କେତେ ଟଙ୍କାରେ ବିକ୍ରି ହେଲା ଏସଆଇ ଚାକିରି ? ୧୦ ମାସ ତଳେ ୩% ମାର୍କ ରଖୁଥିବା ପିଲା ଏବେ ରଖିଲେ ୯୪% ମାର୍କ ପାଇଗଲେ ଏସଆଇ ଚାକିରି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧୦ ମାସ ତଳେ ୩ ପ୍ରତିଶତ ମାର୍କ ରଖୁଥିବା ପିଲା ଏବେ ରଖିଲେ ୯୪ ପ୍ରତିଶତ ମାର୍କ । ଡିସେମ୍ବର ମାସରେ ପାଇଗଲେ ଏସଆଇ ବା ସବ-ଇନସପେକ୍ଟରଚାକିରି । ୧୦ ମାସ ତଳେ ସବଅର୍ଡିନେଟ ଷ୍ଟାଫ ସିଲେକ୍ସନରେ ଥିଲା ୩ % ମାର୍କ । ହେଲେ ଅକ୍ଟୋବର ଏସଆଇ ପରୀକ୍ଷାରେ ରଖିପାରିଲେ ୯୪ % ରୁ ଅଧିକ ମାର୍କ । ଏମିତି ଅନେକ ପିଲାଙ୍କ ମାର୍କ ବଢିବା ପରେ ଏସଆଇ ପରୀକ୍ଷାରେ ଦୁର୍ନୀତିର ସନ୍ଦେହ ।

ଏସଆଇ ପରୀକ୍ଷାରେ ଘୋର ଦୁର୍ନୀତିର ଅଭିଯୋଗ ଘଟିଛି । ପରୀକ୍ଷା ଦୁର୍ନୀତିରେ ଅଭିଯୋଗ କରି ଡିସେମ୍ବର ୨୬ ତାରିଖରେ DGP ଅଫିସରେ ଧାରଣା ଦେଇଛନ୍ତି ଅନେକ ଛାତ୍ରବୃନ୍ଦ । ଓଡିଶା ପୋଲିସରେ ଅନୁଷ୍ଟିତ ୩୦୦ ମାର୍କର ଏସଆଇ ପରୀକ୍ଷାରେ ବହୁତ ପିଲା ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ବହୁତ ପିଲା ମଧ୍ୟ ସଫଳ ହୋଇଥିଲେ ।

ସେହି ପିଲାଙ୍କର ମାତ୍ର ୧୦ ମାସ ତଳେ ଅର୍ଥାତ ୨୦୨୨ ଜାନୁଆରୀ ମାସରେ ହୋଇଥିବା ଭାରତ ସରକାରଙ୍କର ଅନ୍ୟ ଏକ ପରୀକ୍ଷାରେ କିଭଳି ଭାବରେ ମାର୍କ ରଖିଥିଲେ ତାହା ଦେଖିବା ଯୋଗ୍ୟ ।  ସବଅର୍ଡିନେଣ୍ଟ ଏସଆଇ ସିଲେକ୍ସନ ପରୀକ୍ଷାରେ ଫରେଷ୍ଟ ଗାର୍ଡ ପରି ଗୃପ-c ପରୀକ୍ଷାରେ ମାତ୍ର ୩ ପ୍ରତିଶତରୁ ଆରମ୍ଭ କରି ୫୦ ପ୍ରତିଶତ ଭଳି ମାର୍କ ରଖିଥିଲେ । ମାର୍କ ଅନୁସାରେ କ୍ଵାଲିଫାଇଙ୍ଗ ମାର୍କ ରଖିନଥିନରୁ ଏମାନେ ୧୦ ମାସ ତଳେ ଚାକିରିରୁ ବଞ୍ଚିତ ହୋଇ ରହିଯାଇଥିଲେ ।

ମାତ୍ର ହଟାତ ସେମାନେ ଅକ୍ଟୋବର ଓଡିଶା ବୋର୍ଡ ଦ୍ଵାରା ପରିଚାଳିତ ପରୀକ୍ଷାରେ ୯୪ ପ୍ରତିଶତରୁ ଅଧିକ ମାର୍କ ରଖି ପିଲା ମାନେ କୃତକାର୍ଯ୍ୟ ହୋଇଛନ୍ତି । ଫରେଷ୍ଟ ଗାର୍ଡ, ଅମିନ ଓ ଏସଆଇ ଭଳି ପରୀକ୍ଷାରେ ସେତେବେଳେ ଯେଉଁ ମାନେ ପରୀକ୍ଷାରେ ୧୮୦ରୁ ୬, ୭ ମାର୍କ ଭଳି  ରଖିଥିଲେ । ସେମାନେ ଏବେର ପରୀକ୍ଷାରେ ୩୦୦ ରୁ ୨୯୮ ଓ ୨୯୯ ଭଳି ପିଲା ମାନେ ମାର୍କ ରଖି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ ସେହି ସବୁ ପିଲା ମାନଙ୍କ ମଧ୍ୟରୁ ବହୁତ ପିଲା ମାନେ ଅଳ୍ପ ମାର୍କ ରଖିବା ପରେ ତାପରେ ଯେତେବେଳେ ହଟାତ ବହୁତ ମାର୍କ ରଖିଲେ ।

ସେତେବେଳେ ନିହାତି ଭାବରେ ସେହି ପିଲା ମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି । ଏହା ସହିତ ପରୀକ୍ଷା କରୁଥିବା ସଂସ୍ଥା ଗୁଡିକ ଉପରେ ମଧ୍ୟ ଘୋର ବିବାଦର ମତ ଉଠୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *