ମୁଁ ବି ଗୋଟେ ମା’, ଛୁଆ ଭୋକ କେମିତି ଜାଣି ପାରିବିନି !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣେ ପୋଲିସ କର୍ମଚାରୀ ଅନ୍ୟର ପିଲା ସାଜିଲେ ମା’ !ତେବେ ହଁ ବନ୍ଧୁଗଣ ଏପରି କିଛି ଖବର ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ଯେଉଁଠାରେ ଜଣେ ମହିଳା ପୋଲିସ କର୍ମଚାରୀ ଜଣେ ଅଜଣା ପିଲା ପାଇଁ ମା’ ର ସ୍ନେହ, ମମତା ଦେଇ ୨ ଘଣ୍ଟା ରଖି ଜଣେ ମାତୁତ୍ଵ ହୃଦୟର ପରିଚୟ ଦେଇଛନ୍ତି । ତେବେ ଗତ କାଲି କନଷ୍ଟବଲ ପୋଷ୍ଟ ପାଇଁ ରିଟେନ ପରୀକ୍ଷା ଅନୁଷ୍ଟିତ କରଯାଇଥିଲା ।

ତେବେ ସେଠାକୁ ପରୀକ୍ଷା ଦେବା ପାଇଁ ଅନେକ ଲୋକ ଅନେକ ଜାଗାରୁ ଆସି ପହଞ୍ଚିଥିଲେ । ତେବେ ସେଥିମଧ୍ୟରୁ ଜଣେ ବିବାହିତ ମହିଳା ମଧ୍ୟ ସେଠାକୁ ପରୀକ୍ଷା ଦେବା ପାଇଁ ଯାଇଥିଲେ । ତେବେ ରିଟେନ ପରୀକ୍ଷା ଦେବା ପାଇଁ ଯାଇଥିବା ମହିଳା ଜଣଙ୍କ ତାଙ୍କ ସାଥିରେ ଗୋଟିଏ କୁନି ଶିଶୁ ସନ୍ତାନ ମଧ୍ୟ ନେଇକି ଯାଇଥିଲେ । ତେବେ କୁନି ସନ୍ତାନଟିକୁ ସମ୍ଭାଳିବାକୁ ମହିଳାଙ୍କ ସହିତ କେହି ମଧ୍ୟ ଘର ପରିବାର ଲୋକ ଯାଇନଥିଲେ ।

ତେବେ ପରୀକ୍ଷାରେ ବ୍ୟାଘାତ ଘଟିବ ବୋଲି ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ପୋଲିସ କର୍ମଚାରୀ ପରୀକ୍ଷା ଦେବାକୁ ଯାଇଥିବା ମହିଳାଙ୍କର ପିଲାକୁ ନିଜ ପାଖରେ ରଖିଥିଲେ । ତେବେ ମହିଳା ପୋଲିସ କର୍ମଚାରୀ ଜଣଙ୍କ ଛୁଆଟିର ମା’ ଙ୍କ ଅନୁପସ୍ତିତିରେ ୨ ଘଣ୍ଟା କାଳ ଛୁଆକୁ ନିଜ ପାଖରେ ରଖିଥିଲେ । ତେବେ ଏତେ ସମୟ ପର୍ଯ୍ୟନ୍ତ କୁନି ପିଲାଟି ମହିଳା ପୋଲିସ କର୍ମଚାରୀଙ୍କ ପାଖରେ ରହିଥିଲା । ଏହା ସହିତ କାଳେ ପିଲାଟିକୁ ଭୋକ ଲାଗୁଥିବ ।

ତେଣୁ ମହିଳା ପୋଲିସ କର୍ମଚାରୀ ଜଣଙ୍କ ନିଜ ସନ୍ତାନ ଭଳି ଧରିଥିବା ସନ୍ତାନଙ୍କୁ ମଧ୍ୟ ସ୍ତନପାନ କରାଇଥିଲେ । ତେବେ ସେହି ଉଚ କୋଟିର ମହିଳା ପୋଲିସ କର୍ମଚାରୀ ଜଣଙ୍କର ନିଜର ପ୍ରତିକ୍ରିୟା ରଖି ମିଡିଆ ଆଗରେ କହିଥିଲେ । ଯେ ମୋର ମଧ୍ୟ ଘରେ ୮ ମାସର ଛୋଟ ସନ୍ତାନଟିଏ ଅଛି ।

ତେଣୁ ମୁଁ ମଧ୍ୟ ଏକ ମା’  ତେଣୁ ପିଲାର ପେଟର ଭୋକକୁ ମୁଁ ଠିକ ଜାଣିପାରିଥାଏ । ତେଣୁ କୁନି ପିଲାଟିର ମା ‘ପରୀକ୍ଷା ଦେଉଥିବା ସମୟରେ ମୁଁ ତାଙ୍କ ପିଲାଟିକୁ ସ୍ତନପାନ କରାଇଦେଇଥିଲି । ତେବେ ମହିଳା ପୋଲିସ କର୍ମଚାରୀଙ୍କର ଏହି କାର୍ଯ୍ୟ ପାଇଁ ସେ ସବୁଆଡୁ ଏବେ ପ୍ରଶଂଷାର ପାତ୍ର ହୋଇପାରିଛନ୍ତି । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *