ଏହି ଜିନିଷ ଖାଲି ପେଟରେ କରନ୍ତୁ ନାହିଁ ସେବନ, ଶରୀର ପାଇଁ ହୋଇଯାଏ ବିଷ

ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ବିଭିନ୍ନ କଥା ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ସୁସ୍ଥ ଓ ନିରୋଗୀ ରହିବା ପାଇଁ ସର୍ବଦା ପୌଷ୍ଟିକ ଜିନିଷର ସେବନ କରିବା ଉଚିତ । କେତେବେଳେ କେଉଁ ଜିନିଷ ଦିନ ସମୟରେ ଓ ରାତି ସମୟରେ ଖାଇବା ଉଚିତ, ଏହାର ବିଶେଷ ଧ୍ୟାନ ରଖିବା ଉଚିତ । କିଛି ଖାଦ୍ୟ ସାମଗ୍ରୀରେ ଏସିଡର ମାତ୍ରା ଅଧିକ ଥାଏ, ଏମିତିରେ ସେହି ଖାଦ୍ୟ ପଦାର୍ଥକୁ ଖାଲି ପେଟରେ ଖାଇବା କିମ୍ବା ପିଇବା ଦ୍ଵାରା ଆପଣଙ୍କୁ କ୍ଷତି ପହଞ୍ଚିପାରେ । ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ଜିନିଷ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଖାଲି ପେଟରେ ଖାଇବା କିମ୍ବା ପିଇବା ଦ୍ଵାରା ବିଭିନ୍ନ ପ୍ରକାରର ସଂକ୍ରମଣ ଓ ରୋଗର ସମସ୍ୟା ବି ହୋଇପାରେ ।

ଆଲ୍କୋହଲ –

ଆଲ୍କୋହଲର ସେବନ ତ କୌଣସି ସମୟରେ ବି ଆପଣଙ୍କୁ ସମସ୍ୟାରେ ପକାଇ ପାରିବ । ସେଥିପାଇଁ ଏହାର ସେବନରୁ ସବୁବେଳେ ନିଜକୁ ଦୂରେଇ ରଖିବା ଉଚିତ । କିନ୍ତୁ ଖାଲି ପେଟରେ ଏହାର ସେବନ କରିବା ଦ୍ଵାରା ପାଚନ ତନ୍ତ୍ର ଖରାପ ହେବାକୁ ଲାଗିଥାଏ । ଏହି କାରଣରୁ ପେଟ ସମ୍ବନ୍ଧିତ ସମସ୍ୟା ସାମ୍ନାକୁ ଆସିଥାଏ ।

କଦଳୀ –

ଖାଲି ପେଟରେ କଦଳୀ ଖାଇବା ଦ୍ଵାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ଅଧିକ ବଢିଯାଏ । ଯେଉଁ କାରଣରୁ ଶରୀରରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମର ମାତ୍ରାରେ ଅସନ୍ତୁଳନ ହୋଇଯାଏ । ଏହି କାରଣରୁ ସକାଳେ ଖାଲି ପେଟରେ କଦଳୀ ଖାଆନ୍ତୁ ନାହିଁ ।

ଟମାଟର –

ଟମାଟର ଅଧିକ ମାତ୍ରାରେ ଏସିଡିକ ହୋଇଥାଏ । ଏମିତିରେ ଯଦି ଆପଣ ଖାଲି ପେଟରେ ଟମାଟର ସେବନ କରୁଛନ୍ତି ତେବେ ଆପଣଙ୍କ ପେଟରେ ଏକ ପ୍ରକାରର ଜେଲ ତିଆରି ହେବାକୁ ଲାଗିଥାଏ ଯାହା ଦ୍ଵାରା ପେଟରେ ସ୍ଟୋନ ହେବାର ସମସ୍ୟା ବି ହୋଇପାରେ । ଏହା ଛଡା ପେଟ ସମ୍ବନ୍ଧିତ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ଭାବନା ବି ହୋଇପାରେ ।

ଔଷଧ –

ପ୍ରାୟତଃ ନିଜର ଡାକ୍ତରଙ୍କୁ ଉପଦେଶ ଦେଉଥିବାର ଶୁଣିଥିବେ କି ଖାଲି ପେଟରେ ଔଷଧର ସେବନ କରନ୍ତୁ ନାହିଁ । ଖାଲି ପେଟରେ, କିଛି ଔଷଧ ଖାଇବା ଦ୍ଵାରା ପେଟରେ ଏସିଡିଟି ଭଳି ସମସ୍ୟା ହୋଇଥାଏ । ଯାହା ଦ୍ଵାରା ଶରୀରରେ ଅସନ୍ତୁଳନ ହୋଇଯାଏ ।

କଫି –

କଫିରେ କ୍ୟାଫୀନ ନାମକ ତତ୍ୱର ମାତ୍ରା ବହୁତ ଅଧିକ ଥାଏ । ଯାହାକୁ ଖାଲି ପେଟରେ ସେବନ କରିବା ଦ୍ଵାରା ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ଖାଲି ପେଟରେ କଫିର ସେବନ କରିବା ଆପଣଙ୍କ ଶାରୀରିକ ସନ୍ତୁଳନକୁ ଖରାପ କରିଦିଏ । ସେଥିପାଇଁ ପ୍ରଥମେ ଗୋଟିଏ ଗ୍ଳାସ ପାଣି ପିଇବା ପରେ ଆପଣ କଫି ପିଇ ପାରିବେ ।

Leave a Reply

Your email address will not be published. Required fields are marked *