ମହାମାରୀକୁ ନେଇ ଚୀନ ଉପରେ ଆସିଲା ଲୋକମାନଙ୍କ ରାଗ, ଏହି ସବୁ ଜିନିଷର ବୟକଟ କରିବା ପାଇଁ

ଚୀନ ଦ୍ଵାରା ସାରା ବିଶ୍ଵରେ ବ୍ୟାପି ଥିବା କରୋନା ଭାଇରସ କାରଣରୁ ବର୍ତ୍ତମାନ ଦୁନିଆର ସମସ୍ତ ଦେଶରେ ମାନ୍ଦା ଅବସ୍ଥା ଅଛି । ପ୍ରାୟତଃ ସବୁ ଦେଶରେ ଲକଡାଉନ କରାଯାଇଥିବା କାରଣରୁ ସବୁଦିନ କୋଟି କୋଟି ଟଙ୍କାର କ୍ଷତି ବି ହେଉଛି । ଦେଶର ଖରାପ ଅର୍ଥ ବ୍ୟବସ୍ଥାକୁ ଦେଖି ବର୍ତ୍ତମାନ ଦୁନିଆର ସମସ୍ତ ଦେଶ ଚୀନ ଉପରେ ଏହି ଭାଇରସକୁ ଛାଡିବାର ଆରୋପ ଲଗାଇବା ଆରମ୍ଭ କରି ଦେଇଛନ୍ତି । ବ୍ରିଟେନର କଂଜରବେଟିବ ସାଂସଦ ଯେଉଁଠି ଚୀନ ଉପରେ ଆଇନ ଗତ କାର୍ଯ୍ୟ ଅନୁଷ୍ଠାନ ଓ କେସ କରିବା ପାଇଁ ଦାବି କରିଛନ୍ତି, ଅନ୍ୟ ପଟେ ଭାରତରେ ବର୍ତ୍ତମାନ ଚୀନ ଜିନିଷ ଗୁଡିକୁ ବହିଷ୍କାର କରିବା ପାଇଁ ଆବାଜ ଉଠିବାକୁ ଲାଗିଛି ।

ଯୋଗଗୁରୁ ବାବା ରାମଦେବ ସାରା ଦୁନିଆରେ ବ୍ୟାପି ଥିବା କରୋନା ଭାଇରସ ପାଇଁ ଚୀନକୁ ଦାୟୀ କରିଛନ୍ତି । ଯୋଗଗୁରୁଙ୍କ କହିବା ଅଟେ କି ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଚୀନକୁ ରାଜନୈତିକ ଓ ଆର୍ଥିକ ରୂପରେ ବହିଷ୍କାର କରିବା ଉଚିତ । ଚୀନକୁ ଟାର୍ଗେଟ କରି ବାବା ରାମଦେବ ଟ୍ୱୀଟ କରିଲେ କି ଭାରତକୁ ଏଥିପାଇଁ କୁଟ ନୈତିକ କରିବା ଉଚିତ । ବାବା ରାମଦେବ ଟ୍ୱୀଟ କରିଲେ କି, ସତରେ ଚୀନ ଅମାନବିୟ, ଅନୈତିକ ଓ ପୁରା ବିଶ୍ଵକୁ ଘୋର ସଙ୍କଟରେ ପକାଇ ବାର କୃତ କାର୍ଯ୍ୟ କରିଛି ।

 

ଏଥିପାଇଁ ବିଶ୍ଵ ସମୁଦାୟ ଦ୍ଵାରା ଚୀନକୁ ରାଜନୈତିକ ଓ ଆର୍ଥିକ ଦଣ୍ଡ ଦିଆ ଯିବା ଉଚିତ ଓ ଏହାକୁ ରାଜନୈତିକ ଓ ଆର୍ଥିକ ରୂପରେ ବହିଷ୍କାର କରିବା ଉଚିତ । ଦୁନିଆର ସବୁଠୁ ବଡ ପ୍ରଜାତନ୍ତ୍ର ଭାରତକୁ କୂଟନୀତି ଆରମ୍ଭ କରିବା ଉଚିତ । କହିବାକୁ ଗଲେ ଚୀନକୁ ନେଇ ଆର୍ଥିକ ବହିଷ୍କାର ଦାବି କରୁଥିବା କେବଳ ଯୋଗଗୁରୁ ରାମଦେବ ଏକୁଟିଆ ନୁହନ୍ତି, ଦୁନିଆର ପ୍ରାୟତଃ ଲୋକମାନେ ଟ୍ୱିଟରରେ ଚୀନକୁ ନେଇ ନିଜର କ୍ରୋଧ ପ୍ରକାଶ କରୁଛନ୍ତି ।

ଅନ୍ୟ ପଟେ ଦ ସଂଡେ ମର୍ନିଂଗ ହେରାଲ୍ଡ ‘ଲଂଣ୍ଡନ ବ୍ୟୁରୋର ଏକ ରିପୋର୍ଟ ଅନୁସାରେ, ଦ ହେନରୀ ଜ୍ୟାକସନ ସୋସାଇଟୀ ତରଫରୁ ଲେଖା ଯାଇଛି କି କରୋନା ଭାଇରସ ପାଇଁ ଚୀନ ଉପରେ ଅନ୍ତରାଷ୍ଟ୍ରୀୟ ଆଇନ ଗତ କେସ ଚାଲିବା ଉଚିତ ଓ କରୋନ ଦ୍ଵାରା ହୋଇଥିବା ଆର୍ଥିକ କ୍ଷତିର ପୁର୍ତି ପାଇଁ ବହୁତ କ୍ଷତିପୂର୍ଣ୍ଣ ମାଗିବା ଦରକାର ।‘

ପୁରା ଦୁନିଆକୁ ୬.୫ ଟ୍ରିଲିୟନ ଡଲାରର କ୍ଷତି

ଅନ୍ୟ ପଟେ ଦ ହେନରୀ ଜ୍ୟାକସନ ସୋସାଇଟୀ କହିଲା କି ପୁରା ଦୁନିଆର ଦେଶମାନଙ୍କୁ କମ ସେ କମ ୬.୫ ଟ୍ରିଲିୟନ ଡଲାର (୮୫,୧୨,୩୧,୫୫,୦୦୦.୦୦ ଭାରତୀୟ ଟଙ୍କା)ର ଆର୍ଥିକ କ୍ଷତି ହୋଇଛି । ଯାହାକୁ ଜି – ୭ ଦେଶ ମାନଙ୍କ ଦ୍ଵାରା ବହନ କରାଯାଉଛି । କାରଣ ଲକଡାଉନ କାରଣରୁ ଇଣ୍ଡଷ୍ଟ୍ରି ଓ ବାକି କାମ ବନ୍ଦ ଅଛି । ଏମିତିରେ ଚୀନ ଠାରୁ ସଂପୂର୍ଣ୍ଣ କ୍ଷତିପୂର୍ଣ୍ଣ ନେବା ଉଚିତ ।

ଭାରତକୁ ୯ ଲକ୍ଷ କୋଟିର କ୍ଷତି

କୁହାଯାଉଛି କି ଭାରତରେ ଲକଡାଉନ କାରଣରୁ ଭାରତର ଅର୍ଥନୀତିକୁ ୧୨୦ ଅରବ ଡଲାର (ପାଖପାଖି ୯ ଲକ୍ଷ କୋଟି ଟଙ୍କା)ର କ୍ଷତି ହୋଇପାରେ । ଏହି ହିସାବକୁ ବାର୍କଲେଜ ବ୍ୟାଙ୍କ ନିଜର ଏକ ରିସର୍ଚ ରିପୋର୍ଟରେ କହିଛି । କ୍ଷତି ଭାରତର ସମସ୍ତ ଘରେଲୁ ଉତ୍ପାଦ (GDP)ର ୪ ପ୍ରତିଶତର ବରାବର ଅଟେ ।

Leave a Reply

Your email address will not be published. Required fields are marked *