‘ପୋଲିସ ଆଗରେ କାନ୍ଦୁଛି ଜଗବନ୍ଧୁ, ଗରିବ ଘରର ପୁଅଟେ ମୁଁ ଅର୍ଚ୍ଚନା କଥାରେ ପଡି ସେଦିନ ମୁଁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଗବନ୍ଧୁ ଙ୍କୁ ଗିରଫ କରିଛି ପୋଲିସ । ଆଉ ଜଗବନ୍ଧୁ ଙ୍କୁ ଯେତେବେଳେ ପୋଲିସ ଗିରଫ କରିଲା ସେତେବେଳେ ଜଗବନ୍ଧୁ ଭୋ ଭୋ ହୋଇ କୁଆଡେ ପୋଲିସ ଆଗରେ କାନ୍ଦିଥିଲା । ତେବେ ବିଶ୍ଵାସ କରି ପାରୁ ନାହାଁନ୍ତି ଜଗବନ୍ଧୁ ଯେ ତାଙ୍କ ନାମରେ ଲାଗିଛି ଏତେସବୁ ଦଫା । ଏହାଶୁଣି ପୋଲିସ ଆଗରେ କାନ୍ଦିପକାଇଲେ ଜଗବନ୍ଧୁ ଏବଂ କହିଲେ ମୁଁ ଗରିବ ଘରର ପୁଅଟେ, ମୋ ବାପା ମା’ ବହୁ ଗରିବ ଅଟନ୍ତି ।

ଆଉ ସେ ସଂଘର୍ଷ କରି ଜୀବନରେ ଆଗକୁ ବଢିଥିଲେ ତଥା ନିଜେ ପରିଶ୍ରମ କରି ଆଗକୁ ବଢିବାକୁ ଚାହୁଁଥିଲେ ଜଗବନ୍ଧୁ । ମାତ୍ର ସ୍ତ୍ରୀ ବୁଦ୍ଧି ରେ ପଡି ଟଙ୍କା ଲୋଭରେ ପଡି ସେ ବର୍ବାଦ ହୋଇଗଲେ ବୋଲି ସେ ପୋଲିସ ଆଗରେ କହିଛନ୍ତି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଙ୍କୁ କମିସନରେଟ ପୋଲିସ ଗିରଫ କରିଛି । ତେବେ ଆଜି ସକାଳେ ପୋଲି ଜଗବନ୍ଧୁ ଙ୍କୁ ଉଠାଇ ନେଇଥିଲା ।

ଜଗବନ୍ଧୁ ଙ୍କୁ ପୋଲିସ ତାଙ୍କ ସତ୍ୟବିହାର ସ୍ଥିତ ଘରୁ ଉଠାଇ ନେଇ ପୋଲିସ ପଚରା ଉଚରା କରିବା ସମୟରେ କାନ୍ଦି ପକାଇଥିଲେ ଜଗବନ୍ଧୁ । ଅଚାନକ ବ୍ଳାକମେଲିଙ୍ଗ ମାମଲାରେ ଜଗବନ୍ଧୁ ସମ୍ପୃକ୍ତ ଥିବା ସନ୍ଦେହ କରିବା ସହିତ ଅନ୍ୟ କୌଣସି ଠୋସ ପ୍ରମାଣ ପାଇବା ପରେ ପୋଲିସ ଗିରଫ କରିବା କୁହାଯାଉଛି ।

ପୂର୍ବରୁ ଜଗବନ୍ଧୁ ଙ୍କୁ ପୋଲିସ ଥାନାକୁ ଡାକି ଛାଡି ଦେଇଥିଲା । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଛଡା ଯାଇଥିବା ଚର୍ଚ୍ଚା ମଧ୍ୟ ହେଉଥିଲା । ଜଗବନ୍ଧୁ ଚାନ୍ଦ ଙ୍କ କାରନାମା ର ବହୁ ଗୁମର ପଦାକୁ ଆସିବାରେ ଲାଗିଛି । ଜଗବନ୍ଧୁ ଙ୍କ ବାବଦରେ ମିଳିଥିବା ତଥ୍ୟ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ବହୁ ତଥ୍ୟ ଏହିଭଳି କିଛି ସାମ୍ନା କୁ ଆସିଛି ଯାହାକି ପୋଲିସ ହୁଏ ତ ଆଗକୁ ଏହିସବୁ ତଥ୍ୟ ସାମ୍ନା କୁ ଆଣିପାରେ । ତେବେ ଜଗବନ୍ଧୁ ସ୍ତ୍ରୀ ଅର୍ଚ୍ଚନା ଙ୍କ ସହିତ ମିଶି କିଭଳି ରଚୁଥିଲେ ଏହିସବୁ ବ୍ଲାକମେଲିଂର ଖେଳ ?କିଭଳି ଫସୁଥିଲେ ବଡ ବଡିଆ ? ଆଉ କିଭଳି ସ୍ତ୍ରୀ ଡାକୁଥିଲେ ବଡ ବଡିଆ କୁ ନିଜ ବେଡ ରୁମକୁ ?

ସେହି ସମୟରେ ଜଗବନ୍ଧୁ କରୁଥିଲେ କ’ଣ ? ଗେଷ୍ଟ ଆସିଲେ ଘରକୁ ସ୍ତ୍ରୀ ଯାଉଥିଲା ବେଡରୁମ କୁ । ଗେଷ୍ଟ ମାନଙ୍କ ସହିତ ଜଗବନ୍ଧୁ କିଭଳି ମିଶୁଥିଲେ ? ଜଗବନ୍ଧୁ ନିଜ ପରିଚୟ କୁ ଗୁପ୍ତ ରଖୁଥିଲେ କି ? ଯଦି ନାହିଁ ତେବେ ସ୍ଵାମୀ ହୋଇ କିଭଳି ମ୍ୟାନେଜ କରୁଥିଲେ ସ୍ତ୍ରୀ ଆଗରେ ?ଯେତେବେଳେ ସ୍ତ୍ରୀ ଅନ୍ୟ ପୁରୁଷ ଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ସେତେବେଳେ ଜଗବନ୍ଧୁ କେଉଁଠାରେ ରହୁଥିଲେ ଅଥବା କିଭଳି ସମ୍ଭାଳୁ ଥିଲେ ଏହିଭଳି ପରିସ୍ଥିତି କୁ ? ତେବେ ଅନେକ ତଥ୍ୟ ବର୍ତ୍ତମାନ ସାମ୍ନା କୁ ଆସିପାରେ । ଜଗବନ୍ଧୁ ବର୍ତ୍ତମାନ ବହୁ ବଡ ବଡିଆ ଙ୍କୁ ନାମ ମଧ୍ୟ କହି ପାରନ୍ତି, ତେବେ ଦେଖିବାକୁ ବାକି ରହିଲା ଯେ ଜଗବନ୍ଧୁ କେଉଁ କେଉଁ ତଥ୍ୟ ପୋଲିସ କୁ ଦେଉଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *