Weather Alert: ଆସୁଛି ବାତ୍ୟା ବାତ୍ୟା ଜୱାଦ ! Red Alert ରେ ରହିଛି ଏହି ଜିଲ୍ଲା, ରୁହନ୍ତୁ ସାବଧାନ ! ସତର୍କ କରାଇଲା ପାଣିପାଗ ବିଭାଗ

ବନ୍ଧୁଗଣ, ସମ୍ଭାବ୍ୟ ବାତ୍ୟା କୁ ନେଇ ଜଗତସିଂହପୁର ଜିଲ୍ଲା କୁ ରେଡ ଆଲର୍ଟ ଜାରି ହୋଇଛି ଓ ଏଥିଲାଗି ଜିଲ୍ଲା ପ୍ରଶାସନ ର ବୈଠକ । ଭିଡିଓ କନ୍ଫ୍ରେସିଙ୍ଗ ଜରିଆରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଅନୁଷ୍ଠିତ ବୈଠକରେ ସମସ୍ତ ବିଡ଼ିଓ ଓ ତହସିଲଦାର ଯୋଗ ଦେଇଥିଲେ । ବିଶେଷ କରି ଚାଷିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି । ଚାଷୀମାନଙ୍କୁ ଫସଲ ସୁରକ୍ଷିତ ସ୍ଥାନକୁ ଆଣିବା ନିମନ୍ତେ ପରାମର୍ଶ ଦେଇଅଛି ଜିଲ୍ଲା ପ୍ରଶାସନ ।

ଏହା ସହିତ ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ତଳିଆ ଅଞ୍ଚଳର ଲୋକ କିପରି ନିରାପଦ ସ୍ଥାନକୁ ଆସିବେ ସେ ନେଇ ପଦକ୍ଷପ ନେବାକୁ ଜିଲ୍ଲାପାଳ, ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ସମସ୍ତଙ୍କୁ ଆଲର୍ଟ ଏବଂ ରେଡି ରହିବା ଆବଶ୍ୟକ । ଏଥି ନିମନ୍ତେ ସବୁ ବ୍ଲକ ଅଫିସର ଏବଂ ସବୁ ଡିଷ୍ଟିକ ଅଫିସର, ଏବଂ ଲାଇନ ଡିପାର୍ଟମେଣ୍ଟ ର ଅଫିସର ଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।

ସେମାନଙ୍କର ଯାହା ପଦକ୍ଷପ ନେବାର ଅଛି ତାହା ସେମାନେ ନେଉଛନ୍ତି । ବିଶେଷ କରି ମତ୍ସ୍ୟଜୀବୀ ମାନଙ୍କୁ ଅନୁରୋଧ ଅଛି କି ସେମାନେ ଆଉ ସମୁଦ୍ର କୁ ଯିବେ ନାହିଁ । ଯଦି ସେମାନେ ଯାଉଛନ୍ତି ତ ସେମାନଙ୍କୁ କୁହା ଯାଉଅଛି ଯେ ବର୍ତ୍ତମାନ ବର୍ଷା ର ଚାନ୍ସ ବହୁତ ଅତ୍ୟଧିକ ଅଛି । ଏଣୁ ସେମାନେ ଯିବେ ନାହିଁ । ଆମ୍ଭ ଜିଲ୍ଲାରେ ବର୍ତ୍ତମାନ ୮୪ ଏକର ଜମିରେ ଧାନ ଚାଷ କରାଯାଉଅଛି ।

କିନ୍ତୁ ଧାନ ବର୍ତ୍ତମାନ ସୁଧା ସମ୍ପୂର୍ଣ୍ଣ ଭାବେ ପାଚି ନଥିବାରୁ ଏହା ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯାହା ବର୍ତ୍ତମାନ ପାଚି ଯାଇଛି ସେ ଗୁଡିକୁ କାଟି ଆଣିବାକୁ ନିର୍ଦ୍ଦେଶ ଦିଆଯାଉଛି । ବର୍ତ୍ତମାନ ଚାଷୀ ମାନଙ୍କୁ ସଚେତନ କରାଯାଉଅଛି । ଧାନ କୁ ଘୋଡାଇକି ରଖିବେ ଅଥବା ତାକୁ କାଟି ଆଣିବା ନିମନ୍ତେ କୁହାଯାଉଅଛି ।

କିନ୍ତୁ ଚାଷୀ ମାନଙ୍କ ପ୍ରତିକ୍ରିୟା ଅନୁଯାୟୀ ଧାନ ବିଲରେ ଥିବା ପାଣି ସମ୍ପୂର୍ଣ୍ଣ ରୂପେ ନ ସୁଖିଥିବାରୁ ସେମାନେ ଧାନ କାଟିବା ଆଉ ଏକ ସମସ୍ୟା ଭାବେ ଜାତ ହୋଇଛି । ଏଣୁ ନିଶ୍ଚିତ ଭାବରେ ଚାଷୀ ମାନେ ହଇରାଣ ହେବେ ଏବଂ ହଇରାଣ ହେଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ପନିପରିବା ଚାଷ ମଧ୍ୟ ଯାହା ରହିଅଛି ତାହାକୁ ତୋଳି ଆଣି ବିକ୍ରୟ ନିମନ୍ତେ କୁହା ଯାଇଅଛି । ଜିଲ୍ଲା ପ୍ରଶାସନ୍ନ ଙ୍କ ସୂଚନା ଅନୁଯାୟୀ ୮ ଟି ବ୍ଲକ ଏବଂ ୨ ଟି ପୌର ପରିଷଦ ରହିଅଛି ।

ଏମାନଙ୍କୁ ସତର୍କ ରହିବାକୁ କୁହାଯାଇଅଛି । ତଳିଆ ଅଞ୍ଚଳରେ ଯେଉଁମାନେ ଅଛନ୍ତି ବିଶେଷ କରି ସେମାନଙ୍କୁ ସତର୍କ ରହିବାକୁ କୁହାଯାଇଅଛି । ଓଡ୍ରାଫ ଟିମ ମଧ୍ୟ ପ୍ରସ୍ତୁତ ରହିବେ ସୁରକ୍ଷା ଦେବା ନିମନ୍ତେ । ସମ୍ଭାବ୍ୟ ବାତ୍ୟା କୁ ନେଇ ବର୍ତ୍ତମାନ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିବାରେ ଲାଗିଅଛି । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିଷୟ କୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *