ACF Soumyaranjan ଡେଥ ମିଷ୍ଟ୍ରି: ସାମ୍ନାକୁ ଆସିଲା ବିଦ୍ୟାଭାରତୀ ପଢୁଥିବା ବଲାଙ୍ଗିର କଲେଜ ମୁଖ୍ୟଙ୍କ ବୟାନ, ଦିବ୍ୟାଙ୍କ ବିଷୟରେ କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଏବେ ଚର୍ଚ୍ଚିତ ହୋଇ ରହିଥିବା ଖବର ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହୋଇ ଯାଉଛି । ତେବେ ଏହି ଘଟଣା କୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଅନେକ ତଥ୍ୟ ମିଳିଛି ।

ତେବେ ଏହି ଘଟଣାରେ ମୁଖ୍ୟ ସନ୍ଦେହ ରେ ରହିଥିବା ବିଦ୍ୟା ଭାରତୀ ଏବେ ନିଜର ହାତ ଜଳି ଯାଇଥିବା ର ଫୋଟୋ କୁ ଦେଖାଇ ଏହା କହୁଛନ୍ତି କି ସୌମ୍ୟ ଙ୍କୁ ବଞ୍ଚାଇଲା ବେଳେ ତାଙ୍କ ହାତରେ ଏହି ଭଳି ହୋଇ ଯାଇଛି ବୋଲି ସେ ପୋଲିସ ତଥା ମିଡ଼ିଆ କୁ କହିଛନ୍ତି । ତେବେ ସେପଟେ ସୌମ୍ୟ ଙ୍କ ପରିବାର ଲୋକ ଏହାକୁ ଏକ ଅଭିନୟ ର ନାମ ଦେଇଛନ୍ତି ଏବଂ ନିଜ ପୁଅ ସୌମ୍ୟ ଙ୍କୁ ନ୍ୟାୟ ମିଳୁ ବୋଲି ସେ ଅନୁରୋଧ କରିଛନ୍ତି ।

ତେବେ ପୋଲିସ ବିଦ୍ୟା ଭାରତୀ,ରୋଷେୟା,ଏବଂ ଡିଏଫଓ ଙ୍କୁ ଜେରା କରିସାରିଛି ଏବଂ ଦରକାର ପଡ଼ିଲେ ଆଉଥରେ ମଧ୍ୟ ଜେରା କରାଯିବ । ତେବେ ମୁଖ୍ୟ ସନ୍ଦେହ ଘେର ରେ ଥିବା ବିଦ୍ୟା ଙ୍କ ବିଷୟରେ ପୋଲିସ ବର୍ତ୍ତମାନ ଅଧିକ ତଦନ୍ତ କରୁଛି ତେବେ ସେଥିପାଇଁ ପୋଲିସ ପହଁଚି ଥିଲା ବିଦ୍ୟା ଭାରତୀ ପଢ଼ୁଥିବା ବଲାଙ୍ଗୀର ଏଲଆଇ ଟ୍ରେନିଂ କଲେଜ ରେ ।

ସେଠାରେ କ୍ରାଇମ ବ୍ରାଞ୍ଚ ପହଁଚି ନିଜର ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହା ପରେ ସେହି କଲେଜ ର ପ୍ରଧାନ ଶିକ୍ଷକ ଙ୍କୁ ମିଡ଼ିଆ ଵାଲା କିଛି ପ୍ରଶ୍ନ କରିଥିଲେ ଏବଂ ପୋଲିସ କଣ ସବୁ ଜେରା କରିଲା ତାହା ସଂପର୍କ ରେ ମଧ୍ୟ ପ୍ରଶ୍ନ କଲେ ।

ତେବେ ଶିକ୍ଷକ ଙ୍କ ଅନୁସାରେ ପୋଲିସ ତାଙ୍କୁ ମଧ୍ୟ ଜେରା କରିଛି ଏବଂ ଦୀର୍ଘ ସାଢେ ଚାରି ଘଂଟା ରେ ବିଦ୍ୟା ଙ୍କ ଏହି ଅନୁଷ୍ଠାନ ରେ ଆସିବା ଯିବା ଏବଂ ସେଠାରେ ସେ କଣ କରନ୍ତି କିପରି ବ୍ୟବହାର ସବୁ ପଚରା ଯାଇଥିଲା ଏବଂ ଏହା ଛଡା ଶିକ୍ଷକ ଏହା ମଧ୍ୟ କହିଛନ୍ତି କି ଏଠାରେ କୌଣସି ବ୍ୟାଚେଲର ପାର୍ଟି ହୋଇ ନଥିଲା ସବୁଦିନ ଭଳି ମଧ୍ୟାହ୍ନ ଭୋଜନ ରେ ସବୁ ପିଲା ମିଶିକି ଖାଇଥିଲେ କିନ୍ତୁ ଏହାର ଖର୍ଚ୍ଚ ବିଦ୍ୟା ଦେଇଥିଲେ ଏବଂ ସେ ସେହି ପଇସା ବ୍ୟାଙ୍କ ରୁ ଆଣିଥିଲେ ଏବଂ କ୍ୟାସ ଦେଇଥିଲେ ।

ଏହା ଛଡା ସେ ଏହା ମଧ୍ୟ କହିଲେ କି ପୋଲିସ କିଛି ଜରୁରୀ କାଗଜ ପତ୍ର ଏବଂ ତଦନ୍ତ ପାଇଁ ଯାହା ଆବଶ୍ୟକ ସାମଗ୍ରୀ ମଧ୍ୟ ନେଇଛି ଯାହାକୁ ସେ ମିଡ଼ିଆ ଆଗରେ ପ୍ରକାଶ କରି ପାରିବେ ନାହିଁ ତେବେ ସେଠାରେ ଥିବା ଆଉ ଦୁଇ ଜଣ ଙ୍କୁ ମଧ୍ୟ ଏକୁଟିଆ ନେଇ ପୋଲିସ ପଚରାଉଚରା କରିଥିଲା ଯାହା ବିଷୟରେ ତାଙ୍କୁ କିଛି ଜଣା ନାହିଁ । ତେବେ ସେ ଶେଷ ରେ କହିଛନ୍ତି କି ସେ ପୋଲିସ ଏବଂ ମିଡ଼ିଆ କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ଏହି ତଦନ୍ତ ରେ ।

Leave a Reply

Your email address will not be published. Required fields are marked *