Odia Puzzle- ଡାଳ ନାହିଁ କି ପତ୍ର ନାହିଁ, ଫୁଲ ନାହିଁ କି ଫଳ ନାହିଁ, ରଙ୍ଗ ତା’ର କଳା ଆଉ ଗଛ ସିଏ ଲତା, ମଣିଷକୁ ଛାଇ ଦିଏ ଖରାକୁ ସେ ଛତା ? କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧.ଡାଳ ନାହିଁ କି ପତ୍ର ନାହିଁ ଫୁଲ ନାହିଁ କି ଫଳ ନାହିଁ

ରଙ୍ଗ ତା’ର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇ ଦିଏ ଖରାକୁ ସେ ଛତା, ତାହା କଣ ?

ଉତ୍ତର- କେଶ

୨. ଦୁହେଁ ମିଶିଲେ କରଇ ଶବ୍ଦ ଜନ୍ତ୍ର ନୁହେଁ ସେ ତଥାପି ବାଦ୍ୟ, ଏଥର ଉତ୍ତର ଦିଅ ଏ କଣ ?

ଉତ୍ତର-  ହାତ ତାଳି ବା କର ତାଳି ।

୩. ଏମିତି ବାଘ ସେ ଛାଡେନି ଘର ଖାଏନି ମଣିଷ ପିଏ ସେ କ୍ଷୀର ମା’ ନଦେଖିଲେ ମାଉସୀ ଦେଖ ଲୋ କୁକୁରକୁ ତାର ପ୍ରବଳ ଡର, ଏ ପ୍ରଶ୍ନର ଉତ୍ତର ଦିଅ ?

ଉତ୍ତର- ବିଲେଇ

୪. ନିମିସେ ପଡେ କବାଟ ତାର ନିମିସେ ହୁଏ ଖୋଲା କବାଟ ପଡିଲେ ବିଜୁଳି କଟଇ ଅନ୍ଧାର ଦିଶଇ ଗୋଲା, ଏହା କଣ ?

ଉତ୍ତର- ଏହାର ଉତ୍ତର ହେଉଛି ଆଖି କବାଟର ଅର୍ଥ ହେଉଛି ଆଖି ପତା । ଆଖିର ପତା ପଡିଲେ ଦୁନିଆ ଅନ୍ଧାର ।

୫. ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ସାଇଁ ସାଇଁ ଏହି ଉତ୍ତର କହିବ ଯିଏ ମକର ଚାଉଳ ଖାଇବ ସିଏ ?

ଉତ୍ତର- ଗୁଡି

୬. ଦଉଡି ଦେଇ ଗଛରେ ଝୁଲେ ଖୁସି ହୁଅନ୍ତି ଦେଖିଲେ ପିଲେ ବସନ୍ତି ଯାଇ ତା ଉପରେ ଗାଆନ୍ତି ଗୀତ ମନ ଖୁସିରେ, ଏହାର ଉତ୍ତର କଣ ?

ଉତ୍ତର- ଦୋଳି

୭. ଅଧା ଫୁଲ ମୁଁ ଅଧା ଫଳ ହେଲେ ତୋଳା ହୁଏ ନାହିଁ ଗଛରୁ ଡଉଲ ଡାଉଲ ଖଇର ରଙ୍ଗ ମୋ ଝରେ ରସ ମୋ ଦେହରୁ ?

ଉତ୍ତର- ଗୋଲାପ ଯାମୁନ

୮. ଗଛ ଦାରୁ ପତ୍ର ସରୁ ଫୁଲ ଧଳା ଫଳ କଳା ସେ ଫଳ ଯଦି ଖାଇବ ପାଖରେ ପାଣି ଥୋଇବ, ଏହା କଣ ?

ଉତ୍ତର- କଞ୍ଚା ଲଙ୍କା

୯. ପବନ ଖାଏ ସେ ପବନ ପିଏ ପବନରେ ତାର ଜୀବନ ଥାଏ ବାଜିଗଲେ କଣ୍ଟା ଦେହରେ ତାର ଅକାଳରେ ତାର ଜୀବନ ଯାଏ, ତାହା କଣ ?

ଉତ୍ତର- ବେଲୁନ

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *