ଛୋଟ ପିଲାଙ୍କୁ School ଯିବା ପୂର୍ବରୁ କଣ ଶିଖେଇବେ ? Jaya Kishori

ବନ୍ଧୁଗଣ ଯେତେବେଳେ ଗୋଟେ ଛୁଆ ପ୍ରଥମ ଥର ପାଇଁ ଘରୁ ବାହାରକୁ ଯାଏ ସେତେବେଳେ ତାକୁ ଭ-ୟ ଲାଗେ । କାରଣ ବାହାର ଦୁନିଆ ତା ପାଇଁ ପୁରା ଅଲଗା ଥିବ । ନୂଆ ଲୋକ, ନୂଆ ସ୍ଥାନ ଓ ନୂଆ ପରିବେଶରେ ସେ ନିଜକୁ ପାଇବ । ତେଣୁ ବର୍ତ୍ତମାନର ସମୟରେ ଛୁଆ ମାନଙ୍କୁ ସର୍ବ ପ୍ରଥମେ ପ୍ଲେ ସ୍କୁଲ ଛଡା ଯାଉଛି । ପ୍ଲେ ସ୍କୁଲ ଯିବା ଦ୍ଵାରା ଛୁଆଟି ଅଲଗା ଛୁଆ ମାନଙ୍କ ସହ ମିଶି ବିଭିନ୍ନ ଖେଳ ଖେଳିପାରିବ ଯାହାଦ୍ୱାରା ସେ ବହୁତ ଖୁସି ହେବ ।

ହେଲେ ବର୍ତ୍ତମାନ ସମୟରେ ମଧ୍ୟ ପ୍ଲେ ସ୍କୁଲରେ ପାଠ ପଢାକୁ ନେଇ ଅଧିକ କଡା ନିୟମ କରାଯାଉଛି । ସାଧାରଣତଃ ଛୁଆ ମାନଙ୍କୁ ରଙ୍ଗ ଓ ଆକାର ଅଧିକ ଆକ୍ରୁଷ୍ଟ କରିଥାଏ । ସେଥିପାଇଁ ପ୍ଲେ ସ୍କୁଲ ମାନଙ୍କରେ ବିଭିନ୍ନ ଚିତ୍ର କଳା ଦେଖିବାକୁ ମିଳେ । ହେଲେ ଗତ ଦେଢ ବର୍ଷ ହେବ କରୋନା କଟକଣା ପାଇଁ ଛୁଆ ମାନେ ପ୍ଲେ ସ୍କୁଲ ଯାଇପାରୁ ନାହାନ୍ତି ।

ତେଣୁ ସ୍କୁଲ ଯିବା ପୂର୍ବରୁ ଛୁଆ ମାନଙ୍କୁ କଣ ସବୁ ବାପା ମା ଶିଖାଇବା ଉଚିତ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସମସ୍ତ ଛୁଆଙ୍କ ପାଇଁ ଖେଳର ବହୁତ ଗୁରୁତ୍ଵ ରହିଥାଏ । ଖେଳିବା ଦ୍ଵାରା ଛୁଆ ମାନଙ୍କ ମନ ଖୁସି ରହିଥାଏ ଓ ସେମାନେ ଶାରୀରିକ ପରିଶ୍ରମ ମଧ୍ୟ କରିଥାନ୍ତି ଯାହାଫଳରେ ସେମାନଙ୍କର ଶାରୀରିକ ବଳର ବିକାଶ ହୋଇଥାଏ ।

ତେଣୁ ସମସ୍ତ ପିଲାଙ୍କୁ ସ୍କୁଲ ଯିବା ପୂର୍ବରୁ ହିଁ ଖେଳିବା ଉଚିତ । ଏହା ଦ୍ଵାରା ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ । ଛୁଆ ମାନଙ୍କୁ କେବେହେଲେ ମୋବାଇଲ ଫୋନ ଦେବା ଉଚିତ ନୁହଁ । ମୋବାଇଲ ଫୋନ ଦେବା ଦ୍ଵାରା ଛୁଆ ମାନଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ସହିତ ଆପଣ ମାନେ ଛୁଆ ମାନଙ୍କୁ ସମୟ ଦେବା ଉଚିତ । ତାଙ୍କ ସହ କଥା ହେବେ ଓ ତାଙ୍କୁ ସ୍ନେହ କରିବେ । ସ୍କୁଲ ଯିବା ପୂର୍ବରୁ ଛୁଆ ମାନଙ୍କୁ ଏହା ସବୁ ନିଶ୍ଚୟ ଶିଖାଇବା ଉଚିତ ।

Leave a Reply

Your email address will not be published. Required fields are marked *