ସବୁଠୁ ବଡ ଖୁସି ଖବର ! ବର୍ତ୍ତମାନ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଦେଖା ଦେଉଛି ଏହି ଭଲ ଲକ୍ଷଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ତେବେ ଏହି ସମୟ ରେ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳୁଛି ଯେ କରୋନା ଭୁତାଣୁ ର ଲୋଡ଼ କମିବାକୁ ଲାଗୁଛି ।

ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଂସିଷ୍ଟ ର ଏକ ତଥ୍ୟ ବର୍ତ୍ତମାନ ସାମ୍ନା କୁ ଆସୁଛି ଯେ ଭାଇରସ ର ଲୋଡ଼ କମିବା ପରେ ସଂକ୍ରମଣ ମଧ୍ୟ କମିବାକୁ ଲାଗିଛି । ଅଧ୍ୟୟନ ରୁ ଜଣା ପଡ଼ିଛି ଯେ ପୂର୍ବ ରୁ ସଂକ୍ରମିତ ଙ୍କ ଠାରେ ସିଟି ଭାଲ୍ୟୁ ୧୪ ରୁ ୧୮ ମଧ୍ୟରେ ଆସୁଥିବା ବେଳେ ବର୍ତ୍ତମାନ ସିଟି ଭାଲ୍ୟୁ ୨୪ ଆସୁଛି । ସାଧାରଣ ଭାଷା ରେ କହିବାକୁ ଗଲେ ପୂର୍ବ ଅପେକ୍ଷା ବର୍ତ୍ତମାନ ଆକ୍ରାନ୍ତ ଙ୍କ ଠାରେ ଭାଇରାଲ ଲୋଡ଼ କମ ଆସୁଛି ।

ବର୍ତ୍ତମାନ କରୋନା ର ଦ୍ଵିତୀୟ ଲହର ରେ ସଂକ୍ରମଣ ର ମାତ୍ରା କମିବାକୁ ଲାଗିଥିବା ସମୟ ରେ ଏହି ସଂକେତ ଏକ ଭଲ ସୂଚନା ଦେଇଛି । ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଭୁତାଣୁ ର ଲୋଡ଼ କମିବା ସହିତ ଏହାର ସଂକ୍ରମଣ ହେବାର କ୍ଷମତା ମଧ୍ୟ କମ ହୋଇଯାଉଛି ।

ମନୁଷ୍ୟ ଶରୀର ରୁ ସ୍ୱାବ ନେବା ପରେ ଏହାକୁ ସାଇକେଲ ଭଳି ଟେଷ୍ଟ କରାଯାଇଥାଏ । ଯଦି ପାଞ୍ଚ ଥର ରେ ଭୁତାଣୁ ଦେଖା ଯାଇଥାଏ ତେବେ ସିଟି ଭାଲ୍ୟୁ ୫ ବୋଲି ଗଣା ଯାଇଥାଏ । ଯଦି ୩୫ ଥର ଘୁରାଇବା ପରେ ମଧ୍ୟ ଭୁତାଣୁ ଦେଖା ଯାଇ ନ ଥାଏ ତେବେ ଶରୀର ରେ ଭୁତାଣୁ ନ ଥାଏ ।

ଅର୍ଥାତ ସିଟି ଭାଲ୍ୟୁ ଯେତେ ଅଧିକ ରହିବ ମନୁଷ୍ୟ ଶରୀର ରେ ଭୁତାଣୁ ର ଲୋଡ଼ ସେତିକି କମ ରହିବ । ତେବେ ଡାକ୍ତର ଙ୍କ କହିବା ଅନୁସାରେ ଯଦି ଶରୀର ରେ ଭାଇରାଲ ଲୋଡ଼ କମ ରୁହେ ତେବେ ରୋଗୀ ଗୁରୁତର ହେବ ନାହିଁ ବୋଲି କହି ହେବ ନାହିଁ । କିନ୍ତୁ ତାଙ୍କ ଶରୀର ରୁ ସଂକ୍ରମଣ ର ସମ୍ଭାବନା ହ୍ରାସ ପାଇବ । ତେବେ ବର୍ତ୍ତମାନ ସମୟ ରେ ଏହି ଖବର ଟି ଲୋକଙ୍କ ପାଇଁ ଆସ୍ୱସ୍ତି ଆଣି ଦେଇଛି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *