ରାଶି ଅନୁସାରେ ଜାଣନ୍ତୁ କେଉଁ କ୍ୟାରିୟର ଆପଣଙ୍କ ପାଇଁ ବେଷ୍ଟ, ନିଶ୍ଚିତ ପଢନ୍ତୁ

ସମସ୍ତେ ନିଜର କ୍ୟାରିୟରକୁ ନେଇ ବହୁତଚିନ୍ତିତ ରହିଥାନ୍ତି । ଏମିତିରେ ସେମାନେ ବୁଝି ପାରନ୍ତି ନାହିଁ କି ସେ କେଉଁ କ୍ଷେତ୍ରକୁ ନିଜର କ୍ୟାରିୟର କରିବେ । ଖାସକରି ଯୁବକମାନଙ୍କୁ ଏହି ସମସ୍ୟାର ଅଧିକ ସାମ୍ନା କରିବାକୁ ପଡିଥାଏ । ଏମିତିରେ ଆମେ ଆପଣଙ୍କୁ ରାଶି ଅନୁସାରେ କହିବାକୁ ଯାଉଛୁ କି ଆପଣଙ୍କ ପାଇଁ କେଉଁ କ୍ଷେତ୍ରର କ୍ୟାରିୟର ସବୁଠୁ ଭଲ ରହିବ ? ଏହି ସବୁ ମଧ୍ୟରେ ଆପଣ ଧ୍ୟାନ ଦିଅନ୍ତୁ କି ଆପଣଙ୍କୁ କେଉଁ ଜବ ଅଧିକ ପସନ୍ଦ ଆସୁଛି କିମ୍ବା କେଉଁଥିରେ ଆପଣଙ୍କର ଅଧିକ ରୁଚି ଅଛି । ଯାହା ଦ୍ଵାରା ଆପଣ ସେହି ହିସାବରେ ନିଜକୁ ପ୍ରସ୍ତୁତ କରି ପାରିବେ ।

ରାଶି ଅନୁସାରେ କ୍ୟାରିୟରକୁ ବାଛିବା

ମେଷ ରାଶି

ଏହି ରାଶିର ଜାତକମାନଙ୍କ ସ୍ଵାମୀ ମଙ୍ଗଳ ହୋଇଥାଏ । ଏମିତିରେ ଏମାନଙ୍କୁ ପ୍ରପର୍ଟୀ ଡୀଲର, ଠିକାଦାର, କମ୍ପ୍ୟୁଟର କିମ୍ବା ମେସିନାରି ଇଞ୍ଜିନିୟର, ସ୍ଟୀଲ, ପ୍ଲାଷ୍ଟିକ, ରବର କିମ୍ବା କୃଷି କ୍ଷେତ୍ରରେ କ୍ୟାରିୟର କରିବା ଦ୍ଵାରା ଏମାନଙ୍କୁ ବହୁତ ହିଁ ଅଧିକ ଲାଭ ହୋଇପାରେ ।

ବୃଷ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ସ୍ଵାମୀ ଶୁକ୍ର ହୋଇଥାଏ । ଏମିତିରେ ଏମାନଙ୍କୁ ବିଜନେସ, ଟ୍ରକ କିମ୍ବା ଟ୍ୟାକ୍ସି ଚଳାଇବା ଗାଡି ଗୁଡିକର ଶୋରୁମ କିମ୍ବା ୱାର୍କଶପ ଚଳାଇବା, ଟେଲରିଂଗ, ଫ୍ୟାସନ, ଡିଜାଇନର ଇତ୍ୟାଦି କ୍ଷେତ୍ରରେ କ୍ୟାରିୟର ଗଢିବା ଉଚିତ ।

ମିଥୁନ ରାଶି

ଏମାନଙ୍କ ସ୍ଵାମୀ ବୁଧ ହୋଇଥାଏ । ଏମିତିରେ ଏମାନେ ପତ୍ରକାର, ଲେଖକ, ଓକିଲାତି ଇତ୍ୟାଦିରେ କ୍ୟାରିୟର ଗଢିବା ଦ୍ଵାରା ଅପାର ସଫଳତା ମିଳିବାର ଯୋଗ ଅଛି ।

କର୍କଟ ରାଶି

ଏହାର ସ୍ଵାମୀ ଚନ୍ଦ୍ରମା ହୋଇଥାଏ । ଏମିତିରେ ଏମାନଙ୍କୁ ରାଜନୀତି, ଶିକ୍ଷା, ଶେୟାର ବଜାର କିମ୍ବା ବ୍ୟାପାର କ୍ଷେତ୍ରରେ କ୍ୟାରିୟର କରିବା ଦ୍ଵାରା ଅଧିକ ଲାଭ ମିଳିଥାଏ ।

ସିଂହ ରାଶି

ଏହି ରାଶିର ସ୍ଵାମୀ ସୂର୍ଯ୍ୟ ହୋଇଥାଏ । ଏମିତିରେ ଏମାନଙ୍କୁ ସରକାରୀ ଚାକିରି ମିଳିବାର ସମ୍ଭାବନା ରହିଥାଏ । କିନ୍ତୁ ଏମାନେ ଫିଲ୍ମ ସେକ୍ଟରରେ ବି ନିଜର କ୍ୟାରିୟର କରି ପାରିବେ ।

କନ୍ୟା ରାଶି

ଏହି ରାଶିର ଜାତକମାନଙ୍କ ସ୍ଵାମୀ ବୁଧ ହୋଇଥାଏ । ଏମିତିରେ ଏମାନେ ଶେୟାର ବଜାର, ବହି, ଦୋକାନ, ପତ୍ରକାର, ପ୍ରକାଶକ, ସ୍କୁଲ, କଲେଜ, ହସ୍ପିଟାଲ ଇତ୍ୟାଦି କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରି ପାରିବେ ।

ତୁଳା ରାଶି

ଏହି ରାଶିର ଜାତକମାନଙ୍କ ସ୍ଵାମୀ ଶୁକ୍ର ହୋଇଥାଏ । ଏମିତିରେ ଏମାନେ ନିଜର କ୍ୟାରିୟର ହୋଟେଲ ଲାଇନରେ, IT ଉଦ୍ୟୋଗ, ସୁନ୍ଦରତା କ୍ଷେତ୍ରରେ, ସଙ୍ଗୀତ, ଗାୟକ, ସୁନ୍ଦର ବସ୍ତ୍ର ଓ ଫ୍ୟାସନ ଉଦ୍ୟୋଗରେ କରିବା ଉଚିତ ।

ବିଚ୍ଛା ରାଶି

ଏହି ରାଶି ଜାତକମାନଙ୍କ ସ୍ଵାମୀ ମଙ୍ଗଳ ହୋଇଥାଏ । ଏମିତିରେ ଏମାନେ ସେନା, ପୋଲିସ, ଖେଳକୁଦ, ବିଜୁଳି, ଓକିଲାତି ଇତ୍ୟାଦି କ୍ଷେତ୍ରରେ ନିଜର କ୍ୟାରିୟର ଗଢି ପାରିବେ ।

ଧନୁ ରାଶି

ଏହି ରାଶିର ଜାତକର ସ୍ଵାମୀ ଗୁରୁ ଅଟେ । ଏମିତିରେ ଏମାନେ ଇଞ୍ଜିନିୟର, ଡାକ୍ତର, ଶେୟାର ବଜାର, ରାଜନୀତି, ଚାନ୍ଦିର ଗହଣା କ୍ଷେତ୍ରରେ ନିଜର କ୍ୟାରିୟର ଗଢି ପାରିବେ ।

ମକର ରାଶି

ଏହି ରାଶିର ଜାତକମାନଙ୍କ ସ୍ଵାମୀ ଶନି ହୋଇଥାଏ । ଏମିତିରେ ଏମାନେ ନିଜର କ୍ୟାରିୟର ଇଞ୍ଜିନିୟରିଙ୍ଗ ସହିତ ବିଜନେସରେ ବି କରି ପାରିବେ ।

କୁମ୍ଭ ରାଶି

ଏହି ରାଶିର ସ୍ଵାମୀ ଶନି ଅଟେ । ଏମିତିରର ଏମାନଙ୍କୁ ସରକାରୀ ଚାକିରି ମିଳିବାର ସମ୍ଭାବନା ଅଛି । କିନ୍ତୁ ଏମାନେ ନିଜର କ୍ୟାରିୟର IT କ୍ଷେତ୍ରରେ ବି କରି ପାରିବେ ।

ମୀନ ରାଶି

ଏହି ରାଶିର ଜାତକର ସ୍ଵାମୀ ଗୁରୁ ହୋଇଥାନ୍ତି । ଏମିତିରେ ଏମାନଙ୍କୁ ନିଜର କ୍ୟାରିୟର ଡାକ୍ତରୀ, ଓକିଲାତି, ପତ୍ରକାରିତା କ୍ଷେତ୍ରରେ କରିବେ ତ ଏମାନଙ୍କୁ ଲାଭ ମିଳିବାର ବହୁତ ଅଧିକ ସମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *