ଦୁର୍ଘଟଣା ପୂର୍ବରୁ ହଠାତ ଆକାଶରେ ଏମିତି ଗାଏବ ହେଇ ଯାଇଥିଲା ହେଲିକ୍ୟାପ୍ଟର, ସାମ୍ନାକୁ ଆସିଲା ଶେଷଦୃଶ୍ୟ, ଦେଖନ୍ତୁ Exclusive ଭିଡିଓ

ବନ୍ଧୁଗଣ ଗତ କାଲି ସକାଳ ସମୟରେ MI.17.V5 ହେଲିକପ୍ଟର କ୍ରାଶ ହୋଇଯାଇଥିଲା । ଏହି ହେଲିକପ୍ଟର କ୍ରାଶ ହେବା ଦ୍ଵାରା ସିଡିଏସ ବିପିନ ରାୱତଙ୍କ ସହ ଅନ୍ୟ କେତେକ ସେନାଧିକାରୀ ମାନେ ପ୍ରାଣ ହରାଇଛନ୍ତି । ଏହି ହେଲିକପ୍ଟର କ୍ରାଶ ହେବାର କିଛି ସମୟ ପୂର୍ବରୁ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ବନ୍ଧୁଗଣ ସମସ୍ତ ସ୍ଥାନରେ ଏହି ହେଲିକପ୍ଟର କ୍ରାଶ ହେବାର ଭିଡିଓ ଚର୍ଚାରେ ରହିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ MI.17.V5 ହେଲିକପ୍ଟର ଆକାଶରେ ଉଡୁଥିବାର ନଜର ଆସୁଛି ହେଲେ କିଛି କ୍ଷଣ ମଧ୍ୟରେ ହେଲିକପ୍ଟରଟି ଆକାଶରେ ଗାୟବ ହୋଇଯାଉଥିବାର ମଧ୍ୟ ନଜର ଆସୁଛି ।

ହେଲିକପ୍ଟର କ୍ରାଶ ହୋଇଥିବା ସ୍ଥାନରେ ଥିବା କିଛି ଲୋକ ଏହି ଭିଡିଓଟି ସୁଟ କରିଥିଲେ ଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ଭିଡିଓକୁ ନେଇ ସବୁ ଆଡେ ଚର୍ଚା ଚାଲିଛି । ଏହି ହେଲିକପ୍ଟରରେ ସର୍ବ ମୋଟ ୧୪ ଜଣ ଯାତ୍ରା କରୁଥିଲେ । ୧୪ ଜଣଙ୍କ ମଧ୍ୟରେ ବିପିନ ରାୱତ ସମେତ ତାଙ୍କ ପତ୍ନୀ ମଧୁଲୋକା ରାୱତ ଓ ଅନ୍ୟ ସେନାଧିକାରୀ ମାନେ ଥିଲେ ।

ତେବେ ବିପିନ ଓ ତାଙ୍କ ପତ୍ନୀ ସହିତ ଅନ୍ୟ ୧୧ ଜଣ ଏହି ହେଲିକପ୍ଟର କ୍ରାଶରେ ନିଜ ପ୍ରାଣ ହରାଇଥିବାର ସୂଚନା ମିଳିଛି । ଏହି ହେଲିକପ୍ଟରକୁ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ବ୍ୟବହାର କରନ୍ତି । କାରଣ ଏଥିରେ ଯାତ୍ରା କରିବା ଅନ୍ୟ ହେଲିକପ୍ଟର ବ୍ଯତୀତ ଅଧିକ ସୁରକ୍ଷିତ । ତେବେ ଯେକୌଣସି ପାଣିପାଗରେ ଏଥିରେ ଯାତ୍ରା କରିହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହେଲିକପ୍ଟର ସମ୍ବନ୍ଧରେ କିଛି ଅଧିକ କଥା ।

ଦୁର୍ଘଟଣା ଗ୍ରସ୍ତ MI.17.V5 ହେଲିକପ୍ଟର ବାୟୁସେନାରେ ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟରରୁ ଅନ୍ୟତମ । ୨୦୧୨ ମସିହା ଫେବୃୟାରି ୧୭ ପରଠାରୁ ଏହା ବାୟୁସେନାରେ ଯୋଗ ଦେଇଆସୁଛି । ବନ୍ଧୁଗଣ ଏହି ହେଲିକପ୍ଟରଟି କ୍ରାଶ ହେବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *