ଏକାଠି ହେବେ Sumit ଓ Tapaswini ? ଦେଖନ୍ତୁ କଣ ରହିଛି ପୁରା ଖବର…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ବହୁ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିବାଦ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ମାସ ହେବ ଏହି ମାମଲାଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତପସ୍ଵିନୀ ଓ ସୁମିତ ଉଭୟ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ ହେଲେ ପରେ ସୁମିତଙ୍କ ପରିବାର ଲୋକେ ତପସ୍ଵିନୀଙ୍କୁ ଗ୍ରହଣ କରି ନଥିଲେ ।

ଏହା ପରେ ତପସ୍ଵିନୀ ନିଜ ହକ୍ ପାଇବା ପାଇଁ ଦୀର୍ଘ ଦୁଇ ମାସ କାଳ ଶୀତ କାକରରେ ରାସ୍ତା ଉପରେ ଧାରଣା ଦେଇ ବସିଥିଲେ । ଅନେକ ଦିନ ଧାରଣା ଦେଇ ବସିବା ପରେ ମଧ୍ୟ ସୁମିତଙ୍କ ଘର ଲୋକ ତପସ୍ଵିନୀଙ୍କୁ ଗ୍ରହଣ କରି ନଥିଲେ ଓ ସୁମିତ ଘର ଛାଡି ଚମ୍ପଟ ମାରିଥିଲେ । ଏପରି ସମୟରେ ତପସ୍ଵିନୀଙ୍କ ସହ ଜନସାଧାରଣଙ୍କ ସମର୍ଥନ ମିଳିଥିଲା ଯାହାଫଳରେ ଏହି ମାମଲାଟି କୋର୍ଟରେ ଚାଲିଥିଲା ।

ଗତ କିଛି ମାସ ତଳେ ଜିଲ୍ଲା କୋର୍ଟ ତପସ୍ଵିନୀଙ୍କୁ ତାଙ୍କ ଶାଶୁ ଘରେ ରହିବାର ନିର୍ଦ୍ଦେଶ ଦେଇଥିଲେ ଓ ସୁମିତ ତପସ୍ଵିନୀଙ୍କ ଖର୍ଚ୍ଚ ପାଇଁ ମାସିକ ଟଙ୍କା ଦେବେ ବୋଲି କହିଥିଲେ ଜିଲ୍ଲା କୋର୍ଟ । ହେଲେ ଜିଲ୍ଲା କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁମିତ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଆଜି ହାଇକୋର୍ଟକୁ ଆସିବେ ସୁମିତ ଓ ତପସ୍ଵିନୀ । ହାଇକୋର୍ଟର ମଧ୍ୟସ୍ଥ କେନ୍ଦ୍ରରେ ହେବ ଏହି ପାରିବାରିକ ବିବାଦର ଆପଶ ସମାଧାନ । ମଧ୍ୟସ୍ଥତା କେନ୍ଦ୍ରରେ ଆପଶ ସମାଧାନ ପାଇଁ ମାର୍ଚ୍ଚ ୩୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏପ୍ରିଲ ୩୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କିନ୍ତୁ ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଆଜି ଉଭୟଙ୍କ ମଧ୍ୟରେ ଆପଶ ସମାଧାନ କରାଯିବ ।

ସୁମିତ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କୁ ସରକାରୀ କ୍ଵାଟର ମିଳିଛି ସେହି କ୍ଵାଟରରେ ସୁମିତ ତପସ୍ଵିନୀଙ୍କୁ ନେଇ ରହିବାକୁ ତପସ୍ଵିନୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ବାହାରେ ସୁମିତ ଓ ତପସ୍ଵିନୀ ଭଡା ଘର ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ବନ୍ଧୁଗଣ ଆଜି ଏହି ମାମଲାକୁ ନେଇ ସମାଧାନ କରାଯିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *