ପର୍ସରେ ଏହି ଜିନିଷ ରଖିଲେ ଟଙ୍କାରେ ଭରି ରୁହେ ପର୍ସ, ମା’ ଲକ୍ଷ୍ମୀ କେବେ ବି ଛାଡି ଯାଆନ୍ତି ନାହିଁ

ଟଙ୍କା ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଅଟେ । ଆମକୁ ପ୍ରତ୍ଯେକ ଜିନିଷ ପାଇଁ ଟଙ୍କା ଉପରେ ନିର୍ଭର କରିବାକୁ ପଡିଥାଏ । ସେଥିପାଇଁ ଆମେ ଦିନ ରାତି ଏକ କରିଦେଉ ଟଙ୍କା କମାଇବା ପାଇଁ । କିନ୍ତୁ ଜୀବନରେ ଏମିତି ବହୁତ ପରିସ୍ଥିତି ଆସେ ଯାହା ଦ୍ଵାରା ଆମକୁ ଟଙ୍କାର ଅଭାବର ସାମ୍ନା କରିବାକୁ ପଡିଥାଏ । ଆପଣଙ୍କୁ ଜଣାଇ ଦେଉଛୁ କି ପର୍ସରେ ରଖାଯାଇଥିବା ଜିନିଷ ଟଙ୍କା ଉପରେ ବହୁତ ପ୍ରଭାବ ପକାଇଥାଏ ।

ଏମିତିରେ ଯଦି ଆପଣ ଚାହୁଞ୍ଚନ୍ତି ଆପଣଙ୍କ ପର୍ସ କେବେ ବି ଖାଲି ନହେଉ ଓ ସବୁବେଳେ ଟଙ୍କାରେ ପରିପୂର୍ଣ୍ଣ ରହୁ ସେଥିପାଇଁ ଆମେ ଆପଣଙ୍କୁ କିଛି ନିୟମ ବିଷୟରେ କହିବୁ ଯାହାକୁ ଆପଣଙ୍କୁ ପାଳନ କରିବାକୁ ପଡିବ । ତେବେ ଆଜି ଆମେ ଜାଣିବା ପର୍ସରେ ସବୁବେଳେ ଟଙ୍କା ରହିବା ପାଇଁ କେଉଁ ସବୁ ନିୟମ ପାଳନ କରିବା ଉଚିତ ।

ଓସ୍ଥ ପତ୍ର

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପର୍ସ ସବୁବେଳେ ଟଙ୍କାରେ ଭରି ରହୁ ତେବେ ଆପଣ ଏକ ଓସ୍ଥ ପତ୍ର ଆଣି ସେଥିରେ ଲାଲ ସୂତା ଗୁଡାଇ ତାହାକୁ ନିଜ ପର୍ସରେ ରଖନ୍ତୁ । ଆପଣଙ୍କୁ କହିଦେଉଛୁ କି ଓସ୍ଥ ଗଛରେ ପ୍ରଭୁ ନାରାୟଣ ବାସ କରନ୍ତି ଓ ମା ଲକ୍ଷ୍ମୀ ନାରାୟଣଙ୍କ ପତ୍ନୀ ଅଟନ୍ତି । ଯଦି ଆପଣ ନିଜ ପର୍ସ ରେ ଏହିପରି ଓସ୍ଥ ପତ୍ରକୁ ରଖନ୍ତି ତେବେ ଆପଣଙ୍କୁ ଉଭୟ ଲକ୍ଷ୍ମୀ ନାରାଯଣଙ୍କ ଆଶୀର୍ବାଦ ମିଳିଥାଏ ଓ ଆପଣଙ୍କ ଘର ଧନଧାନ୍ୟରେ ଭରିଯାଏ ।

ଶ୍ରୀ ଯନ୍ତ୍ର

ଆଉ ଏକ ଉପାୟ ହେଲା ଶ୍ରୀ ଯନ୍ତ୍ର । ଆପଣ ଏହି ଶ୍ରୀ ଯନ୍ତ୍ରକୁ ପୂଜା କରି ନିଜ ପର୍ସରେ ରଖିବା ଦ୍ଵାରା ପର୍ସ କେବେ ବି ଖାଲି ରହି ନଥାଏ ଓ ସବୁବେଳେ ଟଙ୍କାର ଆଗମନ ରହିଥାଏ ।

ଧଳା କଉଡି

ଧଳା କଉଡି ମା’ ଲକ୍ଷ୍ମୀଙ୍କୁ ଅତି ପ୍ରିୟ ଅଟେ । ଯଦି ଆପଣ ନିଜ ପର୍ସରେ ଧଳା କଉଡି ଆଣି ରଖନ୍ତି ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରିଥାନ୍ତି ଓ ଆପଣଙ୍କ ଘର ସବୁବେଳେ ସୁଖ ସମୃଦ୍ଧି ଓ ଧନଧାନ୍ୟରେ ପରିପୂର୍ଣ୍ଣ ରହିଥାଏ । ଲେଖାଟି ଭଲ ଲାଗିଥିଲେ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *