‘ସେ ବନ୍ୟା ପାଣିରେ ଭାସିଯାଉଥିଲେ..ଆମେ ତାଙ୍କ ପାଖକୁ ଡଙ୍ଗା ନେଉ ନେଉ ସେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ତେବେ ସେହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବର୍ତ୍ତମାନ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ।

ଅନେକ ଜିଲ୍ଲାରେ ବନ୍ୟା ହୋଇ ସାରିଛି । ତେବେ ବନ୍ଧୁଗଣ ଗତ କାଲି ହୀରାକୁଦ ୪୦ଟି ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡି ଯାଇଛନ୍ତି । ଆଉ ଏହାରି ମଧ୍ୟରେ ଏକ ଅଘଟଣ ଘାତିଯାଇଛି । ଜଣେ ବ୍ୟକ୍ତି ମହାନଦୀରେ ଗାଧାଉ ଥିବା ସମୟରେ ପାଣିରେ ଭାସି ଯାଇଛନ୍ତି । ବ୍ୟକ୍ତିଙ୍କ ପୁଅ ଗଣମାଧ୍ୟମ ସାମ୍ନାରେ ଘଟଣା ବିଷୟରେ କହିଛନ୍ତି ।

ତେବେ ଯୁବକ ଜଣକ କହିବା ମୁତାବକ-‘ମୋ ନାଁ ହେଉଛି ଅନିଲ ଦାସ ଆଉ ମୋ ବାପାଙ୍କ ନାଁ ହେଉଛି ଅମରେନ୍ଦ୍ର ଦାସ । ବାପା ଗାଧାଉ ଥିଲେ ଖସିଗଲେ । ଏହି ୪୫ ମିନିଟ ହେବ ଏହି ଘଟଣା ଘଟିଲା । ମୁଁ ଭୁବନେଶ୍ବର ଯାଇଥିଲି ଗାଁରୁ ଭାଇ ମାନେ ଫୋନ କରି ସବୁ କହିଲେ ମୁଁ ଏଠି ଆସି ପହଞ୍ଚିଲି । ମୁଁ ବାପାଙ୍କୁ ଖୋଜୁଛି ହେଲେ ବାପା ମିଳୁ ନାହାନ୍ତି । ତେବେ ଓଡ୍ରାଫ ଟିମ ଯାଇ ବାପାଙ୍କୁ ଖୋଜୁ ଛନ୍ତି ହେଲେ ଅଧିକ ଟିମ ହେଲେ ଭଲ ହୁଅନ୍ତା ଚାରି ଆଡେ ଟିକେ ଭଲରେ ଖୋଜନ୍ତେ’ ।

ତେବେ ବନ୍ଧୁଗଣ ଏହି ଘଟଣା ଘଟିବା ପରେ ମାନସ ବେହେରା ଆଉ ତାଙ୍କ ସହ ଦୁଇଜଣ ବ୍ୟକ୍ତି ଉଦ୍ଧାର କରିବା ପାଇଁ ଡଙ୍ଗା ନେଇ ଯାଇଥିଲେ । ମଝି ନଦୀକୁ ଯିବା ସମୟରେ ସେ ବୁଡିଗଲେ । ଏତେ ସୁଅରେ ସେ ଡଙ୍ଗା ନେଇ ତାଙ୍କ ପାଖକୁ ଯିବା ସମୟରେ ବ୍ୟକ୍ତି ଜଣକ ବୁଡି ଯାଇଥିଲେ । ଏହା ପ୍ରଥମ ନୁହେଁ ଏମିତି ଅନେକ ଥର ଯେତେବେଳେ ବି ବନ୍ୟା ଆସେ ଅନେକ ଲୋକ ପାଣିରେ ଭାସି ମୃତ୍ୟୁ ବରଣ କରନ୍ତି । ତେବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ତେବେ ସେହି ପରି ଦିଗବାରିଣୀ ଖୁଣ୍ଟ ନିକଟରେ ସମୁଦ୍ରରେ ବୁଡି ଜଣେ ନିଖୋଜ । ନିଖୋଜ ଯୁବକ ପଶ୍ଚିମବଙ୍ଗର ରବି ସିଂ ହୋଇଥିବା ସୂଚନା ରହିଛି । ଦୁଇ ବନ୍ଧୁ ବୁଲିବାକୁ ଆସି ଗାଧୋଇବା ବେଳେ ବୁଡି ଯାଇଥିଲେ । ଅନ୍ୟ ଜଣେ ଯୁବକ ବିହାରର ସ୍ୱାଗତ ଚୈାଧୁରୀ ଉଦ୍ଧାର ହୋଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *