ଦେଖନ୍ତୁ ଗୋଟେ “ବାପା” ନିଜ ଝିଅ ସହିତ କଣ କଲା ??

ଆଜି ଆମେ ଆପଣଙ୍କୁ ଗୋଟିଏ ବାପା ଓ ଝିଅର କାହାଣୀ କହିବୁ । ଯାହାକୁ ଶୁଣିବା ପରେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ । ଦିନେ ଝିଅ ପୁନମ ବିବାହ କରି ଘରକୁ ଆସି ବାପାଙ୍କୁ କହିଲା କି ବାପା ମୁଁ ମୋର ପସନ୍ଦର ପୁଅକୁ ବାହା ହୋଇ ଯାଇଛି । ବାପା ଏହି କଥା ଶୁଣିବା ପରେ ରାଗି ଗଲେ, କିନ୍ତୁ ସେ ବହୁତ ଶାନ୍ତ ଓ ସରଲ ବ୍ୟକ୍ତି ଥିଲେ, ସେଥିପାଇଁ କେବଳ ସେ ଝିଅକୁ କହିଲେ କି ତୁ ମୋ ଘରୁ ବାହାରି ଯା ।

ବାହାଘରର କିଛି ବର୍ଷ ପରେ ବାପାର ଦେହାନ୍ତ ହୋଇଗଲା ଓ ଏହା ମଧ୍ୟରେ ପୁନମକୁ ସେହି ପୁଅ ଧୋକା ଦେଇ ଚାଲି ଗଲା । ପୁନମର ପୁଅ ଓ ଝିଅ ଥିଲେ । ସେ ଗୋଟିଏ ହୋଟେଲ ଚଲାଉ ଥିଲା । କିନ୍ତୁ ପୁନମ ଯେତେବେଳେ ଜାଣି ପାରିଲା କି ତାର ବାପାଙ୍କ ମୃତ୍ୟୁ ହୋଇ ଯାଇଛି ତେବେ ସେ ମନେ ମନେ ଖୁସି ହେଲା ଓ ଚିନ୍ତା କରିଲା କି ଯାହା ହେଲା ଭଲ ହେଲା । ମୋତେ ଘରୁ ବାହାର କରି ଦେଇ ଥିଲେ ।

ପୁନମର ପିଉସାଙ୍କ ଅନୁରୋଧ କ୍ରମେ ପୁନମ ନିଜ ବାପାକୁ ଦେଖିବା ପାଇଁ ଗଲା । ପୁନମ ଯେତେବେଳେ ଘରକୁ ଗଲା ତେବେ ସମସ୍ତେ ତାର ବାପାଙ୍କ ଅନ୍ତିମ ସଂସ୍କାରର ପ୍ରସ୍ତୁତି କରୁଥିଲେ । କିନ୍ତୁ ଏହା ଦେଖି ପୁନମ ମନରେ ଟିକେ ହେଲେ ବି ଦୁଃଖ ନ ଥିଲା । ପିଉସା ପୁନମକୁ ଗୋଟିଏ ଚିଠି ଦେଲେ ଓ କହିଲେ କି ତୋର ବାପା ତୋ ପାଇଁ ଏହି ଚିଠି ଛାଡି ଦେଇ ଯାଇଛନ୍ତି ।

ପୁନମ ସେହି ଚିଠି ଖୋଲି ପଢିଲା, ସେଥିରେ ଲେଖା ହୋଇଥିଲା କି ମୋର ପ୍ରିୟ ଗୁଡିଆ, ମୁଁ ଜାଣିଛି ତୁ ମୋ ଉପରେ ରାଗିଛୁ । କିନ୍ତୁ ତୁ ତୋ ବାପାଙ୍କୁ କ୍ଷମା କରିଦେ । ମୁଁ ଜାଣିଛି ମୁଁ ତୋତେ ଘରୁ ବାହାର କରିଦେଲି । ସେହି ସମୟରେ ତୋ ପାଖରେ ରହିବା ପାଇଁ ଜାଗା ନ ଥିଲା । କିନ୍ତୁ ମୁଁ ବି ସେହି ସମୟରେ ଦୁଃଖରେ ଥିଲି । ମନେ ଅଛି ଯେତେବେଳେ ତୁ ପାଞ୍ଚ ବର୍ଷର ଥିଲୁ ତୁ ସେହି ସମୟରେ କେତେ କାନ୍ଦୁ ଥିଲୁ ।

ମୋ ବିନା ତୁ ରହି ପାରୁ ନ ଥିଲୁ । ମୁଁ ତୋର ଖୁସି ପାଇଁ ଦ୍ଵିତୀୟ ବିବାହ ବି କଲି ନାହିଁ । ମୁଁ ସବୁବେଳେ ସବୁ କ୍ଷେତ୍ରରେ ତୋ ସହିତ ଛିଡା ହେଉ ଥିଲି । କିନ୍ତୁ ଦିନେ ଏମିତି ଗୋଟିଏ ପୁଅ ସହ ବାହା ହୋଇଗଲୁ ଯାହା ବିଷୟରେ ତୁ କିଛି ବି ଜାଣି ନ ଥିଲୁ । କିନ୍ତୁ ମୁଁ ଯେତେବେଳେ ସେହି ପୁଅ ବିଷୟରେ ଜାଣିବାକୁ ଚେଷ୍ଟା କରିଲି ତେବେ ସେ ପୁଅ କାମବାସନା ଓ ଟଙ୍କା ପାଇଁ ଏହିଭଳି ବହୁତ ଝିଅକୁ ଧୋକା ଦେଇଛି ।

ତୁ ଯେତେବେଳେ ସେହି ପୁଅ ସହ ବାହା ହୋଇ ଆସିଲୁ ତେବେ ତୁ ମୋର ସବୁ ସ୍ଵପ୍ନକୁ ଭାଙ୍ଗି ଦେଲୁ । ମୁଁ ଶେଷରେ ଖାଲି ଏତିକି କହିବି କି ମୁଁ ମୋର ସବୁ ସମ୍ପତ୍ତି ତୋର ଓ ତୋର ପିଲାମାନଙ୍କ ନାଁରେ ଲେଖି ଦେଇଛି । ତୁ ଯେଉଁ ଦିନ ବାହା ହୋଇ ଘରକୁ ଆସିଲୁ ସେହି ଦିନ ମୁଁ ବହୁତ କାନ୍ଦି ଥିଲି । କାରଣ ମୁଁ ଗୁଡିଆ ଯିଏକି ସବୁ କାମ ପାଇଁ ମୋତେ ଖୋଜୁ ଥିଲା ଆଜି ସେ ବାହାଘର ଭଳି ବଡ ନିଷ୍ପତି ନିଜେ ଏକୁଟିଆ ନେଇ ଗଲା । ଚିଠି ପଢିବା ପୁନମ ବାପା ବାପା କହି ଜୋର ଜୋର କାନ୍ଦିବାକୁ ଲାଗିଲା । କହିବାକୁ ଗଲେ ପିଲାମାନେ ବାପା ମାଙ୍କୁ ଛାଡି ଦିଅନ୍ତି କିମ୍ବା ଭୁଲି ଯାଆନ୍ତି କିନ୍ତୁ ବାପା ମା ମରିବା ପରେ ବି ନିଜର ସନ୍ତାନମାନଙ୍କୁ ଛାଡନ୍ତି ନାହିଁ ।

Leave a Reply

Your email address will not be published. Required fields are marked *