ଦଶହରା ରେ ଆସୁଛି ଆଉ ଏକ ସିଭିୟର Cyclone, ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଆମ ପାଣିପାଗ ବିଶେଷଜ୍ଞ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଫୁଣି ଥରେ ଫିକା ପଡ଼ିପାରେ ଏଥରର ଦଶହରା । ଆସୁଛି ଆଉ ଏକ ବାତ୍ୟା । ତା’ ପୁଣି ସେହି ଅକ୍ଟୋବର ମାସରେ । ପୂର୍ବରୁ ଏକାଧିକ ଥର ଅକ୍ଟୋବର ମାସରେ ବାତ୍ୟାର ତା-ଣ୍ଡ-ବ ସାରା ରାଜ୍ୟବାସୀ ଦେଖିଛନ୍ତି । ତେଣୁ ଏଥର ମଧ୍ୟ ଅକ୍ଟୋବର ମାସରେ ଦଶହରା ବେଳକୁ ଆଉ ଏକ ବାତ୍ୟା ଦାନା ବାନ୍ଧୁଥିବା ପାଣିପାଗ ବିଭାଗ ଆକଳନ କରିଛି ।

ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପ୍ରାୟ ୪-୫ ଦିନ ପରେ ଅର୍ଥାତ ଅକ୍ଟୋବର ୧୫ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପ ଘନୀଭୂତ ହେଲା ପରେ ବାତ୍ୟାର ରୂପ ନେବ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।

ତା’ଛଡ଼ା ଯଦି ବାତ୍ୟା ହୁଏ ତାର ପ୍ରଭାବ କେତେ ରହିବ, ଗତିପଥ କଣ ହେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । କିନ୍ତୁ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେଣୁ ଏହାର ପ୍ରଭାବରେ ଏଥରର ଦଶହରା ଧୋଇଯାଇ ପାରେ ।

ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାଯୋଗ୍ୟ ଯେ ବାତ୍ୟା ଆସିବାର ସମ୍ଭାବନା ରହିଛି । ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ସିଭିୟର ସାଇକ୍ଲୋନ ର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟା ୧୫ରୁ ୧୭ ତାରିଖ ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସେ ଆକଳନ କରିଛନ୍ତି । ଅନ୍ୟପକ୍ଷରେ ଆଜିଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଦେଇଛି ।

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହା ଗୁଜରାଟର ଅଧିକାଂଶ ସ୍ଥାନ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶର କେତେକ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ହେଲେ ଏଥର ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ପ୍ରଥମ ରୁ ଦଶହରା କରୋନା ପାଇଁ ଥମି ଯାଇଥିଲା ଏବଂ ଏହି ଆସୁଥିବା ବାତ୍ୟା ଦଶହରା କୁ ସମ୍ପୂର୍ଣ୍ଣ ଭାବରେ ବର୍ବାଦ ମଧ୍ୟ କରି ପାରେ । ତେବେ ଦେଖିବାର ଅଛି କି ବାତ୍ୟା ର ରୂପ କଣ ହେଉଛି

Leave a Reply

Your email address will not be published. Required fields are marked *