ଏହି ରାମନବମୀରେ ୧୫୦ ବର୍ଷ ପରେ ବନୁଛି ମହାସଂଯୋଗ, ଏହି ଦୁଇ ଅକ୍ଷର ବ୍ୟକ୍ତିଙ୍କ ଖୋଲିଯିବ ଭାଗ୍ୟ, ହେବ ଖାଲି ଧନପ୍ରାପ୍ତି

ଆମେ ସମସ୍ତେ ଜାଣିଛୁ ବର୍ତ୍ତମାନ ଚୈତ୍ର ମାସ ନବରାତ୍ର ସମୟ ଆରମ୍ଭ ହୋଇଯିବ । ଆମେ ଜାଣିଛୁ କି ହିନ୍ଦୁ ଧର୍ମରେ ନବରାତ୍ରିକୁ ଏକ ମୁଖ୍ୟ ଉତ୍ସବ ରୂପେ ପାଳନ କରାଯାଏ । ଏଥିରେ ମା ଦୁର୍ଗାଙ୍କ ନଅ ରୂପକୁ ପୂଜା କରାଯାଏ । ଏହି ସମୟରେ ଭକ୍ତ ମାନଙ୍କ ମନୋସ୍କାମନା ପୂର୍ଣ୍ଣ ହୁଏ ଓ ମନ ଇଚ୍ଛା ବର ପ୍ରାପ୍ତି ହୁଏ । ବର୍ଷରେ ୨ ଥର ନବରାତ୍ରି ଆସେ । ପ୍ରଥମେ ଚୈତ୍ର ନବରାତ୍ରୀ ଓ ଦ୍ଵିତୀୟ ଶାରଦୀୟ ନବରାତ୍ରୀ । ଏହା ବ୍ୟତୀତ ଏକ ଗୁପ୍ତ ନବରାତ୍ରୀ ମଧ୍ୟ ରହିଛି । ଏଥିରେ ବି ଲୋକେ ମା ଦୁର୍ଗାଙ୍କୁ ପୂଜା କରନ୍ତି।

ଗରମ ଆରମ୍ଭରେ ଆସୁଥିବା ଚୈତ୍ର ନବରାତ୍ରର ବିଶେଷ ମହତ୍ତ୍ଵ ରହିଛି । ଏହି ଦିନରୁ ନୂଆବର୍ଷର କ୍ୟାଲେଣ୍ଡର ର ଗଣନା ଆରମ୍ଭ ହୁଏବ । ଏବର୍ଷ ଚୈତ୍ର ନବରାତ୍ରର ଆରମ୍ଭ ୨୫ ମାର୍ଚ୍ଚରୁ ଆରମ୍ଭ ହୋଇ ୩ ଏପ୍ରିଲରେ ଶେଷ ହେଉଛି । ସବୁ ନବରାତ୍ରର ମାନ୍ୟତା ଓ ଅର୍ଥ ଅଲଗା ରହିଛି । ପୁରାଣରେ ଚୈତ୍ର ନବରାତ୍ରକୁ ଆତ୍ମଶୁଦ୍ଧି ଓ ମୁକ୍ତିର ଆଧାର କୁହାଯାଏ । ଶାରଦୀୟ ନବରାତ୍ରକୁ ବୈଭବ ଓ ଭୋଗ ପ୍ରଦାନ କରିବା ପାଇଁ ମନାଯାଏ । ଗୁପ୍ତ ନବରାତ୍ରକୁ ତନ୍ତ୍ର ସାଧନାର ଲୋକ ମାନେ ପାଳନ କରନ୍ତି ।

ନବରାତ୍ର ପର୍ବରେ ଲୋକମାନେ ଜୀବନରେ ଶାନ୍ତି ଖୁସି ଓ ସଫଳତା ଆଣିବା ପାଇଁ ନଅ ଦିନ ଉପବାସ କରନ୍ତି । ଶାସ୍ତ୍ର ଅନୁସାରେ ଚୈତ୍ର ନବରାତ୍ରରେ ଘରେ ପୂଜା କଲେ ନକରାତ୍ମକ ଶକ୍ତିକୁ ନଷ୍ଟ କରି ସକରାତ୍ମକ ଶକ୍ତିର ଉତ୍ପତ୍ତି ହୁଏ । କିଛି ଲୋକ ୭ଦିନ ଦୁର୍ଗା ମାଙ୍କୁ ପୂଜା କରନ୍ତି ତ ଆଉ କିଛି ଲୋକ ୮ ଦିନ ପୂଜା ପରେ ୯ ଦିନରେ ଛୋଟ ଝିଅ ମାନଙ୍କୁ ଖାଇବାକୁ ଦେଇ ଉପବାସ ଭାଙ୍ଗନ୍ତି । ଏହି ଚୈତ୍ର ନବରାତ୍ରୀର ନବମ ଦିନକୁ ରାମ ନବମୀ କହନ୍ତି।

କିନ୍ତୁ ୧୫୦ ବର୍ଷ ପରେ ଏ ବର୍ଷର ରାମ ନବମୀ ଜ୍ୟୋତିଷଙ୍କ କହିବା ଅନୁସାରେ ବହୁତ ଶୁଭ ସଂଯୋଗ ଆଣିଛି । ଯେମିତି କୁହାଯାଏ ମଣିଷ ର ଏମିତି ସମୟ ଆସେ ଯେଉଁଠି ଯଦି ତା ଭାଗ୍ୟ ତା ସାଥୀରେ ଥାଏ ତେବେ ବିଗିଡି ଥିବା କାମ ଠିକ ହୋଇଯାଏ ଓ ଭାଗ୍ୟ ତା ସାଥୀରେ ଯଦି ନଥାଏ ଭଲ କାମ ମଧ୍ୟ ବିଗିଡିଯାଏ । ସେଥିପାଇଁ ଏ ବର୍ଷ ରାମନବମୀରେ ଯେଉଁମାନଙ୍କ ଭାଗ୍ୟ ବଦଳିବ ସେମାନଙ୍କ ବିଷୟରେ କହୁଛୁ ।

ଯେଉଁ ଲୋକ ଙ୍କ ନାମ R କିମ୍ବା M ଅକ୍ଷରରେ ଆରମ୍ଭ ହେଇଥିବ ସେମାନଙ୍କୁ ରାମନବମୀର ଶୁଭ ଅବସରରେ ବହୁତ ଲାଭ ମିଳିବ ଓ ତାଙ୍କୁ ସବୁ କାମରେ ସଫଳତା ମିଳିବ। ବେପାରରେ ଲାଭ ଓ ମନୋସ୍କମାନା ପୂର୍ଣ୍ଣ ହେବ । ଅଚାନକ ଧନପ୍ରାପ୍ତିର ଯୋଗ ବନୁଛି । ଜୀବନରେ ବହୁତ ଖୁସି ମିଳିବ, ପ୍ରେମ ବଢିବ ଓ ନୂଆ ସମ୍ବନ୍ଧ ସୃଷ୍ଟି ହେବ । ଲେଖାଟି ଭଲ ଲାଗିଥିଲେ ପେଜ ଲାଇକ କରିବେ ଓ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *