ଓଃ କି ଭୟଙ୍କର ଦୃଶ୍ୟ ! ଜାମ୍ମୁ-କଶ୍ମୀରରେ ପ୍ରକୃତି ରଚୁଛି ତାଣ୍ଡବ, ଭୂକମ୍ପ ସାଙ୍ଗକୁ ବାଦଲ ଫଟା ବର୍ଷା, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବ ଜାରି ରହିଅଛି । ମଣିଷ ଏଠାରେ ବର୍ତ୍ତମାନ ଉପାୟଶୂନ୍ୟ ହୋଇପଡିଛନ୍ତି । ଗୋଟିଏ ପଟେ ବାଦଲ ଫଟା ବର୍ଷା, ପୁଣି ଏହା ସାଙ୍ଗକୁ ଭୂକମ୍ପ, ଶୁକ୍ରବାର ଦିନ ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ହୋଇଥିଲା । କେବଳ ଏତିକି ନୁହେଁ ସେଠାରେ ପୁଣି ଏକା ସାଙ୍ଗରେ ଭୂକମ୍ପ ହୋଇଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ଭୂକମ୍ପରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଅଛି ।

ଶୁକ୍ରବାର ଦିନ ଏହି ବାଦଲଫଟା ବର୍ଷା ଏବଂ ଭୂକମ୍ପ ଗୋଟିଏ ସମୟରେ ହୋଇଥିବା ନେଇ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀର ଠାରେ ଶୁକ୍ରବାର ସନ୍ଧ୍ୟା ୫.୨୧ମିନିଟରେ ଏହି ଭୂକମ୍ପର ଝଟକା ଅନୁଭବ ହୋଇଥିବା କୁହାଯାଉଅଛି । ତେବେ ସତରେ ଜମ୍ମୁ-କାଶ୍ମୀରରେ ଏହି ତାଣ୍ଡବ ଲୀଳା ଜନଜୀବନକୁ ସଂପୂର୍ଣ୍ଣ ଭାବରେ ଭୟଭୀତ କରି ଦେଇଛି । ଏହି ବାଦଲଫଟା ବର୍ଷାରେ ୧୬ ଜଣ ଶ୍ରଦ୍ଧାଳୁଙ୍କର ଜୀବନ ଚାଲିଯାଇଥିବା ବେଳେ, ୪୦ ଜଣ ବର୍ତ୍ତମାନ ସମୟରେ ନିଖୋଜ ରହିଛନ୍ତି ।

ଏହାସହିତ ସେହି ସମୟରେ ଭୂମିକମ୍ପକୁ ଦେଖି ସ୍ଥାନୀୟ ଲୋକେ ଆହୁରି ଭୟଭୀତ ହୋଇଯାଇଛନ୍ତି । ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷାକର୍ମୀ ତୁରନ୍ତ ସେଠାରେ ଉଦ୍ଧାରକାର୍ଯ୍ୟରେ ଲାଗି ପଡିଥିବାରୁ ଅନେକ ଶ୍ରଦ୍ଧାଳୁଙ୍କର ଜୀବନ ବଞ୍ଚାଜାଇପାରିଛି । ଶ୍ରୀନଗର, ବାରାମୁଲା ଏବଂ କୁପୱାଡା ଅଞ୍ଚଳରେ ରେ ଭୂକମ୍ପ ହୋଇଥିଲା । ୪ ଦିନ ମଧ୍ୟରେ ସମୁଦାୟ ୩ ୟ ଥର ନିମନ୍ତେ ଭୂକମ୍ପର ଝଟକା ଅନୁଭବ କରାଗଲା ।

ତେବେ ଏହି ଭୂକମ୍ପର କେନ୍ଦ୍ର ପାକିସ୍ଥାନ ବୋଲି କୁହାଯାଉଅଛି । କିନ୍ତୁ ଭୁକମ୍ପରେ କୌଣସି ବିଶେଷ କ୍ଷତି ହୋଇନହିଁ । ବର୍ଷା ସାଙ୍ଗକୁ ଭୂକମ୍ପ ଗୋଟିଏ ସ୍ଥାନରେ ହୋଇଛି ବୋଲି କୁହାଯାଉଅଛି । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ସ୍କେଲ ମପା ଯାଇଅଛି । ତେବେ ଏହି ଭୂକମ୍ପର କେନ୍ଦ୍ର ଭୂମିରୁ ୧୫୦ କିଲୋମିଟର ତଳକୁ ବୋଲି କୁହାଯାଇଅଛି । ତେବେ ଗୋଟିଏ ସମୟରେ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କୁ ଆତଙ୍କ କରି ରଖି ଦେଇଛି ।

ତେବେ ଗତକିଛି ଦିନରେ ସୂଚନା ମିଳିଥିଲା ଯେ ଭାରତର ଟେକ୍ଟୋନିକ ପ୍ଳେଟ ୟୁରୋପ ଆଡକୁ ଖସିବାକୁ ଲାଗୁଛି । ଯାହାକୁ ଦେଖି ବଡ ଭୂ-କମ୍ପର ଆଶଙ୍କା କୁହାଯାଉଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *