Kishore ସପକ୍ଷରେ ବାହାରିଲେ ଗ୍ରାହକ କହିଲେ ‘୩ ଟା ବେଳେ ତ କିଶୋରର ମଟନ ମିଳେନା, ବାସି ହେଲା କେମିତି…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ BMC କିଶୋର ଭାଇନା ଙ୍କ ହୋଟେଲ କୁ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି । କିନ୍ତୁ ସାଧାରଣ ଜନତା ଯେଉଁମାନେ ତାଙ୍କ ହୋଟେଲରେ ଯାଇ ଖାଉଥିଲେ ସେମାନଙ୍କ ମନରେ ଅସନ୍ତୋଷତା ଦେଖାଯାଇଅଛି ଏବଂ ସେମାନେ କହିଛନ୍ତି ଯେ ତାଗିତ କରିବ, ସିଜ କରିବ, ୭ ଦିନ ସମୟ ଦେବ, ଯଦି ତମେ ୟାକୁ ଠିକ ଠାକ ନ କର ତେବେ ଆମ୍ଭେ ସମ୍ପୂର୍ଣ୍ଣ ଭାବରେ ବାଙ୍ଗିଦେବୁ ।

କିନ୍ତୁ ଲାଇସେନ୍ସ ପ୍ରାପ୍ତ କୋର୍ଟ ପ୍ରାପ୍ତ ଅଡର ଥାଇ ଭାଙ୍ଗିବା ଆଦୌ ଠିକ ହୋଇନାହିଁ । ଆଉ ଏକ ବ୍ୟକ୍ତି କହିଛନ୍ତି ଯେ ଗଣ ମାଧ୍ୟମରେ ଅପପ୍ରଚାର ଚାଲିଛି ଯେ ଦୁଇଦିନ ତଳେ କୌଣସି ହୋଟେଲ ଭଙ୍ଗା ହୋଇନଥିଲା କି କୌଣସି ନୋଟିସ ମଧ୍ୟ ଆସି ନଥିଲା, କୌଣସି ସସ ମଧ୍ୟ ଦୃଷ୍ଟି କୁ ଆସିନଥିଲା । ଏଠାରେ କିଛି କଲର ବ୍ୟବହାର ହୁଏ ନାହିଁ । ମାତ୍ର ଏହା ଆଜି ଭଙ୍ଗା ହୋଇଛି ।

ତେବେ କୌଣସି ସୋ-ସି-ଆ-ଲ ମି-ଡି-ଆରେ ଅପପ୍ରଚାର ହେବା କାରଣରୁ ଏଭଳି କରିବାଟା ଉଚିତ ନୁହେଁ । ତେବେ ଭୁବନେଶ୍ବରର ଜଣେ ପୂର୍ବତ୍ତନ କାଊଁସିଲର କହିଛନ୍ତି ଯେ ୧୯୯୬ ରୁ ୯୭ ମସିହାରୁ ମୁଁ କିଶୋର କୁ ଦେଖି ଆସୁଛି । ଏବଂ ସେ ଲୁଙ୍ଗୀ ପିନ୍ଧି ଛୋଟ ଦୋକାନ କରି ଚଳାଉଥିଲା ମାତ୍ର ବର୍ତ୍ତମାନ ସେ ୩୦ କର୍ମଚାରୀ ରଖି ସମସ୍ତଙ୍କ ଭରଣପୋଷଣ ସଠିକ ଭାବରେ କରୁଛି ।

ମାତ୍ର ଅପମିଶ୍ରଣ କଥା ହେଉ କି ଯାହା ହେଉ ଆମ୍ଭେ ଏ ସମ୍ପର୍କରେ କିଛି ଜାଣି ନାହୁଁ । ମାତ୍ର କିଶୋର ମଟନ ଦୋକାନ କରିଲେ ସମସ୍ତେ ଜାଣିଛନ୍ତି ତଥା ତାଙ୍କ ରେପୁଟେସନ ବଢିଯାଇଛି । ଭୁବନେଶ୍ଵରର ସମସ୍ତ କୋଣାନୁକୋଣରେ କିଶୋର ମଟନ ଦୋକାନ କହିଲେ ସମସ୍ତେ ଜାଣିଛନ୍ତି । ଏବଂ ଏହି ଫୁତଫାତରେ ତାଙ୍କ ଆୟ ମଧ୍ୟ ବଢିଛି ।

ଯଦି ତାଙ୍କ ଦୋକାନ ଭଙ୍ଗା ଗଲା ତେବେ ତାଙ୍କୁ ଉପଯୁକ୍ତ ଥାଇଥାନ ବ୍ୟବସ୍ଥା କରାଯାଉ ଯାହା ଫଳରେ ସେ ନିଜ ଜୀବିକା ନିର୍ବାହ କରିପାରିବେ । ତଥା ତାଙ୍କ ସହିତ କାମ କରୁଥିବା କର୍ମଚାରୀ ଙ୍କ ପରିବାର ଚଳିପାରିବ । ମାତ୍ର ଯଦି ଖାଦ୍ୟ ଯାଞ୍ଚ କରିଲା ବେଳେ କଲର ଦେଖାଗଲା ତେବେ ଭଲ ଭାବରେ ଯାଞ୍ଚ କରି ନିଷ୍ପତ୍ତି ନେଇଥାନ୍ତେ ଏହିଭଳି ଭାଙ୍ଗିଦେବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *