ଏମିତି କାମ କରିବା ଲୋକଙ୍କୁ ଶନିଦେବ ଦିଅନ୍ତି ଦଣ୍ଡ, ଜାଣନ୍ତୁ କିପରି ପାଇବେ ଶନିଦେବଙ୍କ କୃପା

ସମସ୍ତେ ଶନିଦେବଙ୍କ ବକ୍ରଦୃଷ୍ଟି କଥା ଶୁଣିଲେ ଭୟ କରିଥାନ୍ତି । କିଛି ଲୋକ ଶନିଦେବଙ୍କ ନା ଶୁଣି ବି ଡରିଯାଇଥାନ୍ତି । କୁହାଯାଏ ଯେ ଯେଉଁ ଲୋକଙ୍କ ଉପରେ ଶନିଦେବଙ୍କ ବକ୍ରଦୃଷ୍ଟି ପଡ଼ିଥାଏ ତାର ଜୀବନରେ ସମସ୍ୟା ଲାଗି ରହିଥାଏ । ସେମାନେ ଯେତେ ପ୍ରତିକାର କଲେ ବି ଶନିଦେବଙ୍କ ବକ୍ରଦୃଷ୍ଟି ରୁ ରକ୍ଷା ପାଇପାରନ୍ତିନି। ଯାହା କାମ କଲେ ତାର ଓଲଟା ଫଳ ମିଳିଥାଏ ।

ଶନିଙ୍କ ଦୃଷ୍ଟି ଯେଉଁ ଲୋକଙ୍କ ଉପରେ ପଡ଼ିଥାଏ, ଶନିଦେବ ତାଙ୍କୁ କଠୋର ଦଣ୍ଡ ଦେଇଥାନ୍ତି । ଏହାର ଅର୍ଥ ନୁହେଁ ଯେ ଶନିଦେବଙ୍କ କୃପା ପାଇପାରିବେନି। ମାନ୍ୟତା ଅନୁସାରେ ଏମିତି କିଛି କାମ ଅଛି ଯାହା କରିବା ଦ୍ୱାରା ଶନିଦେବ ଅଶାନ୍ତି ହୋଇଥାନ୍ତି ଓ ଖରାପ ଫଳ ପ୍ରଦାନ କରନ୍ତି । ଆସନ୍ତୁ ଜାଣିବା ସେହି କାମ ସମ୍ପର୍କରେ ଯାହା ଦ୍ଵାରା ଶନିଙ୍କ ପ୍ରକୋପକୁ ସାମ୍ନା କରିବାକୁ ପଡ଼ିଥାଏ।

କେଉଁ କାମ କଲେ ଶନିଦେବ କରନ୍ତି କୋପ

  • ଆପଣ ଶନିବାର ଦିନ ତମ୍ବା ବାସନା ଦାନ କରନ୍ତୁ ନାହିଁ, ନଚେତ ବେପରରେ କ୍ଷତି ହୋଇପାରେ।
  • ଶନିବାର ଦିନ ଲାଲ ବସ୍ତ୍ର କିଣି କାହାକୁ ଉପହାର ଦିଅନ୍ତୁ ନାହିଁ, ମାନସମ୍ମାନ ହାନି ହେବ।
  • ଏହି ଦିନ ମଲ୍ଲୀ ଫୁଲର ସେଣ୍ଟ କିଣି କି କାହାକୁ ବି ଦିଅନ୍ତୁନି, ଶରୀର ରୋଗଗ୍ରସ୍ତ ହେବ।
  • ଏହି ଦିନ ରୂପା ଗହଣା କିଣନ୍ତୁ ନି କରଜ ବଢ଼ିଥାଏ ଏବଂ ରୂପା, ଲୁହା କି ଷ୍ଟିଲ ରେ ପ୍ରସ୍ତୁତ କୌଣସି ବି ଜିନିଷ ବନ୍ଧୁଙ୍କୁ ଉପହାର ଦିଅନ୍ତୁନି, ଚିନ୍ତା ବଢ଼ିଥାଏ ।

କେଉଁ କାମ କଲେ ମିଳିଥାଏ ଶନିଦେବଙ୍କ କୃପା

  • ପ୍ରତ୍ୟେକ ଶନିବାର ଦିନ ଶ୍ରୀ ସୁନ୍ଦରକାଣ୍ଡ ପାଠ କରନ୍ତୁ । ଏହି ଦିନ ଶନିଦେବଙ୍କ ସହ ସଂଯୁକ୍ତ ବସ୍ତୁ, ଯେମିତିକି କଳା କପଡା,ତେଲ,ଲୁହା ଦାନ କଲେ ଶନିଦେବ ଖୁସି ହୁଅନ୍ତି ।
  • ଯଦି ଶନିଙ୍କ କୋପ ଶାନ୍ତ କରିବାକୁ ଚାହାନ୍ତି ତ ବରଗଛ ମୂଳେ ପାଣି ଦେଇ ଶନିଙ୍କ ମନ୍ତ୍ର 108 ଥର ଜପନ୍ତୁ ।
  • ହନୁମାନ ଚାଳିଶା ସବୁବେଳେ ପାଠ କରିବା ଭଲ । ଯଦି ଶନିବାର ଦିନ ସକାଳୁ ହନୁମାନ ଚାଳିଶା ପାଠ କରନ୍ତି ତେବେ ଶନିଙ୍କ ଖରାପ ପ୍ରଭାବରୁ ମୁକ୍ତି ମିଳିଥାଏ ।

ଶନିଦେବଙ୍କୁ ନ୍ୟାୟଦାତା କୁହାଯାଏ । ସବୁବେଳେ ବ୍ୟକ୍ତି ତାଙ୍କ କୃପା ପ୍ରାପ୍ତି ପାଇଁ ଚେଷ୍ଟା କରିଥାଏ । ଯଦି ଆପଣ ଏସବୁ କଥାରେ ଧ୍ୟାନ ଦେବେ ତ ଶନିଦେବଙ୍କ ପ୍ରକୋପରୁ ବଞ୍ଚିବା ସହ ତାଙ୍କ କୃପା ଲାଭ କରିପାରିବେ।

Leave a Reply

Your email address will not be published. Required fields are marked *