Jajpur Train Mishap: ହେ ଭଗବାନ ! କି ଲୋମ ଟାଙ୍କୁରା ଦୃଶ୍ୟ…ଦେଖନ୍ତୁ କିପରି ଚାଲିଛି ଉଦ୍ଧାର କାର୍ଯ୍ୟ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଶା ରେ ଏକ ବଡ ରେଳ ଦୁର୍ଘଟଣା ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ସମୟରେ ଟ୍ରେନ ର ବେଗ ସାମାନ୍ୟରୁ ଅଧିକ ଥିଲା କି ? କାହିଁକି ଏତେ ଦୃତ ଗତିରେ ଆସୁଥିଲା ଟ୍ରେନ ? ଏତେ ବଡ କାଣ୍ଡ ଘଟାଇବା ପରେ ଟ୍ରେନ ଡ୍ରାଇଭରଙ୍କ ସନ୍ଧାନ ମିଳିନାହିଁ । ଏଭଳି ଏକ ଛାତିଥରା ଘଟଣା ଘଟାଇବା ପରେ ଉଭାନ ହୋଇଥିଲେ ଷ୍ଟ୍ରେନ ଡ୍ରାଇଭର । ଯାଜପୁର କୋରେଇ ଷ୍ଟେସନ ର ଭୟଙ୍କର ଷ୍ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି ।

ଟ୍ରେନ ବଗି ଯାତ୍ରୀ ବିଶ୍ରାମଗାର ଭିତରକୁ ମାଡି ଲୋକଙ୍କ ଜୀବନ ନେଇଗଲା । ତେବେ ଏହିଭଳି ଭୟଙ୍କର ଦୁର୍ଘଟଣା କୁ କଳ୍ପନା କରିଲେ ମଧ୍ୟ ଛାତି ଭିତର ଥଋ ଉଠୁଛି । ନିଜ ନିଜ ର ଗନ୍ତବ୍ୟ ସ୍ଥଳ କୁ ଯିବା ନିମନ୍ତେ ଯେଉଁ ଟ୍ରେନ ଙ୍କୁ ଲୋକମାନେ ଅପେକ୍ଷା କରି ରହିଥିଲେ, ସେହି ଟ୍ରେନ ପହଞ୍ଚିଲେ ଯେ ଜୀବନ ନେଇଯିବ, ଏକଥା କେହି କେବେ କଳ୍ପନା କରିନଥିବେ ।

ମାତ୍ର ଆଖି ପିଛୁଳାକେ ଯାହା ଘଟିଯାଇଛି, ତାହା ସଂପୂର୍ଣ୍ଣ ରାଜ୍ୟ କୁ ହତବାଗ କରିଦେଇଛି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପରେ ସାଧାରଣରେ କେବଳ ଗୋଟିଏ ଚର୍ଚ୍ଚା ଯେ କେମିତି ଘଟିଲା ଏତେ ବଡ ଦୁର୍ଘଟଣା ? ଏଭଳି ଏକ ଦୁର୍ଘଟଣା ନିମନ୍ତେ ଦାୟୀ କିଏ ? କିଭଳି ରେଳ ଷ୍ଟେସନ ଭିତରକୁ ମାଡିଗଲା ମାଲବାହୀ ଟ୍ରେନ ?ଦୁର୍ଘଟଣା ସମୟରେ ଟ୍ରେନ ର ବେଗ ସାମାନ୍ୟ ଠାରୁ ଅଧିକ ଥିଲା କି ?

ତେବେ ବର୍ତ୍ତମାନ ପୁନ୍ନରଉଦ୍ଧାର କାମ ଚାଲିଛି । ଦୁର୍ଘଟଣା ଟ୍ରାକ ରୁ ବର୍ତ୍ତମାନ ସୁଦ୍ଧା ୭ ଟି ବାଗନ କୁ ହଟାଇ ଦିଆଯାଇଛି । ଘଟଣା ସ୍ଥଳରେ ଜୋରସୋରରେ ଟ୍ରାକ ମରାମତି ଏବଂ ସଫେଇ କାର୍ଯ୍ୟ ଚାଲିଛି । ତେବେ କାହିଁକି ମାଲବାହୀ ଟ୍ରେନ ହଠାତ ଟ୍ରାକ ଚ୍ୟୁତ ହୋଇଗଲା ? ଟ୍ରେନରେ ତୃଟି ରହିଥିଲା ନା ଲାଇନ ରେ ? ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତକାରୀ ଟିମ ଗଠନ କରାଯାଇଛି ।

ତେବେ ସମୁଦାୟୀ 3 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ କିଛି ଲୋକେ ଆହାତ ମଧ୍ୟ ହୋଇଛନ୍ତି ତେବେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ୫୮ ୱାଗନ ଥିବା ମାଲବାହୀ ରେଳଗାଡିର ୮ ଟି ୱାଗନ ଲାଇନ ଚ୍ୟୁତ ହୋଇଥିଲା ଏବଂ ତାହା ଏଭଳି ଦୁର୍ଘଟଣା ଘଟାଇଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *