ଝିଅଟି ସହ ଭାଲୁ ଯାହା କଲା ନା…କ୍ୟାମେରାରେ ରେକର୍ଡ ହେଇଗଲା, ନହେଲେ କେହି ବି ବିଶ୍ଵାସ କରି ନଥାନ୍ତେ, ଦେଖନ୍ତୁ Video

କହିବାକୁ ଗଲେ ଏହି ଦୁନିଆରେ କେତେବେଳେ କଣ ଘଟିଯିବ ଏହା କାହାକୁ ବି ଜଣା ନ ଥାଏ । କିନ୍ତୁ କେତେକ ଘଟଣା ଏମିତି ବି ଅଛି ଯଦି ସେ ଗୁଡିକ କ୍ୟାମେରାରେ ରେକର୍ଡିଂ ନ ହୋଇଥାନ୍ତା ତେବେ ସେହି ଘଟଣା ବିଷୟରେ କେହି ବି ବିଶ୍ଵାସ କରି ନ ଥାନ୍ତେ । ଆଜି ଆମେ ଆପଣଙ୍କୁ ଆପଣ ଏହିଭଳି କିଛି ଘଟଣା ବିଷୟରେ କହିବୁ । ଯାହାକୁ କ୍ୟାମେରା କଏଦ ନ ହୋଇଥିଲେ କେହି ବି ବିଶ୍ଵାସ କରି ପାରି ନ ଥାନ୍ତେ ।

ଘରେ ପାଲନ କରାଯାଉଥିବା କୁକୁରଙ୍କ ସାହାସ ଓ ସେମାନେ କେତେ ବିଶ୍ଵାସ ଏହା ଆପଣ ଜାଣିଥିବେ । କିନ୍ତୁ ରାସ୍ତାରେ ବୁଲୁଥିବା କୁକୁର ବି ବହୁତ ବାହାଦୁର ଓ ବୁଦ୍ଧିମାନ ହୋଇଥାନ୍ତି । ଏହି ଫୁଟେଜରେ ଆପଣ ଦେଖି ପାରିବେ ରାସ୍ତାରେ ଜଣେ ବ୍ୟକ୍ତି ଗୋଟିଏ ମହିଳାର ପିଛା କରୁଥିଲା । ସେହି ପାଖରେ ଗୋଟିଏ କୁକୁର ବସିଛି ।

କିନ୍ତୁ ଯେମିତି ହିଁ ମହିଳା ଓ ବ୍ୟକ୍ତି କୁକୁରକୁ ପାର କରି ଯାଉଛନ୍ତି ସେମିତି ହିଁ ସେହି ବ୍ୟକ୍ତି ମହିଳାର ବ୍ୟାଗକୁ ଚୋରୀ କରିବାକୁ ଚେଷ୍ଟା କରୁଛି । କିନ୍ତୁ ପଛରେ ଥିବା କୁକୁର ଏହି ସ୍ଥିତି ବିଷୟରେ ବୁଝିପାରି ସଙ୍ଗେ ସଙ୍ଗେ ସେହି ବ୍ୟକ୍ତି ପାଖକୁ ଯାଇ ତା ଉପରେ ଡେଇଁ ପଡୁଛି । ଚୋର ବି ଡରି ଯାଇ ଦୌଡିବାକୁ ଲାଗିଲା । କିନ୍ତୁ କୁକୁର ତାର ପିଛା ଛାଡିଲା ନାହିଁ ଓ ତାକୁ କାମୁଡିବାକୁ ଚେଷ୍ଟା କରୁଥିଲା ।

ଗୋଟିଏ ୟୁନିଭର୍ସିଟିରେ ଗୋଟିଏ ମା କୁକୁର ରହୁଥିଲା । ସେପ୍ଟମ୍ବର ମାସରେ ସେ ୭ ଟି କୁକୁର ଛୁଆକୁ ଜନ୍ମ ଦେଇ ଥିଲା । କିନ୍ତୁ ସେଠି କୁକୁର ଛୁଆମାନଙ୍କର ଦେଖା ଶୁଣା ଭଲ ଭାବରେ ନ ହେବା କାରଣରୁ କୁକୁର ଛୁଆକୁ ସମସ୍ତେ ନିଜ ନିଜ ଘରକୁ ନେଇ ଯିବାକୁ ମନସ୍ଥ କରିଲେ ।

ଯେତେବେଳେ ଗୋଟିଏ କୁକୁର ଛୁଆକୁ ଜଣେ ମହିଳା ଅନେଇ ଯାଉଥିଲେ ତେବେ ସେହି ସମୟରେ ସେହି ମା କୁକୁର ତାକୁ ଦେଖୁଛି । ସାହାସ କରି ସେହି ମହିଳା ପାଖକୁ ଯାଇ ନିଜର ଛୁଆକୁ ଶେଷ ଥର ପାଇଁ ସ୍ନେହ ଓ ଆଦର କରି ଚାଲି ଯାଉଛି । କିନ୍ତୁ ପୁଣି ପଛକୁ ବୁଲି ବି ଦେଖୁଛି ।

ଏହି ଦୃଶ୍ୟରେ କିଛି ମହିଳା ଗୋଟିଏ ଜଙ୍ଗଲରେ ବୁଲିବାକୁ ଯାଇ ଥିଲେ । କିନ୍ତୁ ଅଚାନକ ଜଙ୍ଗଲ ମଝିରୁ ଗୋଟିଏ ଭାଲୁ ସେମାନଙ୍କ ପାଖକୁ ଚାଲି ଆସିଲା । ଏହା ଦେଖି ସବୁ ମହିଳାମାନେ ଚୁପଚାପ ଛିଡା ହେବା ପାଇଁ ସ୍ଥିର କରିଲେ । ଭାଲୁ ଦୁଇ ଗୋଡରେ ଛିଡା ହୋଇ ଗୋଟିଏ ମହିଳାକୁ ଶୁଙ୍ଘିବାକୁ ବି ଲାଗିଲା । କିନ୍ତୁ ଭାଲୁ ଯେମିତି ଆଗକୁ ଯାଇଛି ମହିଳାମାନେ ସେଠୁ ଦୌଡି ଚାଲିଗଲେ । ଇଣ୍ଟରନେଟରେ ମହିଳାମାନଙ୍କ ଏହି ସାହାସୀ କାମର ବହୁତ ପ୍ରଶଂସା ହେଲା ।

Leave a Reply

Your email address will not be published. Required fields are marked *