ହଠାତ ଯେତେବେଳେ ଚିତାବାଘଟି କୁକୁରକୁ ଉଠାଇ ନେଇଗଲା ଗଛ ଉପରକୁ, ଆଉ ତା’ ପରେ ଯାହା ହେଲା…

ବନ୍ଧୁଗଣ ଆପଣ ମାନେ ସମସ୍ତେ କୌଣସି ଭିଡିଓ କିମ୍ବା କୌଣସି ଚିଡିଆ ଖାନାରେ ଚିତାବାଘକୁ ନିଶ୍ଚୟ ଦେଖିଥିବେ । ଚିତାବାଘ ବହୁତ ଦ୍ରୁତ ଗତିରେ ଦଉଡି ଥାଏ ଓ ନିଜ ଶିକାରକୁ ଅତି ଭିନ୍ନ ଶୈଳୀରେ ଧରିଥାଏ । ଚିତାବାଘର ଶିକାର କରିବାର କୌଣସି ବହୁତ ଅଲଗା ରହିଥାଏ । ଚିତାବାଘ କେବେବି ଗ୍ରୁପରେ ଶିକାର କରି ନଥାନ୍ତି ହେଲେ ଯଦି ଆପଣ ଚିତାବାଘ ଶିକାର କରୁଥିବା ଦୃଶ୍ୟ ଦେଖିଦେବେ ତା ହେଲେ ଆପଣ ସେହି ଦୃଶ୍ୟକୁ କେବେ ଭୁଲି ପାରିବେ ନାହିଁ ।

ଚିତାବାଘର ଆଉ ଏକ ଭଲ ଟ୍ୟାଲେନ୍ଟ ଅଛି ସେ ଗଛ ଉପରେ ମଧ୍ୟ ବହୁତ ଭଲ ଭାବରେ ଚଢିପାରେ । ଚିତାବାଘର ବେଗ ୫୮ କିଲୋମିଟର ପ୍ରତି ଘଣ୍ଟା ହୋଇଥାଏ ତେବେ ଆପଣ ଭାବନ୍ତି ଚିତାବାଘ ଦୌଡିବା ପାଇଁ କେତେ ଅଧିକ ବଳ ଲଗାଇଥାଏ । ଯଦି ବନ୍ଧୁଗଣ ଆପଣଙ୍କ ସାମ୍ନା କୌଣସି ଚିତାବାଘ ସହିତ ହୋଇଯିବ ତା ହେଲେ ଆପଣଙ୍କୁ ଦୌଡିବାର ମଉକା ମିଳିବ ନାହିଁ ।

ତେବେ ଚିତାବାଘ ସହ ଜଡିତ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମସ୍ତ ସ୍ଥାନରେ ଏହି ଭିଡିଓର ଚର୍ଚା ଜୋର ସୋର ହେଉଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଏହି ଭିଡିଓଟି ଆଫ୍ରିକା ଜଙ୍ଗଲରେ ସୁଟ କରଯାଇଥିଲା ଓ କିଛି ଟୁରିଷ୍ଟ ଆଫ୍ରିକା ଜଙ୍ଗଲକୁ ବୁଲିବା ପାଇଁ ଯାଇଥିବା ବେଳେ ଏହି ଭିଡିଓ ସୁଟ କରିଥିଲେ । ଜଙ୍ଗଲରେ ବୁଲୁଥିବା ବେଳେ ଟୁରିଷ୍ଟ ମାନେ ଏକ ଏପରି ଦୃଶ୍ୟ ଦେଖିଥିଲେ ଯାହାକୁ ସେ କେବେ ଭୁଲି ପାରିବେ ନାହିଁ । ବନ୍ଧୁଗଣ ଭିଡିଓରେ ଏକ ଗଛ ଉପରେ ବହୁତ ବଡ ଚିତାବାଘ ଏକ କୁକୁରକୁ ନେଇ ବସି ଥିଲା ।

ଚିତାବାଘଟି କୁକୁରକୁ ନିୟନ୍ତ୍ରଣରେ ରଖିବା ପାଇଁ ତାର ବେକକୁ କାମୁଡି ଧରିଥିଲା । ହେଲେ ସେତେବେଳେ କୁକୁରଟି ବଞ୍ଚି ଥିଲା । ସେଠାରେ ଥିବା ଟୁରିଷ୍ଟ ମାନେ ଭାବିଲେ କୁକୁରଟି ବଞ୍ଚି ଯିବ କାରଣ ବହୁତ ସମୟ ଧରି ଚିତାବାଘଟି ଅଲଗା ଆଡେ ଚାହୁଁ ଥିଲା । ହେଲେ ବନ୍ଧୁଗଣ କିଛି ସମୟ ମଧ୍ୟରେ ଚିତାବାଘଟି ନିଜ ଦାନ୍ତ ଦ୍ଵାରା କୁକୁର ବେକକୁ କାମୁଡି ତାକୁ ମାରିଦେଲା ।

ଆପଣ ମାନେ ଏଥିରୁ ଅନୁମାନ ଲଗାଇ ପାରୁଥିବେ ଗୋଟେ ଚିତାବାଘ ଦେହରେ କେତେ ଅଧିକ ବଳ ଥିବ । ଚିତାବାଘ ନିଜ ଓଜନ ପରି କୌଣସି ପ୍ରାଣୀକୁ ଉଠାଇ ବହୁତ ବାଟ ଯାଇପାରେ । ଅନ୍ୟ ପକ୍ଷରେ କୁକୁର କଥା କହିଲେ କୁକର ବହୁତ ସତର୍କ ରହିଥାନ୍ତି ଟିକେ ଆବାଜ ହେଲେ କୁକୁର ମାନେ ଆଗେ ଜାଣି ଯାନ୍ତି । ହେଲେ ବନ୍ଧୁଗଣ ଚିତାବାଘ ଆଗରେ କୁକୁର ହାର ମାନିଲା । ତେବେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *