବ୍ୟକ୍ତିତ୍ୱ ହେଉଛନ୍ତି ପ୍ରସାଦ ହରିଚନ୍ଦନ । ତାଙ୍କର ଗାମ୍ବୀର୍ଯ୍ୟପୁର୍ଣ୍ଣ ଓ ତତ୍ୱପୁର୍ଣ୍ଣ ଭାଷଣ ଯେ ଥରେ ଶୁଣିଥିବା ସେ ହିଁ ବୁଝିଥିବା ପ୍ରସାଦ ହରିଚନ୍ଦନ କିଏ ? ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପ୍ରସାଦ ଖୁବ କମ ବୟସରେ ହୋଇଥିଲେ ରାଜ୍ୟର ଗୃହ ମନ୍ତ୍ରୀ । କଂଗ୍ରେସ ଦଳର ରାଜ୍ୟ ସଭାପତି, ବିରୋଧୀ ଦଳର ସଚେତକ ଦାୟୀତ୍ୱ ବି ନିଭାଇଛନ୍ତି ପ୍ରସାଦ ।


ତେବେ ହେଲେ ସେ ଏବେ ଏକ ଭିନ୍ନ ବିଷୟକୁ ନେଇ ଚର୍ଚ୍ଚାରେ । ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ସତ୍ୟବାଦୀରୁ ଏଥର ତାଙ୍କର ଦଳ କଂଗ୍ରେସ ଜଣେ ହେଲେ ବି ପାର୍ଥୀ ଦେଇ ପାରିନାହିଁ । କାହିଁକି ଏଥର ପ୍ରସାଦ ନିରବ ରହିଲେ ତାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆଲୋଚନା । ଆଜି ପ୍ରାୟ ସମସ୍ତ ଖବର କାଗଜର ମୁଖ୍ୟ ରାଜନୈତିକ ପ୍ରସଙ୍ଗ ହେଉଛି ସତ୍ୟବାଦୀରେ କଂଗ୍ରେସ ପାର୍ଥୀ ନଦେଇପାରିବା ।

ଏମିତିରେ ସତ୍ୟବାଦୀ ସହିତ କଂଗ୍ରେସ ଦଳର ସର୍ମ୍ପକ ବହୁ ପୁରୁଣା । ପୁଣି ସତ୍ୟବାଦୀ ସହିତ ଗୋପବନ୍ଧୁଙ୍କ ନାଁ ଯୋଡି ହୋଇ ରହିଥିବାରୁ ସତ୍ୟବାଦୀର ରାଜନୈତିକ ପାଣିପାଗ ଉପରେ ଆଲୋଚନା ହେବା ସ୍ୱାଭାବିକ । ହେଲେ କାହିଁକି ରାଜନୀତିର ଜଣେ ଧୂଆଁଧାର ବ୍ୟାଟସମାନ ପ୍ରସାଦ ହରିଚନ୍ଦନ ଏଥର ପଂଚାୟତ ନିର୍ବାଚନକୁ ଓଲ ଲେଫ୍ଟ କରିଦେଲେ ?

କାହିଁକି ପ୍ରସାଦ ହରିଚନ୍ଦନ ଚାହିଁଲେନି ଯେ ଏଠାରୁ କଂଗ୍ରେସର କିଏ ପାର୍ଥୀ ହୁଅନ୍ତୁ ନାହିଁ ବୋଲି ? ସତ୍ୟବାଦୀରୁ ସେ କଣ ଆଗାମୀ ବିଧାନସଭା ନିର୍ବାଚନ ଲଢିବେନି କି ନା କଂଗ୍ରେସ ଦଳରେ ତାଙ୍କର ଆଉ ରହିବାର ନାହିଁ ? ତେବେ ଏହାକୁ ନେଇ କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ ଏହାକୁ ନେଇ ନିଜର ମତ ରଖୁଛନ୍ତି ଏବଂ ସେ କହିଛନ୍ତି ଯେ ପ୍ରସାଦ କଂଗ୍ରେସ କୁ ଭଲ ପାଆନ୍ତି ସେ କେବେ ଏହା କୁ ଛାଡି ଯିବେ ନାହିଁ ଏବଂ ସେ ଏହା ମଧ୍ୟ କହିଛନ୍ତି କି ପିସିସି ସଭାପତି ହେଉଛନ୍ତି କହୁଛନ୍ତି କିନ୍ତୁ ଚା ପିଇବାକୁ ପଇସା ନାହିଁ


ଏହା ଛଡା ସେ କହିଛନ୍ତି କି ସେ କୋରାପୁଟ, ସୁନ୍ଦର ଗଡ଼ ଏବଂ ବାଲେଶ୍ଵର ଆଦି ଭଲ ହେବ କିନ୍ତୁ ପୁରୀ ବିଷୟରେ ସେ ଜାଣି ନାହାଁନ୍ତି ଏବଂ ସେ କହିଛନ୍ତି କି ତାଙ୍କ ଏବଂ ଜ୍ୱାଇଁ ଙ୍କ ଭିତରେ ବାପ ପୁଅ ସମ୍ପର୍କ ତାଙ୍କ ଭିତରେ କୌଣସି ରାଜ ନୀତି କଥାବାର୍ତ୍ତା ହୁଏ ନାହିଁ । ତେବେ ଏକଥା ମଧ୍ୟ ସତ ଯେ ରାଜନୀତିରେ ଅନେକ କିଛି ଆକଳନ ହୁଏ କଳ୍ପନା ଜଳ୍ପନା ହୁଏ । ସେମିତି ଏବେ ପ୍ରସାଦଙ୍କୁ ନେଇ ହେଉଛି । ଜଣାପଡିବ ଆଗକୁ ପ୍ରସାଦ କେଉଁ ଦଳକୁ ଯାଉଛନ୍ତି । ପ୍ରସାଦ କେଉଁ ଦଳକୁ ଯାଉଛନ୍ତି ତାହା ଯଦିଓ ଏବେଠାରୁ କହିବା କଷ୍ଟକର ।

Leave a Reply

Your email address will not be published. Required fields are marked *