ଖୋଲୁଚି ଅର୍ଚ୍ଚନାର ସବୁ ଗୁମର ! ଜଗବନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ ସମୟରେ ଦେଖନ୍ତୁ କଣ କହିଲେ Jagabandhu…

ବନ୍ଧୁଗଣ, ସୂଚନା ଅନୁଯାୟୀ ପୋଲିସ ବର୍ତ୍ତମାନ ଜଗବନ୍ଧୁ ଙ୍କୁ ଗିରଫ କରି ସାରିଛି । ତେବେ ଖଣ୍ଡଗିରୀ ଥାନାରେ ମି-ଡି-ଆ ଭାଇ ମାନେ ପହଞ୍ଚି ଜଗବନ୍ଧୁ ଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହିଁଥିଲେ ତଥା ପଚାରିଥିଲେ ମଧ୍ୟ କିନ୍ତୁ ଜଗବନ୍ଧୁ କୌଣସି ପ୍ରଶ୍ନ ର ଉତ୍ତର ଦେଇ ନଥିଲେ ଏବଂ ସିଧାସଳଖ ଚେଷ୍ଟା କରିଥିଲେ ପୋଲିସ ରେ ଯାଇ ବସିବାକୁ । ତେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ସ୍ଵାମୀ ଜଗବନ୍ଧୁ ଙ୍କୁ ଆଜି ସକାଳେ ମଞ୍ଚେଶ୍ଵର ଥାନା ପୋଲିସ ଗିରଫ କରିଥିଲେ । ଏବଂ ବର୍ତ୍ତମାନ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ତେବେ ଅନେକ ତଥ୍ୟ ତାଙ୍କ ପାଖରୁ ମିଳିପାରେ । ଯେପରିକି ଏତେ ଟଙ୍କା ତାଙ୍କ ଆକାଉଣ୍ଟ ପାଖକୁ କେଉଁଠାରୁ ଆସୁଥିଲା ? କେଉଁମାନେ ତାଙ୍କୁ ଏତେ ଟଙ୍କା ଦେଉଥିଲେ ? ଏହିଭଳି ଅନେକ ସୂଚନା ତାଙ୍କ ପାଖରୁ ମିଳିବାକୁ ଯାଉଛି । ଏଥିପାଇଁ କୋର୍ଟ କୁ କଡା ସୁରକ୍ଷା କରି ତାଙ୍କୁ ନିଆଯାଉଛି । ପୂର୍ବ ରୁ ଯାହା ସୂଚନା ରହିଥିଲା ଯେ ଲେଡି ବ୍ଲାକ ମେଲର ଯିଏ ଥିଲେ ଅର୍ଚ୍ଚନା ନାଗ ତାଙ୍କ ନାମରେ ଯେଉଁ ସବୁ ଅଭିଯୋଗ ଲାଗିଛି ସମାନ ଅଭିଯୋଗ ଜଗବନ୍ଧୁ ଙ୍କ ନାମରେ ମଧ୍ୟ ରହିଛି ।

ଯେତେବେଳେ ତାଙ୍କୁ ଗିରଫ କରାଯାଇଥିଲା ତେବେ ତାଙ୍କୁ କେଉଁଠାରେ ରଖାଯାଇଥିଲା କିଛି ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନା କୁ ଆସିନାହିଁ । ପରବର୍ତ୍ତୀ ସମୟରେ ତଥ୍ୟ ସାମ୍ନା କୁ ଆସିଥିଲା ଯେ ସେ ଖଣ୍ଡଗିରୀ ଥାନା ରେ ଥିଲେ । ବର୍ତ୍ତମାନ ତାଙ୍କୁ କୋର୍ଟ ଚାଲାଣ ନିମନ୍ତେ ନିଆ ଯାଇଛି ।

ଅର୍ଚ୍ଚନା ଯେ କେତେ ଏହିଭଳି କାଣ୍ଡ ଭିଆଇଛନ୍ତି ତାହା ଗୋଟେ ପରେ ଗୋଟେ ସାମ୍ନା କୁ ଆସିଲେ ପାଦ ତଳୁ ମାଟି ଖସିଗଲା ଭଳି ମନେ ହେଉଛି । ମାତ୍ର ଏହିସବୁ କାର୍ଯ୍ୟ ଅର୍ଚ୍ଚନା ଙ୍କୁ ତାଙ୍କ ସ୍ଵାମୀ ଜଗବନ୍ଧୁ କରାଉଥିଲେ ନା ଅର୍ଚ୍ଚନା ତାଙ୍କ ସ୍ଵାମୀ ଙ୍କୁ ଜବରଦସ୍ତ ଏହିଭଳି କାର୍ଯ୍ୟ ରେ ନିଯୋଜିତ କରିଥିଲା ? ଏହିସବୁ କଥା ବର୍ତ୍ତମାନ କିଛି ଲୋକଙ୍କ ମନରେ ସୃଷ୍ଟି ହୋଇଛି ।

ଏହି ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ନ ହୋଇଥିବା ବେଳେ ପୋଲିସ ବର୍ତ୍ତମାନ ଜଗବନ୍ଧୁ ଙ୍କ ଠାରୁ ଅନେକ ତଥ୍ୟ ପଚାରି ପଦା କୁ ଆଣିବା ବୋଲି ଅପେକ୍ଷା କରିଛନ୍ତି ସାଧାରଣ ଜନତା । ଏହିଭଳି ଲୋକ ଯେ କି ଦିନେ ଏତେ ଗରିବ ଥିଲେ ହଠାତ ଆସି କୋଟି କୋଟି ସମ୍ପତ୍ତି ର ମାଲିକ ହେବା କିଭଳି ସମ୍ଭବ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *