ବିବାଦ ବଢିବା ପରେ ହଠାତ କାହିଁକି ଚେନ୍ନାଇରେ ପହଞ୍ଚିଲେ Babushan ଓ Prakruti Mishra, କଣ ରହିଛି କାରଣ, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ର ନିଜର ଆଗାମୀ ସିନେମା ଦମନର ପ୍ରମୋଶନ ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି ଚେନ୍ନାଇରେ ଥିବା ଉତ୍କଳ ଆସୋସିଏସନ ଅଫ ମାଡ୍ରାସ ଆସନ୍ତା କାଲି ୮୬ ତମ ଉତ୍କଳ ଦିବସ ପାଳନ କରୁଛି । ଏହି ଅବସରରେ ଚେନ୍ନାଇ ଓଡିଆ ସଂଗଠନ ସଦସ୍ୟମାନେ ବାବୁସାନ ଏବଂ ଅନ୍ୟ ସଦସ୍ୟମାନଙ୍କୁ ସାହାର୍ଯ୍ୟ କରିଥିଲେ ।

ତେବେ ଭୁବନେଶ୍ବରରେ ଘଟିଥିବା ଅଭାବନୀୟ ଘଟଣା ପରେ ବାବୁସାନଙ୍କୁ ଚେନ୍ନାଇରେ ଦେଖିବାକୁ ମିଳିଥିଲା ଏବଂ ପ୍ରକୃତି ମିଶ୍ର ଏୟାରପୋର୍ଟରେ ଓହ୍ଲାଇ ସିଧା ହୋଟେଲ ଚାଲି ଯାଇଥିଲେ । ତେବେ ଲକ ଡାଉନରେ ଖୋର୍ଦ୍ଧା ସ୍ଥିତ ଫାର୍ମ ହାଉସରେ ପ୍ରକୃତି ଏବଂ ବାବୁସାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ଏହାପରଠାରୁ ଧୀରେ ଧୀରେ ନିଶା ନେବା ଆରମ୍ଭ କରିଥିଲେ ବାବୁସାନ । ପୂର୍ବରୁ ସେ ଖାଲି ମଦ ପିଉଥିଲେ । ମାତ୍ର ପ୍ରକୃତିଙ୍କ ସହିତ ପ୍ରେମରେ ପଡିବା ପରେ ଚରସ ଗଞ୍ଜେଇ ଡ୍ରଗ୍ସରେ ସବୁବେଳେ ବୁଡି ରହୁଥିଲେ ବାବୁସାନ ।

ଲକ ଡାଉନରେ ଯେତେବେଳେ ଓଡିଆ ଫିଲ୍ମ ଟିକେଟ ଡାଉନ ହୋଇଥିଲା, ସେତେବେଳେ ପ୍ରକୃତି ନିଶାଡି କରିଦେଇଥିଲେ ବାବୁସାନଙ୍କୁ ସବୁବେଳେ ଗଞ୍ଜେଇ, ଚରସ ଏବଂ ଡ୍ରଗ୍ସ ଆଣିଦେଲା । ମାତ୍ର କେବଳ ଏତିକି ନୁହେଁ ଏହାର ଫାଇଦା ଉଠାଇଛନ୍ତି ପ୍ରକୃତି ମିଶ୍ର । ବାବୁସାନ ଯେତେବେଳେ ନିଶାରେ ଥିଲେ ତାଙ୍କ ସହିତ ସମ୍ପର୍କ ଆଗକୁ ବଢାଇଛନ୍ତି ପ୍ରକୃତିମିଶ୍ର ।

ମାତ୍ର ସବୁଠାରୁ ଦୁଖଃର ବିଷୟ ହେଉଛି ଯେ ବାବୁଙ୍କୁ ନିଶା ଏଭଳି ଭାବରେ ଅଭ୍ୟାସ ହୋଇଯାଇଥିଲା ଯେ ବାବୁ ତାଙ୍କ ଛୋଟ ଛୁଆକୁ ମଧ୍ୟ ଦେଖିବାକୁ ଯିବାକୁ ବନ୍ଧ କରିଦେଲେ ।  ଯେତେବେଳେ ସେ ଘରକୁ ଆସୁଥିଲେ ନିଶାରେ ଟୁଲ ହେଇ ଆସୁଥିଲେ । ଏବଂ ସକାଳ ହେବା ମାତ୍ରେ ଘରୁ ବାହାରି ପୁଣି ପ୍ରକୃତିଙ୍କ ପାଖକୁ ପଳାଉଥିଲେ । ତେବେ ଏହିଭଳି କିଛି ଅଭିଯୋଗ କରିଛନ୍ତି ବାବୁସାନଙ୍କ ସ୍ତ୍ରୀ ତୃପ୍ତି । ସେ ଆହୁରି କହିଛନ୍ତି ଯେ ବାବୁସାନଙ୍କ ବ୍ୟାଙ୍କ ବାଲାନ୍ସର ସଂପୂର୍ଣ୍ଣ ଭାବରେ ଫାଇଦା ଉଠାଇଛନ୍ତି ପ୍ରକୃତି ମିଶ୍ର ।

ତେବେ ହୋଟେଲରେ ରହିବା ଠାରୁ ଆରମ୍ଭ କରି ପ୍ରକୃତିଙ୍କ ସାଙ୍ଗ ମାନଙ୍କୁ ମଧ୍ୟ ବାବୁସାନ ଖାଇବାକୁ ଦିଅନ୍ତି । କିନ୍ତୁ ନିଜ ସ୍ତ୍ରୀ ପିଲା କିଭଳି ଅଛନ୍ତି ତଥା ସେମାନେ କିଭଳି ରହୁଥିବେ ସଂପୂର୍ଣ୍ଣ ଭାବରେ ଭୁଲିଗଲେ ବାବୁସାନ । ଏହିସବୁ ଅଭିଯୋଗ ସତ୍ବେ ମଧ୍ୟ ଉଭୟ ବର୍ତ୍ତମାନ ଚେନ୍ନାଇରେ ଫିଲ୍ମ ପ୍ରୋମୋଶନ ନିମନ୍ତେ ଯାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published.