ଲକଡାଉନରେ ପତ୍ନୀକୁ ୧୦ ହଜାର ଟଙ୍କାରେ ଦୁଇ ଘଣ୍ଟା ପାଇଁ କରିଲା ଡିଲ, ସେ ତିନି ଦିନ ପର୍ଯ୍ୟନ୍ତ

ଲକଡାଉନ ମଧ୍ୟରେ ଉତ୍ତର ପ୍ରଦେଶର ମୁରାଦାବାଦରୁ ଏକ ବହୁତ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ଏଠି ଜଣେ ସ୍ଵାମୀ ଟଙ୍କା ପାଇଁ ନିଜର ପତ୍ନୀକୁ ହିଁ ବିକ୍ରି କରି ଦେଇଛି । ମହିଳାକୁ କ୍ରୟ କରିଥିବା ବ୍ୟକ୍ତି ତିନି ଦିନ ପର୍ଯ୍ୟନ୍ତ ମହିଳାକୁ ବନ୍ଧକ ରଖି ତାହା ସହିତ ବଳତ୍କାର କରିଛି । ମାମଲା ବିଷୟରେ ସେତେବେଳେ ସମସ୍ତେ ଜାଣିଲେ ଯେତେବେଳେ ସ୍ଵାମୀ ନିଜର ପତ୍ନୀର କୌଣସି ଠିକଣା ମିଳୁ ନାହିଁ ବୋଲି ପୋଲିସ ଷ୍ଟେସନରେ ରିପୋର୍ଟ ଲେଖାଇବାକୁ ଯାଇଥିଲା ।

ଏହା ପରେ ମାମଲାର ଯାଞ୍ଚ ପରେ ଜଣା ପଡିଲା କି ମହିଳାର ସ୍ଵାମୀ ହିଁ ସେହି ମହିଳାକୁ ଅନ୍ୟ ଏକ ବ୍ୟକ୍ତିକୁ ବିକ୍ରି କରି ଦେଇଛି । ଏହା ପରେ ଏହି ମାମଲାରେ ପ୍ରଥମେ ପୋଲିସ ଆରୋପି ସ୍ଵାମୀକୁ ସୋମମବାର ଦିନ ଗିରଫ୍ କରିଛି । ଏହା ସହିତ ଏହି ଘଟଣାରେ ସାମିଲ ଥିବା ଦୁଇ ଦଲାଲ ଓ ବଳତ୍କାର କରିଥିବା ବ୍ୟକ୍ତିକୁ ପୋଲିସ ବର୍ତ୍ତମାନ ଖୋଜିବାରେ ଲାଗିଛି ।

୧୦ ହଜାର ଟଙ୍କା ପାଇଁ ୨ ଘଣ୍ଟା ପାଇଁ କରିଲା

ଏହି ଘଟଣା ମୁରାଦାବାଦର ପାକବଡ଼ା ଥାନା କ୍ଷେତ୍ରର ଅଟେ । ଯେଉଁଠି ପୋଲିସ ନିଜର ହିଁ ପତ୍ନୀକୁ ୧୦ ହଜାର ଟଙ୍କାରେ ଦୁଇ ଘଣ୍ଟା ପାଇଁ ଅନ୍ୟ ଏକ ବ୍ୟକ୍ତିକୁ ବିକ୍ରି କରିଥିବା ସ୍ଵାମୀକୁ ଗିରଫ୍ କରି ନେଇଛି । ଏହି ଘଟଣାରେ ସାମିଲ ଜଣେ ଦଲାଲ ଓ ବଳାତ୍କାର କରିଥିବା ଆରୋପିକୁ ପୋଲିସ ବର୍ତ୍ତମାନ ଖୋଜିବାରେ ଲାଗିଛି । ଏମାନଙ୍କ ମଧ୍ୟରୁ ଜଣେ ସଂଭଲର ନିବାସୀ ଅଟେ ।

ପାକବଡ଼ା ଥାନା ପ୍ରଭାରୀ ସୁରେଂଦ୍ର ପାଲ ସିଂହଙ୍କ ଅନୁସାରେ, ସେହି ଅଞ୍ଚଳର ହାସମପୁର ଚୌରାହା ନିବାସୀ ଜଣେ ବ୍ୟକ୍ତି ଥାନାରେ ରିପୋର୍ଟ ଦେଇଥିଲା କି ତାହାର ପତ୍ନୀ ଘରୁ କେଉଁ ସ୍ଥାନକୁ ଚାଲି ଯାଇଛି ଓ ତାହାର କୌଣସି ଠିକଣା ଜଣା ପଡୁ ନାହିଁ । ଏହା ପରେ ପୋଲିସ ମହିଳାକୁ ଖୋଜିବାରେ ଲାଗିଗଲା ।

ମହିଳାର କଥା ଶୁଣି ପୋଲିସ ଆଶ୍ଚର୍ଯ୍ୟ

ପୋଲିସଙ୍କ ଅନୁସାରେ, ନଜର ରଖିବା ଦ୍ଵାରା ହଜି ଯାଇଥିବା ମହିଳା ବିଷୟରେ ସଂଭଲର ଗୁନ୍ନୌର ଥାନା କ୍ଷେତ୍ରରୁ ସୂଚନା ମିଳିଲା । ଏହା ପରେ ପାକବଡ଼ା ପୋଲିସ ମହିଳାକୁ ନିଜ ଅଧୀନରେ ନେଇ ଆସିଲା । ଏହା ପରେ ଯେତେବେଳେ ମହିଳାକୁ ପଚରା ଉଚରା କରାଗଲା ତ ମହିଳାର କଥା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇ ରହିଗଲେ ।କହିବାକୁ ଗଲେ ମହିଳା ନିଜ ବୟାନରେ କହିଲା କି ସେ ହଜି ନ ଥିଲା, ଅଥବା ତାହାର ସ୍ଵାମୀ ହିଁ ୧୦ ହଜାର ଟଙ୍କାରେ ତାକୁ ବିକ୍ରି କରି ଦେଇଥିଲା । ମହିଳା ପୋଲିସକୁ କହିଲେ କି ଏହି ଘଟଣାରେ ପାକବଡାରେ ରହୁଥିବା ଖାଲିଦ ଦଲାଲ ହୋଇଥିଲା । ଖାଲିଦ ହିଁ ଗୁନ୍ନୌରରେ ରହୁଥିବା କଲୱାର ଭାଇ ହାତରେ ଏହି ମହିଳାକୁ ବିକ୍ରି କରିଥିଲା । ଦେଶ ଦୁନିଆର ସମସ୍ତ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *