Doctor ସବୁବେଳେ Ring Finger ରୁ ହିଁ Blood Sample କାହିଁକି ନେଇଥାନ୍ତି ? ଜାଣନ୍ତୁ ଏହା ପଛରେ ଥିବା କାରଣ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ବିଜ୍ଞାନ ବହୁତ ଉନ୍ନତି କରିଛି । ଆଗ କାଳରେ ରୋଗୀ ମାନଙ୍କ ଚିକିତ୍ସା ପାଇଁ ନା ଭଲ ଟେକନୋଲୋଜି ଥିଲା ନା ଭଲ ଡାକ୍ତର ହେଲେ ବର୍ତ୍ତମାନ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତା ହେଲେ ଆପଣ ଅନେକ ଘାତକ ରୋଗ ଠାରୁ ବଞ୍ଚି ପାରିବେ । ବନ୍ଧୁଗଣ ଯେକୌଣସି ରୋଗ ହେବା ମାତ୍ରେ ମଣିଷ ପ୍ରଥମେ ଡାକ୍ତର ଖାନା ଯାଇଥାଏ ଓ ଡାକ୍ତରଙ୍କ ପରାମର୍ଶ ନେଇଥାଏ ।

ଡାକ୍ତର ବ୍ୟକ୍ତିଙ୍କୁ ରୋଗର ଲକ୍ଷଣ ବିଷୟରେ ପଚାରି ଥାନ୍ତି ଯଦି କୌଣସି ଘାତକ ରୋଗର ଲକ୍ଷଣ ଦେଖାଇ ଥାଏ ତା ହେଲେ ଡାକ୍ତର ରକ୍ତ ପରୀକ୍ଷା କରନ୍ତି । ବନ୍ଧୁଗଣ ରକ୍ତ ପରୀକ୍ଷା ଆମ ରିଙ୍ଗ ଫିଙ୍ଗରରୁ ହୋଇଥାଏ । ଡାକ୍ତର ରକ୍ତ ପରୀକ୍ଷା ପାଇଁ ଆମ କାଣୀ ଆଙ୍ଗୁଠିର ପାଖ ରିଙ୍ଗ ଆଙ୍ଗୁଠିରୁ ରକ୍ତ ନେଇଥାନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣି ଛନ୍ତି ଆମର ପାଞ୍ଚଟି ଆଙ୍ଗୁଠି ମଧ୍ୟରୁ ଡାକ୍ତର କାହିଁକି ଆମ ରିଙ୍ଗ ଫିଙ୍ଗର ଠାରୁ ରକ୍ତ ନେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଆସିଛୁ । ବନ୍ଧୁଗଣ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମର କାଣୀ ଆଙ୍ଗୁଠି ଓ ବୁଢା ଆଙ୍ଗୁଠି ଆମ ହାତ କାଲାଇର ବହୁତ ପାଖରେ ରହିଥାଏ ଯଦି କୌଣସି ମାମଲାରେ ଇନଫେକ୍ସନ ହୁଏ ତେବେ ହାତ ଜରିଆରେ ତାହା ପୁରା ଶରୀରରେ ହୋଇପାରେ । ତେଣୁ ବନ୍ଧୁଗଣ ଏହି କାରଣ ପାଇଁ ଏହି ଦୁଇଟି ଆଙ୍ଗୁଠିରୁ ରକ୍ତ ନିଆ ଯାଏ ନାହିଁ ।

୨. ବନ୍ଧୁଗଣ ଆମର ରିଙ୍ଗ ଫିଙ୍ଗରର ସ୍କିନ ବହୁତ ପତଳା ହୋଇଥାଏ । ବାକି ଆଙ୍ଗୁଠି ଅପେକ୍ଷା ଏହି ଆଙ୍ଗୁଠିର ଚମଡା ଅଧିକ ନରମ ହୋଇଥିବାରୁ ମଧ୍ୟ ଏହି ଆଙ୍ଗୁଠିରୁ ରକ୍ତ ନିଆଯାଇଥାଏ । ଏହା ସହିତ ଏହି ଆଙ୍ଗୁଠିରେ ରକ୍ତ ନେବା ଦ୍ଵାରା ଆମକୁ କମ କଷ୍ଟ ମଧ୍ୟ ହୋଇଥାଏ ।


୩. ବନ୍ଧୁଗଣ ଏହି ରିଙ୍ଗ ଫିଙ୍ଗରର ବ୍ୟବହାର ଆମେ ସବୁ ଠାରୁ କମ କରିଥାଉ । ସାଧାରଣତଃ ଲେଖିବା ଓ କମ୍ପୁଟର ବ୍ୟବହାର କରିବା ବେଳେ ଆମେ ରିଙ୍ଗ ଫିଙ୍ଗରର ବ୍ୟବହାର କରି ନଥାଉ । ତେଣୁ ଯଦି ଏହି ଫିଙ୍ଗରରୁ ରକ୍ତ ନିଆଯାଏ ତା ହେଲେ ଆମକୁ କାମ କରିବା ବେଳେ ଅଧିକ କଷ୍ଟ ହେବ ନାହିଁ । ତା ହେଲେ ବନ୍ଧୁଗଣ ଏହି ସବୁ କାରଣ ପାଇଁ ରକ୍ତ ପରୀକ୍ଷା ପାଇଁ ଏହି ରିଙ୍ଗ ଫିଙ୍ଗରର ବ୍ୟବହାର କରାଯାଇଥାଏ ।

Leave a Reply

Your email address will not be published. Required fields are marked *