Tapaswini ଙ୍କ ରାସ୍ତାରେ ଡଲି ! ମିଡିଆ ଆଗରେ ବଖାଣିଲେ ନିଜର ଦୁଃଖ, କାନ୍ଦି କାନ୍ଦି କହିଲେ ‘ତପସ୍ଵିନୀ ଭଉଣୀ ଭଳି ମତେ ବି…’ ଦେଖନ୍ତୁ Video

ବନ୍ଧୁଗଣ ସୁମିତ ତପସ୍ଵିନୀ ପାରିବାରିକ ବିଚ୍ଛେଦ ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି । ତପସ୍ଵିନୀଙ୍କୁ ସମସ୍ତ ଓଡିଶା ବାସୀ ସମର୍ଥନ କରୁଥିବା ବେଳେ କୋର୍ଟ ରାୟ ଅନୁସାରେ ଗତ କାଲି ତପସ୍ଵିନୀ ନିଜ ଶଶୁର ଘରେ ପ୍ରବେଶ କରିଛନ୍ତି । ତପସ୍ଵିନୀଙ୍କ ପରେ ଆଉ ଜଣେ ମହିଳାଙ୍କ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ ନିଜ ସମସ୍ୟା ବିଷୟରେ କହୁଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ମହିଳାଙ୍କ ନାମ ହେଉଛି ଡଲି । ଗଣମାଧ୍ୟମ ସାମ୍ନାକୁ ଆସି ଡଲି କହିଛନ୍ତି-‘ବାହାଘରର ୬ ମାସ ପରେ ବାପ ଭାଇ ଏକ ଦୁର୍ଘଟଣାରେ ଚାଲିଗଲେ । ଏମାନେ ଯେମିତି ଚାଲିଗଲେ ତାର ସୁଯୋଗ ନେଇ ଶାଶୁ ଘର ଲୋକ ମତେ ଘରୁ ବାହାର କରିଦେଲେ ।

ଆଗକୁ ସେ କହିଛନ୍ତି-‘ଏମିତି ଆଗରୁ ମୋ ଶଶୁରଙ୍କର ଆଉ ମୋ ଭିତରେ କଥା ବାର୍ତ୍ତା ନେଇ ଝଗଡା ହେଉଥିଲା ତାର ମାନେ ନୁହେଁ ଯେ, ବାପା ଭାଇ ମରିବା ପରେ ଝିଅକୁ ଘରୁ ବାହାର କରିଦେବେ । ମୋ ଜିନିଷ ପତ୍ର ସହ ମୋତେ ସେମାନେ ବାହାରେ ଫୋପାଡି ଦେଲେ ସେହି ସ୍ଥାନରେ ସରପଞ୍ଚ ଥିଲେ । ସରପଞ୍ଚ କହିଲେ ଝିଅର ଯେହେତୁ କେହି ମୁରବି ନାହାନ୍ତି ଆଉ ତାର ଗୋଟିଏ ବୁଢୀ ମା ଅଛି ତାକୁ ମାରିଦେବେ । ତେଣୁ ମୋତେ ସେ ସେହି ସ୍ଥାନରୁ ଚାଲିଯିବା ପାଇଁ କହିଥିଲେ’ ।

ଆଗକୁ ସେ କହିଛନ୍ତି-‘ସେତେବେଳେ ମୁ ଜୀବନ ପ୍ରତି ବିପଦ ଥିଲା ଓ ମୁ ଅସୁରକ୍ଷିତ ଅନୁଭବ କରିଲି ଆଜ୍ଞା ମୁ ସେ ଘର ଛାଡିକି ଆସିଲି । ସେମାନେ ଅନ୍ୟାୟର ସହ ଯାହା ବି କହିଲେ ମୁ ଏକମତ ହୋଇଛି । ସେମାନେ ମୋତେ ସାଇନ ମରିବା ପାଇଁ କହିଲେ ଯଦି ସାଇନ ନମାରିବି ତା ହେଲେ ସେମାନେ ମୋତେ ହାନି ଦେବେ ବୋଲି କହିଲେ । ସାଇନ ମାରିକି ଆସିବା ପରେ ମୁ କୋର୍ଟର ଆଶ୍ରୟ ନେଲି’ ।

ଆଗକୁ ସେ କହିଛନ୍ତି-‘କୋର୍ଟରେ କାଉନ୍ସଲିଙ୍ଗ ହେଲା ତା ପରେ ମୋତେ ମେଣ୍ଟେନାନ୍ସ ଦେବା ପାଇଁ କୁହାଯାଇଥିଲା । କିନ୍ତୁ ଦେଢ ବର୍ଷ ହେଇଗଲା ସେ ଲୋକ ମତେ ଚଳିବା ପାଇଁ ଟଙ୍କାଟେ ବି ଦେଉ ନାହିଁ ତେଣୁ ଆଜି ମୁ ଧାରଣାରେ ଆସି ବସିଛି । ତପସ୍ଵିନୀ ଭଉଣୀ ଭଳିଆ ମତେବି ସହଯୋଗ କରନ୍ତୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *