‘ବାବା, Miss You, ମୁଁ ତୁମର ଖରାପ ଝିଅ, କାରଣ ମୁଁ…’ ଟେଲି ଅଭିନେତ୍ରୀ Rashmirekha ଶେଷ ସମୟରେ ନିଜ ବାପାଙ୍କ ପାଇଁ ଲେଖିଗଲେ କିଛି, ଶୁଣିଲେ କାନ୍ଦି ପକେଇବେ ଆପଣ…

ବନ୍ଧୁଗଣ, ସୂଚନା ଅନୁଯାୟୀ ରଶ୍ମିରେଖା ସୁଇସାଇଡ ନୋଟ ରେ ଲେଖିଛନ୍ତି ଯେ “ମୋ ମୃ-ତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ମୁଁ ଗୋଟିଏ ଖରାପ ଝିଅ ମିସ ୟୁ ବାବା । ମୁଁ ଉପରେ ଥାଇ ତୁମ୍ଭକୁ ବହୁତ ମିସ କରିବି” । ଏମିତି କିଛି ଶେଷ କଥା ଲେଖି ନିଜର ଜୀବନ ହାରିଦେଲେ ଓଡିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା । ଭୁବନେଶ୍ଵର ନୟାପଲ୍ଲୀ ବଡସାହି ଭଡା ଘରୁ ସନ୍ଦେହ ଜଣକ ଅବସ୍ଥାରେ ରଶ୍ମିରେଖା ଙ୍କ ମୃତ ଦେହ ମିଳିବା ପରେ ମୃତ୍ୟୁ କୁ ନେଇ ଶାସପେନ୍ସ ଜାରି ରହିଅଛି ।

ତେବେ ରଶ୍ମିରେଖା କୁ କିଏ ମାରିଦେଇଛି ନା ସେ ନିଜେ ଜୀବନ ହାରିଛନ୍ତି ତାହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି । ଯାହାକୁ ନେଇ ବର୍ତ୍ତମାନ ସନ୍ଦେହ ପ୍ରକାଶ କରିଛନ୍ତି ରଶ୍ମିରେଖା ଙ୍କ ବାପା । ରଶ୍ମିରେଖା ଙ୍କ ବାପା ଙ୍କ କହିବା କଥା ସନ୍ତୋଷପାତ୍ର ନାମକ ବ୍ୟକ୍ତି ହିଁ ମୋ ଝିଅ ର ହତ୍ୟାକାରୀ । ଏହିଭଳି କିଛି ଅଭିଯୋଗ ଆଣିଛନ୍ତି ରଶ୍ମିରେଖା ଙ୍କ ବାପା ।

ତେବେ ପ୍ରଶ୍ନ ଉଠୁଛି ଯେ ସନ୍ତୋଷ ପାତ୍ର କିଏ ? ସୂଚନା ଅନୁଯାୟୀ ଘର ମାଲିକ ଙ୍କ କହିବା କଥା ଅଭିନେତ୍ରୀ ରଶ୍ମିରେଖା ଆଉ ଜଣେ ପୁରୁଷ ସ୍ଵାମୀ ସ୍ତ୍ରୀ ଭାବରେ ରହୁଥିଲେ । ମାତ୍ର ରଶ୍ମିରେଖା ଙ୍କ ବାପା ଙ୍କ କହିବା ଅନୁସାରେ, ମୋ ଝିଅ ବହୁଅତ ଭଲ ଝିଅ । ତାହା ବାହାଘର କଥା ଆମ୍ଭେ କେହି ମଧ୍ୟ ଜାଣି ନଥିଲୁ । ଆଉ ଯଦି ମୋ ଝିଅ ସନ୍ତୋଷ ସହିତ ମିଶି ଉଭୟ ସ୍ଵାମୀ ସ୍ତ୍ରୀ ଭାବରେ ରହୁଥିଲେ ତେବେ ସନ୍ତୋଷପାତ୍ର ହିଁ ମୋ ଝିଅ ର ହତ୍ୟାକାରୀ ।

ଏହିଭଳି କିଛି ଅଭିଯୋଗ ଆଣିଛନ୍ତି ରଶ୍ମିରେଖା ଙ୍କ ବାପା । ଏବଂ ଏହାପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଗତ ଦେଢମାସ ହେବ ରଶ୍ମିରେଖା ନୟାପଲ୍ଲୀ ଅଞ୍ଚଳରେ ଜଣେ ପୁରୁଷ ବନ୍ଧୁ ଙ୍କ ସହିତ ରହି ଆସୁଥିଲେ । ଆଉ ଏହି କଥା କୁ ଏ ପର୍ଯ୍ୟନ୍ତ ମଧ୍ୟ ଜାଣିନଥିଲେ ପରିବାର ଲୋକେ । ତେବେ ଏଠାରେ କଥା ଉଠୁଛି ଯେ ଲିଭିଇନ ରିଲେସନସିପ କୁ ନେଇ କିଛି ମାନସିକ ଚାପ ରେ ଥିଲେ କି ରଶ୍ମିରେଖା ?

ଲିଭିଇନ ରିଲେସନସିପ ରେ ରହିବା ପରେ ରଶ୍ମିରେଖା ଏବଂ ତାଙ୍କ ପୁରୁଷ ବନ୍ଧୁ ଙ୍କ ଭିତରେ କିଛି ମନାନ୍ତର ଅଥବା ମତାନ୍ତର ଥିଲା କି ? ତେବେ ଏହିଭଳି କେଉଁ ପରିସ୍ଥିତି ପାଇଁ ରଶ୍ମିରେଖା ନିଜ ଜୀବନ ହାରିଦେଲେ । ଏହାକୁ ନେଇ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *