‘ଦୈତାରୀ ପଣ୍ଡା ବିଶ୍ୱାସରେ ବିଷ ଦେଇଛନ୍ତି, ଦୈତାରୀ ପଣ୍ଡା ମାଲିକଙ୍କୁ ଠକି…’ ଦେଖନ୍ତୁ କଣ କହିଲେ Hara Barik

ବନ୍ଧୁଗଣ, ସୂଚନା ଅନୁଯାୟୀ ହରି ବାରିକ କହିଛନ୍ତି ଯେ ଦୈତାରୀ ପଣ୍ଡା ବିଶ୍ବାସରେ ବିଷ ଦେଇଛନ୍ତି, ଦୈତାରୀ ପଣ୍ଡା ମାଲିକଙ୍କୁ ଠକିଛନ୍ତି । ଦୈତାରୀ ପଣ୍ଡା କେବଳ ଆସିନାହାଁନ୍ତି ବୋଲି କ୍ଷତି ହେଉନାହିଁ । ମାତ୍ର ଦୈତାରୀ ପଣ୍ଡା ଆସି ନାହାଁନ୍ତି ବୋଲି ସାମୁହିକ ଭାବରେ ଯେଉଁ କ୍ଷତି ହେବ ସେହି କ୍ଷତି ୨ କୋଟିରୁ ୩ କୋଟି ପର୍ଯ୍ୟନ୍ତ ହେବ ପାର୍ବତୀ ଗଣନାଟ୍ୟର । ମାତ୍ର କୌଣସି କ୍ଷେତ୍ରରେ ଏହି କଥା ହୋଇନାହିଁ, ଆମ୍ଭେ ଯେଉଁ କାଗଜ କରିଛୁ ସେହି କାଗଜ ସବୁଠାରୁ ଅଧିକ ଅଟେ । ମାତ୍ର ଯାତ୍ରାରେ ଗଚମୂଳେ ମଧ୍ୟ ମାଲିକ ପଇସା ଦେଇ ଦିଅନ୍ତି ।

ଯାତ୍ରାରେ ମାଲିକ ଦାଣ୍ଡ ଦୂଆରେ ବସିଥିବେ ଏବଂ ସେହି ବିଶ୍ଵାସରେ ସେ ପଇସା ଦେଇଦେବ ବିଶ୍ବାସର ସହିତ ସେ ଫେରିବ ବୋଲି । ଏହିସବୁ କଥା ଏବେ ମଧ୍ୟ ଅଛି । ଦୈତାରୀ ପଣ୍ଡା ବିଶ୍ଵାସରେ ବିଷ ଦେଇ ଠକିଛନ୍ତି । ଏହି କ୍ଷତି ଦୁଇ ତିନି ବର୍ଷ ଭିତରେ ଭରଣ ହୋଇପାରିବ ନାହିଁ । କାରଣ ଯାତ୍ରାରେ ଗୋଟିଏ ଗୋଟିଏ ବର୍ଷ ଯାହା ଲାଭ ହୋଇଥାଏ । ମାଲିକ ମାନେ କଳାକାରଙ୍କୁ ଭଲ ପାଆନ୍ତି ତଥା ସଉକରେ ଯାତ୍ରାପାଟି କରନ୍ତି ।

କିଛି କଳାକାର ମାନେ ବହୁତ ପଇସା ନେଉଛନ୍ତି,ଏଥିପାଇଁ କିଛି କଳାକାରଙ୍କ ପଇସା ଏତେ ବଢିଛି ଯେ କମିଟି ମାନେ ହଇରାଣ ହେଉଛନ୍ତି । କମିଟି ମାନଙ୍କୁ ବହୁତ ପଇସା ଦେବାକୁ ପଡୁଛି । ଟିକେଟର ମୂଲ୍ୟ ବହୁତ ବଢିଛି । ସାଧାରଣ ଲୋକଟେ ୨୦୦ ଟଙ୍କାରୁ ୩୦୦ ଟଙ୍କା ଦେଉଛି ।

ମାତ୍ର ଓଡିଶାରେ ମଧ୍ୟ ସିନେମାରେ ଏଭଳି ଟିକେଟ ପଇସା ହୋଇନାହିଁ ଜେଭଳି ଯାତ୍ରାରେ ହୋଇଛି । ଏହାର କାରଣ ହେଉଛି କିଛି କଳାକାରଙ୍କର ଦରମା ବଢିବା । କିଛି କଳାକାର ଅଛନ୍ତି କମ ଟଙ୍କା ପାଉଛନ୍ତି ଏବଂ କିଛି କଳାକାର ଅଛନ୍ତି ବହୁତ ଅଧିକ ଦରମା ପାଉଛନ୍ତି । ତଥା ଯେଉଁମାନେ ବହୁତ ଅଧିକ ଦରମା ପାଉଛନ୍ତି ସେମାନେ ନୂଆ କଳାକାରଙ୍କୁ ସୁଯୋଗ ଦେଉନାହାଁନ୍ତି ।

ଯେଉଁମାନେ ଅଧିକ ଟଙ୍କା ପାଉଛନ୍ତି ସେମାନେ ନିଜ ଦବଦବା ଏଭଳି ଭାବରେ ରଖିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ନିଜ ଇଛା ମୁତାବିକ ଡିମାଣ୍ଡ କରୁଛନ୍ତି । ମାତ୍ର କୌଣସି ଚାକିରିରେ ଏତେ ଟଙ୍କା ଆଡଭାନ୍ସ ନାହିଁ,ଏତେ ପାଠ ପଢିବା ପରେ ମଧ୍ୟ ମିଳୁନାହିଁ । ମାତ୍ର ମାଲିକଙ୍କୁ ଠକିବା କେତେଦୂରେ ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ପାର୍ବତୀ ଗଣନାଟ୍ୟର ମାଲିକ ହରି ବାରିକ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *