ପ୍ରସିଦ୍ଧ ଅଭିନେତ୍ରୀ ତଥା Daitari Panda ଙ୍କ ପତ୍ନୀ Lata Mandala ଦୀର୍ଘ 8 ବର୍ଷ ପରେ ଯାତ୍ରା ଦୁନିଆକୁ କରିଛନ୍ତି କମ୍ ବ୍ୟାକ, ଦେଖନ୍ତୁ ଏନେଇ ସେ କଣ କହିଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଲତା ମଣ୍ଡଳ ଯାତ୍ରା ଜଗତର ଏକ ଖ୍ୟାତ ଅର୍ଜନ କରିଥିବା ନାମ ଅଟେ । ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳ ଯେତେବେଳେ ସ୍ଟେଜକୁ ଓହ୍ଲାନ୍ତି ସେତେବେଳେ ତାଙ୍କର ଡାଇଲୋଗ କୁ ଦର୍ଶକେ ଚାହିଁ ରହିଥାନ୍ତି । ତେବେ ଗୋଟିଏ ଗୋଟିଏ ଡାଇଲୋଗରେ ଦର୍ଶକ ମାନଙ୍କର ଆଖିରୁ ଲୁହ ବୋହିଯାଇଥାଏ । ୮ବର୍ଷ ପରେ ପୁଣି ଥରେ ଯାତ୍ରା ମଣ୍ଡଳରେ ନଜର ଆସିବେ ଲତା ମଣ୍ଡଳ । ଏହାକୁ ନେଇ ଲତା କହିଛନ୍ତି ଯେ, ମୋର ସ୍କିନ ଖରାପ ହୋଇଯାଇଥିବାରୁ ମୁଁ ନିଜ ଇଛାରେ ଯାତ୍ରା ଛାଡି ଦେଇଥିଲି ।

ମାଲିକ ଛାଡି ନଥିଲେ କି ଦର୍ଶକେ ମଧ୍ୟ ଛାଡି ନଥିଲେ । ଘରର ଟିକେ ଅସୁବିଧା ମଧ୍ୟ ଥିଲା । ମାତ୍ର କୋରୋନା ପୂର୍ବରୁ ଆସିଥାନ୍ତି କିନ୍ତୁ କୋରନା ସମୟରେ ଆସିଥାନ୍ତି ପ୍ରାଏ ୨ ବର୍ଷ ଅଢେଇ ବର୍ଷ ହେବ ଯାତ୍ରା ବନ୍ଧ ହୋଇଗଲା । ଏହାପରେ ବର୍ତ୍ତମାନ ମୁଁ ଆସିଛି ମୁଁ ଏତିକି ଖୁସି ଅଛି ଯେ ୮ ବର୍ଷ ଗ୍ୟାପ ନେଲା ପରେ ମଧ୍ୟ ଦର୍ଶକ କି କମିଟି ଭୁଲି ନାହାଁନ୍ତି ପ୍ରବଳ ମାତ୍ରାରେ ଫୋନ ତଥା ମେସେଜ ଆସୁଛି ଯେ ଅପା ତୁମେ ଦୀର୍ଘାୟୁ ହୁଅ, ଆମ୍ଭେ ଖୋଜୁଥିଲୁ ସବୁ ପାଟିରେ କିନ୍ତୁ ଉଭାନ ହୋଇଯାଇଥିଲା ।

୨୨ ବର୍ଷରୁ ମା’ ରୋଲ ପାଇଁ ଯାତ୍ରା ଜଗତରେ ପରିଚିତ ଲତା ମଣ୍ଡଳ । ୮ ବର୍ଷ ପରେ ଲତା ମଣ୍ଡଳ ଯାତ୍ରା ଜଗତରେ ପାଦ ଦେବାକୁ ଯାଉଛନ୍ତି ଏବଂ ସେ ଦର୍ଶକ ବନ୍ଧୁ ମାନଙ୍କୁ କହିଛନ୍ତି ଯେ ସେମାନେ ନିଜର ରୁଚି ବଦଳାନ୍ତୁ । ମାତ୍ର ଏବେ ଯେଉଁ ଅସୁବିଧା ହୋଇଛି ଯେ କିଛି କଳାକାର ଜଣେ ମାଲିକ ପାଖରୁ ଟଙ୍କା ନେଇ ଆଉ ଏକ ପାର୍ଟି କୁ ପଳାଉଛନ୍ତି ।

ଆଉ ମାଲିକ ମାନେ ମଧ୍ୟ ସଚେତନ ହୁଅନ୍ତୁ । ଏବଂ କିଛି ମାଲିକ ଏଭଳି ଅଛନ୍ତି  ଯେ ଛୁଟିହେବା ପର୍ଯ୍ୟନ୍ତ କଳାକାର ମାନଙ୍କୁ ଜଣାଉ ନାହାଁନ୍ତି ଯେ ତୁମେ ଆମ୍ଭ ପାର୍ଟିରେ ରହିବ କି ନାହିଁ ? ଏହାଦ୍ଵାରା କିଛି କଳାକାର ମାନେ ମଧ୍ୟ ହଇରାଣ ହେଉଛନ୍ତି । ତେଣୁ ଏହିସବୁର ପରିବର୍ତ୍ତନ ହେବା ଦରକାର ।

ବିଶେଷ କରି ଦର୍ଶକ ବନ୍ଧୁ ମାନେ ନିଜର ରୁଚି ବଦଳାଇବା ଦରକାର । ଯେଉଁ ଆର୍ଟିଷ୍ଟ ମାନେ ୩୦ ଲକ୍ଷ, ୪୦ ଲକ୍ଷ ନଉଛନ୍ତି ସେମାନଙ୍କୁ ରଖିବା କଥା ନୁହେଁ । ସେହି ଜାଗାରେ ନୂଆ ପିଲାଙ୍କୁ ଆଣିଲେ ଉଚିତ ହେବ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *