ଯୋଗୀ କ୍ୟାବିନେଟଙ୍କ ନିଷ୍ପତ୍ତି – କୋରୋନା ରୋଗୀଙ୍କର ହେବ ମାଗଣା ଚିକିତ୍ସା, ସ୍କୁଲ କଲେଜ ବନ୍ଦକୁ ନେଇ କହିଲେ ଏହି କଥା

ଉତ୍ତର ପ୍ରଦେଶ ସରକାର ମଙ୍ଗଳବାର ଦିନ ହୋଇଥିବା କ୍ଯାବିନେଟ ବୈଠକରେ ପାଞ୍ଚଟି ପ୍ରସ୍ତାବରେ ମୋହର ଲଗାଇଛି । ଏହି ସମୟରେ କରୋନା ଉପରେ ବି ଚର୍ଚ୍ଚା ହୋଇଥିଲା ଓ ଏହାକୁ ନେଇ ଗାଇଡଲାଇନ ଓ ଅନେକ ନିର୍ଦ୍ଦେଶ ଜାରି କରା ଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ ଉତ୍ତର ପ୍ରଦେଶର ସବୁ ପର୍ଯ୍ୟଟନ ସ୍ଥଳକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଆଦେଶ ଜାରି କରାଯାଇଛି । କେବଳ ଏତିକି ନୁହେଁ ୟୁପି ର ସବୁ ସ୍କୁଲ କଲେଜ ୨ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରିବାର ଆଦେଶ ଜାରି କରା ଯାଇଛି । ଏଠାରେ ହେବାକୁ ଥିବା ପରୀକ୍ଷା ନିରସ୍ତ କରି ଦିଆଯାଇଛି ।

କ୍ୟାବିନେଟ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଲେ କି କରୋନା ଭାଇରସ ଉପରେ ଚର୍ଚ୍ଚା ସମୟରେ ପର୍ଯ୍ୟଟନ ସ୍ଥଳକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଆଦେଶ ଜାରି କରାଯାଇଛି । ସ୍କୁଲ କେବଳ ସଫାସୁତୁରା ପାଇଁ ଖୋଲାଯିବ । ମଲ୍ଟିପ୍ଲେକ୍ସ ଓ କଲେଜ ୨ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ । ସବୁ ମନ୍ଦିର, ମସ୍ଜିଦ ଗୁରୁଦ୍ଵାରରେ ଭିଡ ନ ଜମାଇବା ପାଇଁ ଆଦେଶ ଦିଆଯାଇଛି ।

କୁହାଯାଉଛି କି କୃଷି ମନ୍ତ୍ରୀ, ଶ୍ରମ ମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀଙ୍କର ଗୋଟିଏ କମିଟି ତିଆରି କାରାଯାଇଛି , ଯାହା ଦ୍ଵାରା ଗରିବ ଲୋକମାନଙ୍କର ଭରଣ ପୋଷଣ ସୁନିଶ୍ଚିତ କରାଯିବ । ଏହି କମିଟି ୩ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ଯାହାର ଆଧାରରେ ପ୍ରତିଦିନ ଗରିବଙ୍କ ଖାତାରେ ଆରଟିଜିଏସ ମାଧ୍ୟମରେ କିଛି ଟଙ୍କା ସରକାର ଦେବେ ।

ଏହା ବ୍ୟତୀତ ଯୋଗୀ ସରକାର କରୋନା ରୋଗୀଙ୍କର ମାଗଣା ଚିକିଶ୍ଚା ପାଇଁ ଘୋଷଣା କରିଛନ୍ତି । ଏହା ବ୍ଯତୀତ ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ଯକ୍ଷତାରେ କମିଟି ଗଠନ କରାଯାଇଛି ଯାହା ସରକାରୀ କର୍ମଚାରୀଙ୍କର ଘରେ କାମ କରିବା ଉପରେ ବିଚାର କରିବ ।

Leave a Reply

Your email address will not be published. Required fields are marked *