ହେ ଭଗବାନ ଏବେ କଣ ହେବ…ବନ୍ୟା ପାଣି ଦେଖି କାନ୍ଦି ପକାଇଲେ Rudra Maharathy, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପୁରୀ ଜିଲ୍ଲାରେ ବନ୍ୟା ପ୍ରକୋପ । ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି । କଣାସର ମକରା ଓ ରାଜୁଆ ନଦୀର ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ରାଜୁଆ ନଦୀରେ ଗଡ଼ସାନପୁଟର ଲୋକାପାଳ ଓ ହଳଦୀଆପଡ଼ାରେ ଯେଉଁ ଘାଇ ହୋଇଥିଲା, ତାହା ୧୦୦ ମିଟର ଚଉଡା ହେଲାଣି । ମନ୍ଦାରବସ୍, ଢୋଲ ପାଟଣା, କଣ୍ଟାବଣିଆ, ବାହାବଜା, ଝାରକଟା, ଢିଅପୁର ଓ ଶରଧାପୁର ଗାଁରେ ବନ୍ୟା ପାଣି ମାଡ଼ି ଯାଇଛି ।

ଅନେକ ଲୋକ ଗାଁ ଛାଡି ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଭାରତୀପୁର ଜମ୍ବିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ କୋଣାର୍କ, ନିମାପଡ଼ା, ଗୋପ ବ୍ଲକରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ଗୋପ ଗଣେଶ୍ୱର ପଞ୍ଚାୟତ ଖଣ୍ଡିଆକୁଦରେ କୁଶଭଦ୍ରା ନଦୀରେ ୨୫ ଫୁଟ୍ ଲମ୍ବର ଘାଇ ହୋଇଛି ।

ଫଳରେ ଗଣେଶ୍ୱରପୁର, ନାଗପୁର, ବେଦପୁର, ଅଣ୍ଢରା, ରାହାଁଗୋରଡ଼ା, ଡଭାର ପଞ୍ଚାୟତର ଶତାଧିକ ଗାଁ ଜଳମଗ୍ନ ହୋଇଛି । ନିମାପଡ଼ାରେ ଧନୁଆ ନଦୀର ବନ୍ୟା ଜଳ ପ୍ରକୋପ ବଢୁଛି । ତେବେ ବଢି ପାଣି ଯୋଗୁ ୧୨ଟି ଗାଁ ଜଳବନ୍ଦୀ ହୋଇଛି । ନିିମାପଡା ଓ ଗୋପ ବ୍ଲକର ୧୮ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ତେବେ ବନ୍ୟାଞ୍ଚଳ ବୁଲିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସ୍ଥିତି ସମୀକ୍ଷା କରିଛନ୍ତି ।

ଭାର୍ଗବୀ ନଦୀର ବନ୍ୟା ଆସିବା ଫଳରେ ନିମାପଡା ବ୍ଲକ ବଡ଼ମାଛପୁର ପଞ୍ଚାୟତର ଦକ୍ଷିଣ ମହଲା ସମେତ ୭ଟି ବସ୍ତି ଜଳମଗ୍ନ ହୋଇଛି । ସେହିପରି ହଜାର ହଜାର ହେର ଚାଷଜମି ପାଣିରେ ବୁଡି ରହିଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ବିଭିନ୍ନ ଗାଁ ପରିଦର୍ଶନ କରି ବନ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି । ତଳିଆ ଅଞ୍ଚଳରେ ଲୋକ ମାନଙ୍କୁ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।

ବନ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବାବେଳେ ଜଳସେଚନ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ । ତେବେ ବର୍ତ୍ତମାନ ଏକ ସମୀକ୍ଷା ବୈଠକ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ସହ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ୧୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ୧୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଦିପ୍ତୀଶ୍ରୀ ରାଉତରାୟ ଏବଂ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ, ଡେଲାଙ୍ଗ ଆଇଆଇସି ଅନିଲ କୁମାର ମହାନ୍ତି ଆଦି ଯୋଗଦେଇ ବନ୍ୟା ପରିସ୍ଥିତ ସମୀକ୍ଷା କରିବା ସହିତ ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ବନ୍ଦବୋସ୍ତ କରାଯାଇଥିଲା ।

ଏଥିରେ ରାଜସ୍ୱ ବିଭାଗ, ଓଡ୍ରାଫ ଟିମ, ଅଗ୍ନି ସେବା କେନ୍ଦ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ଆଇସିଡିଏ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ । ବନ୍ୟା ବିପନ୍ନଙ୍କ ପାଇଁ ଚୁଡା, ଗୁଡ, ଔଷଧ ପାନୀୟ ଜଳ, ଗୋଖାଦ୍ୟ, ରନ୍ଧା ଖାଦ୍ୟ ବନ୍ୟା ବିପନ୍ନଙ୍କୁ ଯୋଗାଇ ଦେବା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ଯତ୍ନ ନେବା, ବନ୍ୟା ଅଞ୍ଚଳରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବା, ପୋଲିସ ବିଭାଗ ଶାନ୍ତିଶୃଙ୍ଖଳା ରକ୍ଷା, ଧନଜୀବନ ସୁରକ୍ଷା ପାଇଁ ସଜାଗ ରହିବାକୁ, ଯୁଦ୍ଧକାଳୀନ ଭିତିରେ ସହାୟତା ଓ ଉଦ୍ଧାରସବୁ ଜୀବନ ମୂଲ୍ୟବାନ ସେଥିପ୍ରତି ସତର୍କ ଓ ସଚେତନମୂଳକ ପଦକ୍ଷେପ ନିଆ ଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *