କିଏ ଏହି ଯୁବକ ? କାହିଁକି ସ୍କୁଟି ଉପରୁ ଦୀପିକାଙ୍କୁ ଟାଣୁଛନ୍ତି ସେ ? ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ଦୀପିକା ଓ ଦିନେଶଙ୍କ ପ୍ରେମ ମାମଲାଟି ଏବେ ବିବାଦ ଘେରରେ ରହିଛି । ଆଜିକୁ ୧୩ ଦିନ ହେଇଗଲା ଦୀପିକା ସେହିଭଳି ଦିନେଶଙ୍କ ଘର ସାମ୍ନାରେ ବସି ରହିଛନ୍ତି । ବର୍ତ୍ତମାନର ସ୍ଥିତି ଯଦି ଦେଖିବା ତେବେ ଲଗାତାର ଭାବରେ ପ୍ରବଳ ବର୍ଷା ହେଉଛି । ଆଉ କାଲି ରାତି ତମାମ ବର୍ଷା ହୋଇଛି । ତଥାପି ଦୀପିକା ଏକା ଲଢିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ପ୍ରସ୍ତୁତ ଅଛନ୍ତି ।

ଦୀପିକା ଙ୍କର କେବଳ ଗୋଟିଏ ଜିଦ୍ଦ ସେ ଦିନେଶ ଙ୍କ ସ୍ତ୍ରୀର ମାନ୍ୟତା ପାଇବେଏବଂ ତାଙ୍କ କୁନି ପୁଅ ନିଜ ବାପାର ପରିଚୟ ପାଇବ । ତେବେ ଦୀପିକା ଆଶ୍ରୟ ନେଇଥିବା ପାଲକୁ ତାଙ୍କ ଶାଶୁ ଭାଙ୍ଗି ଦେଇଛନ୍ତି । ତେଣୁ ଦୀପିକା ବର୍ତ୍ତମାନ ଏକ ଛତା ଧରି ଚେୟାରରେ ବସି ରହିଛନ୍ତି । ତେବେ ନିକଟରେ ଦୀପିକା ବୟାନ ଦେଇଥିଲେ ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ହୋଇଥିଲା ।

ସେ କହିଥିଲେ ଯେ, ଯେହେତୁ ସେ ଗୋଟିଏ ମାଆ ଏବଂ ନିଜ ପିଲା ପାଇଁ ସେ ଆଜି ଲଢେଇ କରୁଛନ୍ତି । ସେଥିପାଇଁ ଝଡ ବର୍ଷା ଯାହା ଆସିଲେ ବି ସେ ପଛଘୁଞ୍ଚା ଦେବେ ନାହିଁ । ପ୍ରଶାସନ ତରଫରୁ କୌଣସି ସାହାଯ୍ୟ ନ ମିଳିଲେ ମଧ୍ୟ ସେ ହାର ମାନିବେ ନାହିଁ ଏବଂ ପୋଲିସ ଯେତେ ଚେଷ୍ଟା କରିଲେ ମଧ୍ୟ ତାଙ୍କୁ ନିଜ ସ୍ଥାନରେ ରୁ ହଟାଇ ପାରିବେ ନାହିଁ ।

ତେବେ ଏହା ମଧ୍ୟ ରେ ଦୀପିକା ଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଯାହା ଚର୍ଚ୍ଚା ର ବିଷୟ ସାଜିଛି । ପ୍ରେମିକ ଘର ସାମନାରେ ରେ ଧାରଣା ରେ ବସିଥିବା ଦୀପିକା ଙ୍କୁ ନେଇ ଭାଇରାଲ ହୋଇଛି ଏହି ଭିଡିଓ । ଯେଉଁଥିରେ ଜଣେ ଯୁବକ ଦୀପିକା ଙ୍କ ସ୍କୁଟି ଅଟକାଇ ତାଙ୍କୁ ଟଣା ଓଟରା କରୁଛନ୍ତି । ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ଦୀପିକା ସ୍କୁଟି ଉପରେ ବସିଛନ୍ତି ଏବଂ ଜଣେ ଯୁବକ ତାଙ୍କୁ ଜବରଦସ୍ତ ସ୍କୁଟି ରୁ ଟାଣି ଉଠାଇବାକୁ ଚେଷ୍ଟା କରୁଛି ।

କିନ୍ତୁ ଦୀପିକା ସ୍କୁଟି ଉପରୁ ଉଠୁ ନାହାନ୍ତି । ତେବେ ଉକ୍ତ ଭିଡିଓ ରେ ଥିବା ଯୁବକ ଙ୍କ ସହିତ ଦୀପିକା ଙ୍କ ସମ୍ପର୍କ କଣ ଏବଂ ସେ କାହିଁକି ଏଭଳି ଦୀପିକା ଙ୍କୁ ସ୍କୁଟି ରୁ ଟାଣି ଉଠାଇବାକୁ ଚେଷ୍ଟା କରୁଛନ୍ତି ଏ ନେଇ ପ୍ରଶ୍ନ ଉଠୁଛି ଏବଂ ବର୍ତ୍ତମାନ ଏହାକୁ ନେଇ ଚାରିଆଡ଼େ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *