ରାତିପାହି ଭୋର ହେଇଗଲା, ଆଉ କିଛି ସମୟରେ ସରିଯିବ Tapaswini ଆଉ Sumit ଙ୍କ 24 ଘଣ୍ଟାର ଅପେକ୍ଷା, କଣ ଆଜି ମିଶିଯିବେ ତପସ୍ଵିନୀ ଆଉ ସୁମିତ ?

ବନ୍ଧୁଗଣ, କିଛି ଦିନ ତଳେ ଚର୍ଚ୍ଚାରେ ଆସିଥିବା ସୁମିତ ଏବଂ ତପସ୍ଵିନୀ ଙ୍କ ମାମଲା ରେ ବର୍ତ୍ତମାନ କି ନିଷ୍ପତ୍ତି ମାନ୍ୟବର କୋର୍ଟ ଶୁଣାଇବେ ତାହା କହିବା ଅସମ୍ଭବ । ବର୍ତ୍ତମାନ ପାହି ଯାଇଛି ରାତି ସରି ସରି ଆସୁଛି କୋର୍ଟ ଙ୍କ ୨୪ ଘଣ୍ଟା ର ସମୟ । ଆଉ କିଛି ସମୟ ପରେ କୋର୍ଟ ରେ ଉପସ୍ଥିତ ହେବେ ତପସ୍ଵିନୀ ଏବଂ ସୁମିତ । ଦୁହେଁ ନିଜ ନିଜ ଓକିଲ ଙ୍କ ସହିତ କୋର୍ଟ କୁ ଆସିବେ । ମାନ୍ୟବର କୋର୍ଟ ଙ୍କ ତରଫରୁ ୨୪ ଘଣ୍ଟା ଉଭୟଙ୍କୁ ଦିଆଯାଇଥିଲା ।

ସୁସ୍ଥ ମସ୍ତିଷ୍କରେ ନିଜ ଜୀବନର ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକୁ ନେବା ନିମନ୍ତେ । ତେବେ ଉଭୟାନକ ମୁହଁ ରୁ ପ୍ରଥମେ କେଉଁ ଶବ୍ଦ ବାହାରିବ ବର୍ତ୍ତମାନ ଅପେକ୍ଷାର ବିଷୟ । ଗୋଟିଏ ବୋଧୂ ପରି ସକାଳୁ ମାଣବସା ର ଦ୍ଵିତୀୟ ପାଳିର ଗୁରୁବାର ସାରି ଆଜି କୋର୍ଟ ବାହାରିବେ ତପସ୍ଵିନୀ । ମା ଙ୍କୁ ମୁଣ୍ଡିଆ ମାରି ମା ଙ୍କ ଆଶିଷ ନେବେ । ୧୦ ଦିନ ହେବ ତପସ୍ଵିନୀ ଯେଉଁ ସ୍ଵାମୀ ଙ୍କ ଘର ଆଗରେ ବସି ରହିଥିଲେ, ସେହି ସ୍ଵାମୀ ଙ୍କ ଘରେ ଆଜି କଣ ତପସ୍ଵିନୀ ଙ୍କ ଗୃହ ପ୍ରବେଶ ହେବ ?

ଏହା ରହିଛି ଅନେକ ଲୋକଙ୍କ ପ୍ରଶ୍ନ । କେବଳ ଓଡିଶା ନୁହେଁ ବରଂ ଓଡିଶା ବାହାରୁ ତପସ୍ଵିନୀ ଙ୍କ ପାଇଁ ଛୁଟି ଆସିଥିଲା ସହଯୋଗ ଏବଂ ନ୍ୟାୟ ର ସ୍ଵର । ଅପର ପାର୍ଶ୍ଵ ରେ ସୁମିତ ରାତି ସାରା ବୋଧ ହୁଏ ଶୋଇନଥିବେ । ହଁ ନା ରେ ତାଙ୍କ ମନ ଆନ୍ଦୋଳିତ ହେଉଥିବ । ରାତିସାରା ବହୁତ ଚିନ୍ତା ରେ ରହିଥିବେ । ତେବେ ଆଜି ଉଭୟ କୋର୍ଟ ଙ୍କ ସାମ୍ନା ରେ ତାଙ୍କ ପ୍ରଶ୍ନ ର ଉତ୍ତର କଣ ରଖିବେ ?

ଉଭୟ ହସଖୁସି ରେ ଜୀବନ ଜାପାନ କରିବେ ନା ଜୀବନରେ ଯେଉଁ ଭୁଲ ହେଲା ତାହାକୁ ନେଇ ପରସ୍ପର ଠାରୁ ବିଛେଦ ହୋଇଯିବେ ? ଏହାର ପ୍ରାୟଶ୍ଚିତ କରିବେ କି ନା ? ତପସ୍ଵିନୀ ଙ୍କ ହଁ ରହିବ କି ନା ରହିବ ? ନା ସୁମିତ ଙ୍କ ନା ଟି ଆଜି ହଁ ରେ ପରିବର୍ତ୍ତନ ହୋଇଯିବ ? କୋର୍ଟ ରେ କିଛି ମଧ୍ୟ ହୋଇପାରେ, ଉଭୟ ଉଭୟଙ୍କ ଜିଦ ରେ ଅଟଳ ରହିବେ ନା ମାନମାଳିନ୍ୟ ଦୂର ହୋଇ ମନର ମଇଳା ସବୁ ସଫା ହୋଇଯିବ ? ମାଜିଷ୍ଟ୍ରେଟ କୁ ଆଜି କଣ ଉତ୍ତର ଦେବେ ଉଭୟ ?

ତେବେ ସମସ୍ତେ ଚାହୁଞ୍ଚନ୍ତି ଯେ ଉଭୟ ମିଶିଜାଆନ୍ତୁ କିନ୍ତୁ ଉଭୟ କଣ ଚାହାଁନ୍ତି ? ଜୀବନର ଦୋ ଛକି ରେ କିଏ କେଉଁ ରାସ୍ତା ଆପଣାଇବ ? ଏବଂ ତାଙ୍କର ନିଷ୍ପତ୍ତି କଣ ହେବ ? ବର୍ତ୍ତମାନ ଏହିସବୁ ଅନେକ ଅସମାହିତ ପ୍ରଶ୍ନ ? ତେବେ ଏହା ଅପେକ୍ଷାର ବିଷୟ ଯେ ସୁମିତ ନିଜ ଧର୍ମ ପତ୍ନୀ ଙ୍କୁ ଗୃହ କୁ ନେଉଛନ୍ତି ନା ତାଙ୍କଠାରୁ ବିଛେଦ ପାଇଁ ଦାବି କରୁଛନ୍ତି । ବନ୍ଧୁଗଣ ଏହି ମାମଲା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *