ବିବାହ ପରେ କଣ ପାଇଁ ଡେରିରେ ଆସିଥାଏ ପିରିୟଡସ, ଜାଣନ୍ତୁ ଏହା ପଛରେ ଥିବା କାରଣ

ପ୍ରତି ମାସରେ ମହିଳାଙ୍କ ପିରିୟଡସ ସମୟରେ ସେମାନଙ୍କୁ ନିଜର ଖାଇବା ପିଇବାକୁ ନେଇ ସାବଧାନ ରହିବା ଦରକାର ନହେଲେ ଏହା ଦ୍ୱାରା ତାଙ୍କ ପିରିୟଡସ ଉପରେ ଖରାପ ପ୍ରଭାବ ପଡିପାରେ । ଏହି ସମୟରେ ଯଦି କିଛି ଭୁଲ ହୋଇଥାଏ ତାହେଲେ ପେଟର କିଛି ରୋଗ ବାହାରିବା ସହିତ ଇନ୍ଫେକ୍ସନ ବି ହୋଇ ପାରେ । ଏଥିପାଇଁ ଆପଣ ସେହି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ପେଟରେ କଷ୍ଟ ହେବ । ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବୁ ଯାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଜାଣନ୍ତୁ ବିବାହ ପରେ କଣ ପାଇଁ ପିରିୟଡସ ଡେରିରେ ହୋଇଥାଏ

ବିବାହ ପରେ ମହିଳାଙ୍କ ଜୀବନ ବଦଳି ଯିବା ସହିତ ତାଙ୍କ ଶରୀରରେ କେତେକ ପ୍ରକାରର ପରିବର୍ତ୍ତନ ଆସିଥାଏ । ବିବାହ ପରେ ମହିଳା ମାନଙ୍କର ଡେରିରେ ପିରିୟଡସ ହେବା ଏକ ସାଧାରଣ ସମସ୍ୟା ହୋଇଥାଏ ଏବଂ ଅଧିକାଂଶ ମହିଳା ଏହି ସମସ୍ୟାର ସମୁଖୀନ ହୋଇଥାନ୍ତି ।

ପିରିୟଡସ ଡେରିରେ ହେବାର ମୁଖ୍ୟ କାରଣ

ବିବାହ ପରେ ଡେରିରେ ପିରିୟଡସ ହେବା କେବେ ସ୍ଵାଭାବିକ ସମସ୍ୟା ହେବା ସମୟରେ ଆଉ କେତେବେଳେ ଏହା ବହୁତ ବଡ ରୋଗ ହେବାର କାରଣ ହୋଇଥାଏ । ଡେରିରେ ପିରିୟଡସ ହେବାର ବହୁତ କାରଣ ଥାଏ ସେଥି ମଧ୍ୟରୁ ଗୋଟିଏ କାରଣ ହେଉଛି ପ୍ରେଗନେନ୍ସି ।

ଯଦି ଆପଣ ଭାବୁଥିବେ କି ପିରିୟଡସ ଡେରିରେ ହେବାର କାରଣ ହେଉଛି ପ୍ରେଗ୍ନେଂସୀ ତାହେଲେ ଆପଣ ଭୁଲ ଭାବୁଛନ୍ତି ସବୁବେଳେ ପ୍ରେଗନେନ୍ସି ପାଇଁ ପିରିୟଡସ ଡେରିରେ ହୋଇ ନଥାଏ ଏଥିପାଇଁ ପିରିୟଡସ ବନ୍ଦ ହେବା ପରେ ଶୀଘ୍ର ପରୀକ୍ଷା କରିବା ଉଚିତ । ବିବାହ ପରେ ମହିଳା ମାନେ ସେକ୍ସୁଆଲି ରୂପରେ ଅଧିକ ଆକ୍ଟିଭ ହୋଇଯାନ୍ତି ଯାହା ଦ୍ଵାରା ସେ ଚାହୁଁ ନଥିଲେ ବି ଗର୍ଭଧାରଣ କରିଥାନ୍ତି ଏବଂ ସେମାନେ ଏଥିରୁ ରକ୍ଷା ପାଇବା ପାଇଁ ଗର୍ଭନିରୋଧକ ବଟିକା ଖାଇଥାନ୍ତି । ଏହି କାରଣରୁ ମଧ୍ୟ ମହିଳା ମାନଙ୍କର ପିରିୟଡସ ଠିକ ସମୟରେ ହୋଇ ନଥାଏ ।

ଗର୍ଭନିରୋଧକ ବଟିକା ହର୍ମୋନ୍ସକୁ ଖରାପ କରିଦେଇଥାଏ ଯେଉଁ କାରଣରୁ ଶରୀରରେ ଏଷ୍ଟ୍ରୋଜନ ସ୍ତର ବଢି ଯାଇଥାଏ ଏବଂ ହର୍ମୋନ ଅସନ୍ତୁଳନ ସମସ୍ୟା ସୃଷ୍ଟି ହୋଇଥାଏ , ଏହି କାରଣରୁ ମଧ୍ୟ ମହିଳା ମାନଙ୍କ ପିରିୟଡସ ଡେରିରେ ହୋଇଥାଏ । ଆଶକରୁଅଛୁ କି ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଥିଲେ ସେଆର କରିବେ । ଆଗକୁ ନୂଆ ଟିପ୍ସ ସବୁ ପାଇବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *