ଦାଣ୍ଡ ମଝିରେ ଚାଲିଲା ଶାଶୁ ବୋହୂ କଳି….ଭାଇରାଲ ହେଲା Video

ବନ୍ଧୁଗଣ, ଆପଣ ମାନେ ଦୀପିକା ଏବଂ ଦିନେଶ ଘଟଣା ଦୀର୍ଘ ୨ ମାସରୁ ଅଧିକ ହେଲାଣି ଜାଣିଥିବେ । ଦିନେଶ କେଉଁଠାରେ ଲୁଚି ରହିଥିବା ବେଳେ ଦୀପିକା ବର୍ତ୍ତମାନ ପର୍ଯ୍ୟନ୍ତ ଧାରଣା ରେ ନିଜ ଶଶୁର ଘର ପିଣ୍ଡାରେ ବସିଛନ୍ତି । ତେବେ ଏହାକୁ ନେଇ ଦୀପିକା ଙ୍କ ଶାଶୁ ଦୀପିକା ଙ୍କ ସହିତ ଝଗଡା ଲଗାଇଛନ୍ତି । ସେ କଣ କହିଛନ୍ତି ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଦୀପିକା ଙ୍କ ଶାଶୁ କହିଛନ୍ତି ଯେ କାହା ଘର ପିଣ୍ଡାରେ ଏମିତି କିଏ ତାଲା ଲଗାଇ ବସି ପଡିବ ଥୁଆ ହୋଇଛି ଏଠି ଖାଲି ।

ଏହାପରେ ଦୀପିକା କିଛି ଏଭଳି କହିଲେ ଯାହାକୁ ନେଇ ଦୀପିକା ଙ୍କ ଶାଶୁ ଆହୁରି କ୍ରୋଧଭରା କଣ୍ଠରେ ଚିଲାଇ ଉଠିଲେ । ଦିନେଶ ଙ୍କ ମା’ କହିଲେ ଯେ ମୋ ପୁଅର ଏକା ଦୋଷ ତୋର କିଛି ଦୋଷ ନାହିଁ ଆଉ ତୁ ଭଲ ଟା । ତୁ ଭଲ ହୋଇଥିଲେ ଏଠାରେ ବସିଥାନ୍ତୁ ଆଉ । ମାତ୍ର କେଉଁ ପିଲା ଫସାଏ ତାହା ଆଜି ଦେଖିଦେଲୁ । ଘରେ ପସି ୩ କୋଟି ମାଗୁଥିଲେ ଦୀପିକା ତାଙ୍କ ଶାଶୁ କହିଛନ୍ତି ।

ଏହା ଶୁଣିବା ପରେ ଦୀପିକା କହିଲେ ମୁଁ କେତେବେଳେ ମାଗିଥିଲି ମତେ ପୃଭ ଦରକାର । ଏହାପରେ ପୁନ୍ନର୍ବାର ଦୀପିକା ଙ୍କ ଶାଶୁ ଚିଲାଇ କୁହନ୍ତି ଯେ ତୁ DNA ରିପୋର୍ଟ ଦେଖା ମୋ ପିଣ୍ଡାରେ ବସିଛୁ । ରିପୋର୍ଟ ଦେଖାଇଲେ ସମାଧାନ ଏଠାରେ ଏକା ମୁଁ କରିଦେବି ।

ମାତ୍ର ମିଡିଆ ସାମ୍ନା ରେ କହିଛନ୍ତି ଦୀପିକା ଙ୍କ ଶାଶୁ ଯେ ଏ କେବଳ ପଇସା ପାଇଁ ବସିଛି ୩ କୋଟି ର ଘର ନିମନ୍ତେ ବସିଛି ରିପୋର୍ଟ ମାଗିଲା ବେଳକୁ କିଛି ନାହିଁ । ତେବେ ଦୀପିକା ଙ୍କ ଯଦି ସବୁ ଭୁଲ ଦିନେଶ ଯଦି ସଂପୂର୍ଣ୍ଣ ଭାବରେ ସଠିକ ଅଛନ୍ତି ସେ ସାମ୍ନା କୁ ଆସି ଏ ସବୁର ସମାଧାନ କରୁ ନାହାଁନ୍ତି କଣ ପାଇଁ ?

ଏତେ ସବୁ ହେଲା ପରେ ମଧ୍ୟ ସେ ଘର କୋଣରେ ବସି ମଜା ଉଠାଉଛନ୍ତି ନା ତାଙ୍କୁ ତାଙ୍କ ପରିବାର ଲୋକେ ସାମ୍ନା କୁ ଆସିବାକୁ ମନା କରୁଛନ୍ତି । ଭଲ ପାଇଲେ ସମ୍ପର୍କ ରଖିଲେ ବିବାହ ନ କରି ଛୁଆଟିଏ ମଧ୍ୟ ହେଲା । ମଣିଷ କଣ ଅଟେ ତଳକୁ ଖସି ଯାଇଛି ଯେ ନିଜର ମାନବିକତା କୁ ପଛରେ ପକାଇବାକୁ ତିଳେ ମାତ୍ର ଅବହେଳା କରୁ ନାହିଁ ? ସେ ନିଷ୍ପାପ ଶିଶୁ ଟିର କି ଭୁଲ ? ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *