କ’ଣ ହେଲା ଯେତେବେଳେ କନେଷ୍ଟବଳ ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ ଲାଞ୍ଚ ? ଏମିତି ଏକ ମନଛୁଆଁ କାହାଣୀ ଶୁଣିଲେ ଆପଣ ବି କରିବେ ସଲାମ !

ନମସ୍କାର ବନ୍ଧୁଗଣ ତେବେ ଆଜିକୁ ପ୍ରାୟ ୪୨ ବର୍ଷ ତଳେ ଅର୍ଥାତ ୧୯୭୯ ମସିହାରେ ଉତ୍ତରପ୍ରଦେଶର ଇଟାମା ଜିଲ୍ଲାର ଉସରାହା ଥାନାରେ ଜଣେ ଚାଷୀ ପହଞ୍ଚିଥିଲେ । ସନ୍ଧ୍ୟା ସମୟରେ ଥାନାକୁ ଆସିଥିବା ଏହି ଚାଷୀଜଣକ ବ୍ୟସ୍ତବିବ୍ରତ ଥିବା ଜଣା ପଡୁଥାନ୍ତି । ଚାଷୀ ସଙ୍କୋଚତାର ସହ ହେଡ୍ କନେଷ୍ଟବଳଙ୍କ ପାଖକୁ ଯିବା ପରେ ସେ ତାଙ୍କୁ ଗୁରୁତ୍ଵ ନଦେଇ ରୁକ୍ଷ ସ୍ଵରରେ ଥାନାକୁ ଆସିବାର କାରଣ ପଚାରିଥିଲେ ।


ଚୌକି ଉପରେ ବସି ଅଳସ ଭାଙ୍ଗୁଥିବା କନେଷ୍ଟବଳ ସେତେବେଳେ କିନ୍ତୁ ଜାଣି ନଥିଲେ କି ତାଙ୍କ ପାଇଁ ପୁରା ଥାନା ସସପେଣ୍ଡ ହେବାକୁ ଯାଉଛି । ମାଟିଲଗା ଧୋତି ଓ ଖାଲି ପାଦରେ ଥାନାକୁ ଆସିଥିବା ପତଳା ଚାଷୀକୁ ଦେଖି ସନ୍ଧ୍ୟାରେ ପୁଣି କାମ କରିବାକୁ ପଡିବ ବୋଲି କନେଷ୍ଟବଳ ବିରକ୍ତି ହୋଇଥିଲେ । ତେବେ କାରଣ ପଚାରିବାରୁ ଚାଷୀ କହିଥିଲେ କି ସେ ମିରଟରୁ ଏଠାକୁ ବନ୍ଧୁଘରକୁ ବଳଦ କିଣିବାକୁ ଆସିଥିଲେ, କିନ୍ତୁ ରାସ୍ତାରେ ତାଙ୍କ ପକେଟମଆର ହୋଇଛି ।

ତେଣୁ ସେ ରିପୋର୍ଟ ଲେଖାଇବାକୁ ଆସିଛନ୍ତି । ଏହା ଶୁଣିବା ପରେ ବଳଦ କିଣିବା ପାଇଁ ଏତେ ଦୂରରୁ କାହିଁକି ଆସିଲୁ ? ସତରେ ପକେଟମଆର ହୋଇଛି ନା ମଅଦ ପିଇ ପଇସା ଉଡାଇ ଦେଇଛୁ ? ଆଉ ସ୍ତ୍ରୀ ସତ ଜାଣିଯିବ ବୋଲି ମିଛରେ ରିପୋର୍ଟ ଲେଖାଇବାକୁ ଆସିଛୁ ? ମୋଟାମୋଟି ଭାବେ ରିପୋର୍ଟ ଲେଖା ଯାଇପାରିବ ନାହିଁ ବୋଲି କନେଷ୍ଟବଳ କହିଦେଲେ ।

ଗୁମସୁମ ହୋଇ ଠିଆ ହୋଇଥିବା ଚାଷୀଙ୍କ ପାଖକୁ ଆଉ ଜଣେ କନେଷ୍ଟବଳ ଆସି କହିଥିଲେ କି, ‘ଯଦି କିଛି ଖର୍ଚ୍ଚ ପାଣି ଦେବ ତେବେ ରିପୋର୍ଟ ଲେଖାଇ ଦେବେ । ‘ ଚାଷୀ ଖର୍ଚ୍ଚ ଦେବାକୁ ରାଜି ହେବା ପରେ ରିପୋର୍ଟ ଲେଖାଗଲା । ସେଥିରେ ଚାଷୀଙ୍କୁ ଦସ୍ତଖତ କରିବାକୁ କହିବାରୁ ସେ କହିଲେ, ‘ମୁଁ ମୂର୍ଖଲୋକ ଟିପ ଚିହ୍ନ ଦେବି । ’ ଏତିକି କହି ସେ ପକେଟରୁ ଗୋଟିଏ ସିଲ୍ ସହ କଲମ ବାହାର କଲେ ।

ଥାନା ଅଧିକାରୀ କିଛି ବୁଝିବା ଆଗରୁ ଚାଷୀ କାଗଜ ଉପରେ ଷ୍ଟାମ୍ପ ମଆରି ସାରିଥିଲେ । ଆଉ କନେଷ୍ଟବଳ ଷ୍ଟାମ୍ପ ଦେଖି ତଟକା ହୋଇଗଲେ । କାରଣ ଷ୍ଟାମ୍ପ ବାଜିଥିଲା ‘ପ୍ରଧାନମନ୍ତ୍ରୀ ଭାରତ ସରକାର’ । କନେଷ୍ଟବଳ କିଛି ପଚାରିବା ଆଗରୁ ଚାଷୀ କାଗଜ ଉପରେ ଲେଖି ସାରିଥିଲେ ଚରଣ ସିଂ । ଏହା ପରେ ପୁରା ଥାନା ଭୟଭୀତ ହୋଇ ପଡିଥିଲା ।

କିନ୍ତୁ ସେମାନଙ୍କ ପାଖରେ ଆଉ କିଛି ବି ବାଟ ନଥିଲା । କିଛି ସମୟ ପରେ ପୁରା ଥାନାକୁ ସସପେଣ୍ଡ ହେବାକୁ ପଡିଥିଲା । ପ୍ରକୃତ କଥା ହେଉଛି ସେଦିନ ପ୍ରଧାନମନ୍ତ୍ରୀ ରାସ୍ତାରେ ଯାଉଥିବା ଅଟକି ଥିଲେ ଆଉ ବିଲରୁ ମାଟି ଆଣି ଦେହରେ ବୋଲିଥିଲେ ଏବଂ ବିନା ଚପଲରେ ଥାନାକୁ ଚାଷୀ ବେଶରେ ଯାଇଥିଲେ ।


କାରଣ ସେ ଜାଣିବାକୁ ଚାହୁଁଥିଲେ ତାଙ୍କ ଦେଶରେ ଥାନା ସବୁ କେମିତି ଚାଲୁଛି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଚରଣ ସିଂ ବେଶ ବଦଳାଇ ଏମିତି ଅନ୍ଧାରି ଅଭିଯାନରେ ବାହାରୁଥିଲେ । କିନ୍ତୁ ଆଜିକାଲି ଜେଡପ୍ଲସ ସିକ୍ଯୁରିଟି ସହ ବୁଲୁଥିବା ନେତାଙ୍କ ଠାରୁ ଏପରି କିଛି ଆଶା କରା ଯାଇପାରେନା । ତେବେ ଏହି କାହାଣୀ ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *