Cyclone Jawad Update: ଦୁର୍ବଳ ହେଉଛି ବାତ୍ୟା ଜୱାଦ ! ଦେଖନ୍ତୁ ଏ ନେଇ କଣ କହୁଛି ପାଣିପାଗ ବିଭାଗ

ବନ୍ଧୁଗଣ ବର୍ତ୍ତମାନ ଆମ ଓଡିଶା ବାସୀ ବାତ୍ୟା ‘ଜାୱାଦ’ ପାଇଁ ବହୁତ ଚିନ୍ତିତ ଅଛନ୍ତି । ସାଧାରଣତଃ ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନେ ଏକ ବଡ ସମସ୍ୟାରେ ଫସି ରହିଛନ୍ତି । ପ୍ରତି ବର୍ଷ ଏହି ଉପକୂଳ ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ବାତ୍ୟାର କୋପ ସହିବାକୁ ପଡୁଛି । ତେବେ ବର୍ତ୍ତମାନ ବାତ୍ୟା ‘ଜୱାଦ’ ପାଇଁ ସମସ୍ତ ଲୋକ ଚିନ୍ତାରେ ଅଛନ୍ତି ହେଲେ ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ଏକ ବଡ ଖବର ସାମ୍ନାକୁ ଆସିଛି ଓ ଏହି ବଡ ଖବର ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପାଣିପାଗ ବିଭାଗର ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ପାଣିପାଗ ବିଭାଗ ତରଫରୁ ଏକ ବଡ ପୂର୍ବାନୁମାନ ବର୍ତ୍ତମାନ ସାମ୍ନାକୁ ଆସିଛି । ସେହି ବଡ ଖବରଟି ହେଉଛି ଦୁର୍ବଳ ହୋଇପାରେ ବାତ୍ୟା ‘ଜାୱାଦ’ । ‘ଜାୱାଦ’କୁ ନେଇ ଏହା ରାଜ୍ୟବାସୀଙ୍କ ପାଇଁ ଏକ ବଡ ଆଶ୍ଵସ୍ତିକାର ଖବର ।

ତେବେ ପାଣିପାଗ ବିଭାଗ ମୁତାବକ ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇପାରେ ବାତ୍ୟା ‘ଜାୱାଦ’ । ଦୁର୍ବଳ ହୋଇ ‘ଜାୱାଦ’ ଗଭୀର ଅବପାତ ବା ଡିପ ଡିପ୍ରେସନରେ ପରିଣତ ହୋଇପାରେ । ବାତ୍ୟା ଦୁର୍ବଳ ହୋଇପାରେ ବୋଲି ଆଇଏମଜେରୁ ସୂଚନା ମିଳିଛି । ଆଗରୁ କୁହାଯାଉଥିଲା ‘ଜାୱାଦ’ର ପ୍ରଭାବ ଉପକୂଳ ବର୍ତ୍ତୀ ଅଞ୍ଚଳରେ ଅଧିକ ପଡିବ, ସମସ୍ତ ସ୍ଥାନରେ ବର୍ଷା ହେବ ଓ ପବନର ବେଗ ୧୦୦ କିଲୋମିଟର ପ୍ରତି ଘଣ୍ଟା ରହିବ ।

ହେଲେ ବର୍ତ୍ତମାନ ଯାହା କୁହାଯାଇଛି ଏହି ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଛି । ଯେତେବେଳେ ଏହା ପୁରୀ ଉପକୂଳକୁ ପହଞ୍ଚିବ ସେତେବେଳେ ଏହା ଗଭୀର ଅବପାତ ତଥା ଡିପ ଡିପ୍ରେସନରେ ପରିଣତ ହୋଇଯିବ । ଏବେ ଏହି ବାତ୍ୟା ‘ଜାୱାଦ’ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ।


ଯଦି ଏହାର ପ୍ରଭାବ ବିଷୟରେ କହିବା ତା ହେଲେ ଏହାର ପ୍ରଭାବରେ ୬୨ ମିଲିମିଟର ବର୍ଷା ସର୍ବାଧିକ ବର୍ତ୍ତମାନ ପାରାଦୀପରେ ରେକର୍ଡ କରାଯାଇଛି । ପୁରୀରେ ବର୍ତ୍ତମାନ ସୁଧା ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସହିତ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ପୁରୀରେ ବହୁଛି । ସର୍ବାଧିକ ପବନ ପୁରୀରେ ହେବ ବୋଲି ପୂର୍ବାନୁମାନ କରାଯାଉଛି । ହେଲେ ଏହାରି ମଧ୍ୟରେ ଏକ ବଡ ଆଶ୍ଵସ୍ତିକାର ଖବର ମଧ୍ୟ ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *