‘ମୁଁ ୨୮ ବର୍ଷ ଧରି ଶବ ପୋଡୁଛି, ମଶାଣିରେ ଶୋଉଛି, କିନ୍ତୁ ଦିନେ ଦେଖିଲି ଗୋଟିଏ ମୁର୍ଦାର…’ ବ୍ୟକ୍ତି ଜଣକ ଯାହା କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା !

ବନ୍ଧୁଗଣ, ସାଧାରଣତଃ ଜୀବନ ଜଞ୍ଜାଳର ଶେଷ ପର୍ଜ୍ୟାୟରେ ସବୁବେଳେ ଖୋଜା ପଡିଥାନ୍ତି ଆପଣାର ଲୋକଟିଏ । ସେହି ଆପଣାର ଲୋକ ଯିଏ ମୁହଁରେ ନିଆଁ ଟିକିଏ ଦେବ । ମାତ୍ର ବେଳେ ବେଳେ ଏପରି କିଛି ଲୋକ ସାମ୍ନା କୁ ଆସିଥାନ୍ତି ଯିଏ ସମ୍ପର୍କ ରେ କିଛି ନ ଲାଗି ମଧ୍ୟ ମୁଖାଗ୍ନି ଦେଇଥାନ୍ତି । ତେବେ ଏହିଭଳି ଏକ ବ୍ୟକ୍ତିତ୍ଵ ଙ୍କ ସମ୍ବନ୍ଧରେ ଆଜି ଆମ୍ଭେ କଥା ହେବାକୁ ଯାଉଛୁ ଯିଏ କି ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କୁ ମୁଖାଗ୍ନି ଦେଇଛନ୍ତି । ଏବଂ ଏଥିନିମନ୍ତେ ନିଜର ଏକ ସ୍ଵତନ୍ତ୍ର ଶ୍ମଶାନ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ଆଉ ଏଥିପାଇଁ ତାଙ୍କୁ ଲାଇଫ ଟାଇମ ଆୱାର୍ଡ ମଧ୍ୟ ମିଳିଛି । ତାଙ୍କ ନାମ ହେଉଛି ବିଜୟ ଜେନା, ତେବେ ଆସନ୍ତୁ ଜାଣିନେବା ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ । ସେ କହିଛନ୍ତି ଯେ ଏହି କାର୍ଯ୍ୟ ସମୁଦାୟ ୧୬ ବର୍ଷ ହେଇଯିବା ଆରମ୍ଭ କରିଛନ୍ତି । ଏବଂ ୨୮ ବର୍ଷ ହେବ ମଣିଷ ପୋଡୁଛନ୍ତି, ବାପା ବହୁତ କମ ବୟସରୁ ଚାଲିଯିବା କାରଣରୁ ଘର ଅସୁବିଧା ହେବା ଦେଖି ନିଜେ ଏକ ଅଟୋ କରି ଚଳାଉଥିଲେ ।

ସେ କିଛି ରୋଗୀ ଙ୍କୁ ନେଇ ଯାଉଥିଲେ ହସ୍ପିଟାଲ । ହଟାତ ସେ ଦିନେ ଦେଖିଲେ ଯେ ଜଣେ ବ୍ୟକ୍ତି ରାସ୍ତାରେ ମରି ପଡିଛନ୍ତି ଏବଂ ଏହିଭଳି ଚାରିଦିନ ବୀତିଗଲା ପୋକ ମଧ୍ୟ ହୋଇ ଯାଇଥିଲା । ଏହାପରେ ସେ କିଛି ସାଙ୍ଗ କୁ ନେଇ ମୃତ ଶରୀରକୁ ପୋଡିଲେ । ତେବେ ସେ କହିଛନ୍ତି ଯେ ସେ ଯେତେଦିନ ବଞ୍ଚିବେ ଲୋକଙ୍କ ସେବା କରିବେ ।

ତାଙ୍କ ନିମନ୍ତେ ମଣିଷପଣିଆ ହେଉଛି ସବୁକିଛି । ତାଙ୍କର କୌଣସିଥିରେ ଆଉ ଲୋଭ ରହିନାହିଁ । ମଣିଷଙ୍କ ସଂସ୍କାର ନିମନ୍ତେ ନିଜ ଜାଗାରେ ଏକ ମଶାଣି କରି ସେଠି ସଂସ୍କାର କରୁଛନ୍ତି । ଏବଂ ବିଜୟ ମଶାଣି ରେ ଚଳ ପ୍ରଚଳ କରନ୍ତି ତଥା କୌଣସି ପ୍ରକାରର ଭୟ ନଥାଏ କାରଣ ସେମାନେ ସକାଳେ ଚାହା, ଖରାବେଳେ ମାଛଭାତ ସହିତ ରାତିରେ ମଧ୍ୟ ଖାଇବାକୁ ଦିଅନ୍ତି ଆତ୍ମା ମାନଙ୍କୁ ।

ବର୍ଷକ ୧୨ ମାସ ଏହିଭଳି କରନ୍ତି ବୋଲି ସେ କହିଛନ୍ତି । ମଶାଣି ଭିତରେ ତାଙ୍କର ଏକ ଘର ଅଛି ସେଥିରେ ଏସି ସହିତ ଟିଭି ଫ୍ରିଜ୍ଦ ମଧ୍ୟ ରଖିଛନ୍ତି । ତେବେ ଏହିଭଳି ଭାବରେ ସେ ସେବା କରନ୍ତି ବୋଲି କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବାରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *